ରାଜ୍ୟ ସ୍ପେଶାଲ ରିପୋର୍ଟ

ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ରାତିରେ ଶବ ବ୍ୟବଚ୍ଛେଦ ହୋଇପାରିବ

ଭୁବନେଶ୍ବର : ରାଜ୍ୟର ସମସ୍ତ ଶବ ବ୍ୟବଚ୍ଛେଦ ହସ୍ପିଟାଲରେ ରାତିରେ ଶବ ବ୍ୟବଚ୍ଛେଦ ହେଉ ନ ଥିବା ଖବରରେ ସତ୍ୟତା ନାହିଁ। ଜରୁରୀକାଳୀନ ପରିସ୍ଥିତିରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସଂପୃକ୍ତ ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ଶବ ବ୍ୟବଚ୍ଛେଦ ହୋଇପାରିବ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ।

ବିଧାୟକ ସନାତନ ବିଜୁଳିଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ କହିଛନ୍ତି ଯେ ୨୦୨୧ ମସିହା ନଭେମ୍ବର ୧୫ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସ୍ମାରକପତ୍ର ଅନୁଯାୟୀ ସୂର୍ଯ୍ୟାସ୍ତ ପରେ ସରକାରୀ ଚିକିତ୍ସାଳୟମାନଙ୍କରେ ଶବ ବ୍ୟବଚ୍ଛେଦ କାର୍ଯ୍ୟ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ସ୍ମାରକପତ୍ରରେ ଉଲ୍ଲେଖ ନିଷ୍ପତ୍ତି ଅନୁଯାୟୀ ଶବ ବ୍ୟବଚ୍ଛେଦ କରିବା ଲାଗି ଆବଶ୍ୟକ ଭିତ୍ତିଭୂମି ଥିବା ଚିକିତ୍ସାଳୟମାନଙ୍କରେ ନିୟମିତଭାବେ ଶବ ବ୍ୟବଚ୍ଛେଦ କାର୍ଯ୍ୟ ହୋଇପାରିବ। ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକାରୀ ଉକ୍ତ ଚିକିତ୍ସାଳୟମାନଙ୍କରେ ରାତିରେ ଶବ ବ୍ୟବଚ୍ଛେଦ କରିବା ପାଇଁ ଉପଯୁକ୍ତ ଓ ଆବଶ୍ୟକ ଭିତ୍ତିଭୂମି ନିର୍ଧାରଣ କରିବେ। ଆଇନ ଶୃଙ୍ଖଳା ପରସ୍ଥିତି ଯଦି ନ ହୁଏ, ତେବେ ଏହି ଚିକିତ୍ସାଳୟମାନଙ୍କରେ ବିଭିନ୍ନ ବର୍ଗର ମାମଲା ଯଥା ନରବଧ, ଆତ୍ମହତ୍ୟା, ଦୁଷ୍କର୍ମ, ଅପଘଟିତ ଶବ, ସନ୍ଦେହ ଓ ଅନ୍ୟାନ୍ୟ କାର୍ଯ୍ୟଜନିତ ମୃତ୍ୟୁ ରାତିରେ ଶବ ବ୍ୟବଚ୍ଛେଦ ହୋଇପାରିବ ନାହିଁ। ତେବେ ଆବଶ୍ୟକ ଭିତ୍ତିଭୂମିର ଉପଲବ୍ଧତାକୁ ଦୃଷ୍ଟିରେ ରଖି ଅଙ୍ଗଦାନ ଜନିତ ଶବ ବ୍ୟବଚ୍ଛେଦ ଅଗ୍ରାଧିକାର ଭିତ୍ତିରେ ସୂର୍ଯ୍ୟାସ୍ତ ପରେ ହୋଇପାରିବ। ପ୍ରତ୍ୟେକ ରାତ୍ରକାଳୀନ ଶବ ବ୍ୟବଚ୍ଛେଦ କରିବା ପାଇଁ ଭିଡିଓ ଅଭିଲେଖନ କରାଯିବ। ଭବିଷ୍ୟତରେ ଆଇନ ସମ୍ବନ୍ଧୀୟ ବିଚାରାର୍ଥେ ଏହାକୁ ପ୍ରେରଣ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।