ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ବଶୁରଙ୍କ ସନ୍ଧାନ ପାଇଁ ଜ୍ବାଇଁଙ୍କ ସଂଘର୍ଷ: ଆଣ୍ଠୁରେ ୪୦କିମି ଅତିକ୍ରମ କଲେଣି ଦିବ୍ୟାଙ୍ଗ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଲ୍ୟାଣସିଂହପୁର : ଶ୍ବଶୁରଙ୍କ ସନ୍ଧାନ ପାଇଁ ଗାଁ ଛାଡ଼ିଛନ୍ତି ଦିବ୍ୟାଙ୍ଗ ଜ୍ବାଇଁ। ଚାଲିବା ପାଇଁ ଅକ୍ଷମ ହୋଇଥିଲେ ବି ଆଣ୍ଠୁରେ ଅତିକ୍ରମ କରିସାରିଲେଣି ୪୦କିମି। ତାଙ୍କ ଯାତ୍ରାର ଅନ୍ତ କେଉଁଠି ସେ ନିଜେ ବି ଜାଣିନାହାନ୍ତି। ତଥାପି ବିଶ୍ବାସ ରହିଛି ଶ୍ବଶୁରଙ୍କୁ ନେଇ ନିଶ୍ଚିତ ଗାଁକୁ ଫେରିବେ।

ଏହି ବ୍ୟକ୍ତି ଜଣକ ହେଲେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ସେରିଗୁମା ପଞ୍ଚାୟତ ଅନ୍ତର୍ଗତ ପିଡିଶିକା କୋଲାଙ୍ଗ ଗଁାର ନୀଳ କୁଲସିକା। ନୀଳଙ୍କ ଶ୍ବଶୁର ହେଉଛନ୍ତି ଗୋପୀ ପିଡ଼ିଶିକା। ଗୋପୀଙ୍କ ନାବାଳକ ପୁଅ ଅଜଣା ଜାଗାରେ କାମ କରିବାକୁ ଆଗଭର ହୋଇ ସୁଦୂର ଉତ୍ତରପ୍ରଦେଶର ବନାରସ ଚାଲିଯାଇଥିଲା। କିନ୍ତୁ, ସେଠାରେ ପହଞ୍ଚି କାମ କରିବାର କିଛିଦିନ ପରେ ଦିନେ ସ୍ଥାନୀୟ ପୁଲିସ ଚଢ଼ଉ କରିଥିଲା। ନାବାଳକ ହୋଇଥିବାରୁ ପୁଲିସ ଉଦ୍ଧାର କରି ନିଜ ପାଖରେ ରଖିଥିଲା। ଏହି ଖବର ଆସି ଗାଁରେ ପହଞ୍ଚିବାରୁ ‌ପୁଅର ଅବସ୍ଥା କଥା ଭାବି ଗୋପୀ ବିବ୍ରତ ହୋଇଯାଇଥିଲେ। ଗାଁ ବାହାରକୁ କେବେ ମଧ୍ୟ ଯାଇନଥିବା ଗୋପୀ ଏତେ ଦୂର କେମିତି ଯିବେ, ପୁଅକୁ କେମିତି ଫେରାଇ ଆଣିବେ ସେହି ଚିନ୍ତାରେ ଛଟପଟ ହେଲେ। ଶେଷରେ ଯେଉଁ ଦଲାଲ ପୁଅକୁ ନେଇ ଯାଇଥିଲା, ତା’ ସହିତ ଯୋଗାଯୋଗ କଲେ। ନିଜ ଅବସ୍ଥା କଥା ଜଣାଇବାରୁ ଦଲାଲ ମଧ୍ୟ ବନାରସ ନେଇ ଯିବାକୁ ରାଜି ହୋଇଥିଲା। ଟ୍ରେନ୍‌ ଟିକେଟ୍‌ କରି ଜାନୁଆରି ମାସ ୨୮ତାରିଖରେ ଗାଁ ଛାଡ଼ିଥିଲେ ଗୋପୀ। କିନ୍ତୁ, ନିର୍ଦ୍ଧାରିତ ତାରିଖରେ ବନାରସ ପହଞ୍ଚିନଥିଲେ। ରାସ୍ତାରେ କୌଣସି ଷ୍ଟେସନରେ ନିଖୋଜ ହୋଇଯାଇଥିବା ପରିବାର ଲୋକଙ୍କୁ ଖବର ମିଳିଲା।

ସପ୍ତାହ ପର୍ଯ୍ୟନ୍ତ କୌଣସି ଖବର ନମିଳିବାରୁ ଗତ ୫ ତାରିଖଦିନ ଜ୍ବାଇଁ ନୀଳ ଖୋଜିବାକୁ ବାହାରି ଯାଇଛନ୍ତି। ଚାଲିବାକୁ ସଂପୂର୍ଣ୍ଣ ଅକ୍ଷମ। ତଥାପି, ଦୁଇ ଆଣ୍ଠୁରେ ଟାୟାର ବାନ୍ଧି ଧୀରେ ଧୀରେ ଚାଲିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ଶରୀର ଆଦୌ ସାଥ୍‌ ଦେଉନଥିଲେ ସୁଦ୍ଧା ୨୧ଦିନ ଧରି ଶ୍ବଶୁରଙ୍କ ସନ୍ଧାନ ଜାରି ରଖିଛନ୍ତି। ନୀଳ କୁଲସିକାଙ୍କ ଏଭଳି ସଂଘର୍ଷ ପଛରେ ରହିଛି ସମ୍ମାନ ଓ ଦାୟିତ୍ବବୋଧ।

ଏ ନେଇ କଲ୍ୟାଣସିଂହପୁର ଥାନା ଅଧିକାରୀ ମୁକୁନ୍ଦଦେବ ନାୟକଙ୍କୁ ପଚାରିବାରୁ ନିଖୋଜ ସଂପର୍କିତ କୌଣସି ଅଭିଯୋଗ ହୋଇନଥିବା ପ୍ରକାଶ କରିଛନ୍ତି। ତଥାପି ପୁଲିସ ଏଭଳି ସ୍ଥିତିରେ ନୀଳଙ୍କୁ ସହାୟତା କରି ଗୋପୀଙ୍କୁ ଖୋଜିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।