ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସହରରେ ଆଲୋକୀକରଣ ଉପରେ ପୌର ପରିଷଦର ଗୁରୁତ୍ବ ନାହିଁ। ସରକାରକା ମାଲ ଦରିଆମେ ଡାଲ ନୀତି ଆପଣେଇଛି। ଅଧିକାଂଶ ସ୍ଥାନରେ ରାତିରେ ଆଲୁଅ ଜାଳୁନଥିବା ବେଳେ ଦିନସାରା ଜଳୁଥିବା ଏହାକୁ ସ୍ପଷ୍ଟ କରୁଛି। ଉକ୍ତ ସମସ୍ୟା ନେଇ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୌର ପ୍ରଶାସନ କର୍ଣ୍ଣପାତ କରୁନାହାଁନ୍ତି । ସହରର ଆଲୋକୀକରଣ ବ୍ୟବସ୍ଥା ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଅବ୍ୟବସ୍ଥା ପାଇଁ ପୌରପରିଷଦ ଅଧିକ ବିଦ୍ୟୁତ୍ ବିଲ୍ର ବୋଝ ମୁଣ୍ଡାଉଛି। କିନ୍ତୁ ସମସ୍ୟାର ସମାଧାନ ହୋଇପାରୁନାହିଁ । କିଛି ବର୍ଷ ପୂର୍ବରୁ ପୌରପରିଷଦର ବିଭିନ୍ନ ସ୍ଥାନରେ ଟାଇମର୍ ବକ୍ସ ସହିତ ଏଲଇଡି ଲାଇଟ୍ ଲଗାଇଥିଲେ । ଟାଇମର୍ ବକ୍ସରେ ଉଦ୍ଦିଷ୍ଟ ସମୟ ରଖାଯାଇଥିବା ବେଳେ ସେହି ଅନୁସାରେ ଲାଇଟ୍ ଗୁଡିକ ଜଳୁଥିଲା ଓ ବନ୍ଦ ହେଉଥିଲା । କିଛିମାସ ଧରି ସବୁ ଠିକ୍ ଠାକ୍ ଚାଲିଥିଲା । ହେଲେ ପରବର୍ତ୍ତୀ ସମୟରେ ଅବ୍ୟବସ୍ଥା ଘେରରେ ଚାଲିଛି । ସହରର ଅଧିକାଂଶ ୱାର୍ଡରେ ରାତିରେ ଲାଇଟ୍ ଜଳୁନାହିଁ ।
ତେବେ କେଉଁ କେଉଁ ସ୍ଥାନରେ ଦିନସାରା ଲାଇଟ୍ ଜଳୁଥିବା ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ କିଛି ସ୍ଥାନର ଲାଇଟ୍ର ଟାଇମର୍ ବକ୍ସରୁ ଅଲଗା କରି ସିଧାସଳଖ ବିଦ୍ୟୁତ ସଂଯୋଗ କରାଯାଇଛି । ଯାହାଫଳରେ ଅଧିକାଂଶ ସ୍ଥାନରେ ଦିନରାତି ଲାଇଟ୍ ଜଳୁଛି । ଆଉ କିଛି ସ୍ଥାନରେ ମୁଖ୍ୟ ରାସ୍ତା ଅନ୍ଧାରରେ ରହୁଛି । କେଉଁଠି ସମୟ ପୂର୍ବରୁ ଲାଇଟ୍ ବନ୍ଦ ହୋଇଯାଉଛି ତ କେଉଁଠି ରାତିରେ ନହେଲେ ଦିନରେ ଜଳୁଛି । ଯେଉଁ ସ୍ଥାନରେ ଲାଇଟ୍ ଖରାପ ହୋଇଯାଉଛି,ସେଠାରେ ନୂଆ ଲାଇଟ୍ ଲାଗିବା କଥା । ହେଲେ ତାହା ବି ଠିକା ସଂସ୍ଥା ଲଗାଉନାହିଁ । ଯାହାଫଳରେ ମାସମାସ ଧରି ବିଭିନ୍ନ ୱାର୍ଡ ଅନ୍ଧାରରେ ରହୁଛି । ଚୋର,ଡକାୟତଙ୍କ ପାଇଁ କୌଣସି ଅସୁବିଧା ହେଉନାହିଁ । ଛିନତାଇ ଭୟରେ ଅନ୍ଧାର ରାସ୍ତାରେ ଜନସାଧାରଣରେ ଯିବାକୁ ଭୟ କରୁଛନ୍ତି ।
ରାସ୍ତା ଘାଟ ଅନ୍ଧାର ରହୁଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିିବା ସହିତ ଅପରାଧ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହାବ୍ୟତୀତ ସହରକୁ ସରସ ସୁନ୍ଦର କରିବା ବିଭିନ୍ନ ସ୍ଥାନରେ ଏଲ୍ଇଡି ଲଗାଯାଇଛି । ତାହା ବି ବର୍ତ୍ତମାନ ଜଳୁନାହିଁ । ତେବେ ସମସ୍ତ ବିଲ୍ ପୌରପରିଷଦ ଦେବାକୁ ପଡୁଛି । ତେବେ ଲକ୍ଷାଧିକ ଟଙ୍କା ବିଦ୍ୟୁତ ବିଲ୍ ପୌରପରିଷଦ ଦେଉଛି ବୋଲି ସୂଚନା ମିଳିଛି । ତେବେ ଆଲୋକୀକରଣ ବ୍ୟବସ୍ଥା କେବେ ସୁଧୁରିବ ତାହା ଦେଖିବାକୁ ବାକି ରହିଲା । ଏ ସଂକ୍ରାନ୍ତରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ଶତପଥୀଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିବାରୁ ମତାମତ ମିଳିପାରିନାହିଁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l