ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶା ଶୀର୍ଷ ସମବାୟ ସମିତିର ପରିଚାଳନା ପରିଷଦ ଗଠନ ନିର୍ବାଚନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଓଡ଼ିଶା ଶୀର୍ଷ ସମବାୟ ସମିତିର ପରିଚାଳନା ପରିଷଦ ଗଠନ ପାଇଁ ଅନୁଷ୍ଠିତ ନିର୍ବାଚନରେ ୬୯.୯୫ ପ୍ରତିଶତ ମତଦାନ ହୋଇଛି। ୧୬ରୁ ୧୨ଟି ସମବାୟ ସମିତି ପରିଷଦ ଗଠନ ପାଇଁ ଯୋଗ୍ୟ ବିବେଚିତ ୬୪୫୭ ଭୋଟରଙ୍କ ମଧ୍ୟରୁ ୪୫୧୭ ଜଣ ମତଦାନ କରିଛନ୍ତି। ଏଥିରେ ଓଡ଼ିଶା ଅନୁସୂଚିତ ଜାତି-ଜନଜାତି ଡେଭଲପମେଣ୍ଟ ଫାଇନାନ୍ସ କୋଅପରେଟିଭ କୋଅପରେସନ ଲିମିଟେଡର ନିର୍ବାଚନରେ ଶତ ପ୍ରତିଶତ ଏବଂ ଓଡ଼ିଶା ଷ୍ଟେଟ୍ କୋଅପରେଟିଭ ମାର୍କେଟିଂ ଫେଡରେସନ ଲିମିଟେଡର ନିର୍ବାଚନ ପାଇଁ ସର୍ବନିମ୍ନ ୪୬.୪ ପ୍ରତିଶତ ମତଦାନ ହୋଇଛି।

ଏହା ପୂର୍ବରୁ ୪ ଶୀର୍ଷ ସମବାୟ ସମିତି ଓଡ଼ିଶା ଫେଡରେସନ ଅଫ ଅର୍ବାନ କୋଅପରେଟିଭ ବ୍ୟାଙ୍କ ଆଣ୍ଡ କ୍ରେଡିଟ କୋଅପରେଟିଭ ସୋସାଇଟି ଲିମିଟେଡ୍, ଉତ୍କଳିକା, ଓଡ଼ିଶା ଷ୍ଟେଟ ପଲ୍ୟୁଟ୍ରି ପ୍ରଡକ୍ଟ କୋଅପରେଟିଭ ମାର୍କେଟିଂ ଫେଡରେସନ ଲିମିଟେଡ୍ ଏବଂ ଓଡ଼ିଶା ମହିଳା ବିକାଶ ସମବାୟ ନିଗମ ନିର୍ବାଚନ ସମ୍ପନ୍ନ ହୋଇଛି। ଶୀର୍ଷ ସମବାୟ ସମିତିରେ ଅନୁବନ୍ଧିତ ପ୍ରାଥମିକ ଏବଂ କେନ୍ଦ୍ରୀୟ ସମବାୟ ସମିତିର ପରିଚାଳନା ପରିଷଦର ନିର୍ବାଚିତ ସଦସ୍ୟ, ସଦସ୍ୟାମାନେ ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରିଛନ୍ତି। କ୍ୟାପିଟାଲ ହାଇସ୍କୁଲ, ବଡ଼ଗଡ଼ ସ୍ଥିତ ସରକାରୀ ହାଇସ୍କୁଲ, ୟୁନିଟ-୨ ଆଇଜି ପାର୍କ ନିକଟ ସରକାରୀ ହାଇସ୍କୁଲ, ୟୁନିଟ-୩ ସ୍ଥିତ ସରକାରୀ ହାଇସ୍କୁଲ, ଅଶୋକ ନଗର ସ୍ଥିତ ସରକାରୀ ବାଳିକା ହାଇସ୍କୁଲ, ସହିଦନଗର ସ୍ଥିତ ସରକାରୀ ହାଇସ୍କୁଲ, ମତ୍ସ୍ୟ ସଦର ବିଲ୍ଡିଂ କଟକ ରୋଡ, ଓମଫେଡ ମୁଖ୍ୟ କାର୍ଯ୍ୟାଳୟ ଫେଡରେସନ, ଗଣ୍ଡମୁଣ୍ଡା ସ୍ଥିତ ତାଳଗୁଡ଼ ଭବନ, ରସୁଲଗଡ଼ ସ୍ଥିତ ଓଡ଼ିଶା କୋଅପରେଟିଭ କୟର କୋଅପରେସନ, ୟୁନିଟ-୯ ସ୍ଥିତ ସରକାରୀ ବାଳିକା ସ୍କୁଲ ଏବଂ ଓଏସଏଫଡିସିର ମୁଖ୍ୟାଳୟରେ ଏହି ନିର୍ବାଚନ ହୋଇଛି।

ସାଧାରଣ ନିର୍ବାଚନ ଭଳି ଏଥିରେ ମଧ୍ୟ ପ୍ରିଜାଇଡିଂ ଅଧିକାରୀ, ପୁଲିଂ ଅଧିକାରୀ ଏବଂ ପୁଲିସ ଅଧିକାରୀଙ୍କ ନିଯୁକ୍ତି ପ୍ରଦାନ କରାଯାଇଥିଲା। ବୁଥ ଗୁଡ଼ିକରେ ଭିଡିଓଗ୍ରାଫି ଏବଂ ସିସିଟିଭି ବ୍ୟବସ୍ଥା ହୋଇଥିଲା। ଶୀର୍ଷ ସମବାୟ ନିର୍ବାଚନର ୧୫ ଦିନ ପରେ ସଭାପତି ନିର୍ବାଚନ ହେବ। ଏଥିପାଇଁ ଦୁଇ ଦିନ ପରେ ବିଜ୍ଞପ୍ତି ପ୍ରକାଶିତ ହେବ। ଆଜି ନିର୍ବାଚିତ ହୋଇଥିବା ବ୍ୟକ୍ତିମାନେ ଏଥିରେ ଅଂଶଗ୍ରହଣ କରିବେ ବୋଲି ସମବାୟ ଅଧିକାରୀ ବିଜୟ ସ୍ବାଇଁ ସୂଚନା ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।