ରାଜ୍ୟ ସ୍ପେଶାଲ ରିପୋର୍ଟ

ଫାଇଲ୍‌ ତଳେ ଅଟକିଛି ସାଇନ୍ସ ସେଣ୍ଟର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଖଣ୍ଡପଡ଼ା: ଦିନ ପରେ ଦିନ ବିତୁଥିବା ବେଳେ ପ୍ରଶାସନିକ ଉଦାସୀନତା ଯୋଗୁ ସାଇନ୍ସ ସେଣ୍ଟର ଶିଳାନ୍ୟାସକୁ ଚାରି ବର୍ଷ ପରେ ମଧ୍ୟ ମାଟି ମୁଠାଏ ପଡ଼ିନାହିଁ। ମହାନ ଜ୍ୟୋତିର୍ବିଦ ସାମନ୍ତ ଚନ୍ଦ୍ରଶେଖରଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ା ସହରାଞ୍ଚଳ ନିକଟରେ ଏକ ବିଜ୍ଞାନକେନ୍ଦ୍ର ସ୍ଥାପନ ନିମନ୍ତେ ତତ୍କାଳୀନ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ୨୦୧୯ ମସିହା ୨୮ ଡିସେମ୍ବର ଖଣ୍ଡପଡ଼ା ମହୋତ୍ସବ ଅବସରରେ ଘୋଷଣା କରିଥିଲେ। ତେବେ ମନ୍ତ୍ରୀଙ୍କ ଘୋଷଣାକୁ ପ୍ରାୟ ଚାରି ବର୍ଷ ପୂରିଥିଲେ ମଧ୍ୟ ଏଥି ନିମନ୍ତେ ମାଟି ମୁଠାଏ ମଧ୍ୟ ପଡ଼ିନଥିବା ସୂଚନା ମିଳିଛି।

ଗତବର୍ଷ ଏପ୍ରିଲ ମାସ ୩୦ ତାରିଖରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଏକ ପ୍ରତିନିଧି ଦଳ ଉକ୍ତ ଜାଗା ପରିଦର୍ଶନ କରିଥିବା ବେଳେ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି ସ୍ଥାନୀୟ ଅଧିବାସୀଙ୍କୁ ସୂଚନା ଦେଇଥିଲେ। ଏପରିକି ଆସନ୍ତା ୩୦ ମାସ ମଧ୍ୟରେ କାମ ସରିବ ବୋଲି ମଧ୍ୟ କହିଥିଲେ। ତେବେ ଏଯାବତ ଉକ୍ତ ପ୍ରକଳ୍ପ କାମ ଆରମ୍ଭ ହୋଇନଥିବା ବେଳେ କେବେ ଆରମ୍ଭ ହେବ ସେ ନେଇ ସୂଚନା ମଧ୍ୟ ମିଳିନାହିଁ। ଏନେଇ ଗତବର୍ଷ ଜୁନ ୨୬ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ସ୍ଥାନକୁ ଜବରଦଖଲ ମୁକ୍ତ କରିବାକୁ ଚିଠି କରାଯାଇଥିଲା। ବିଜ୍ଞାନ ଓ କାରିଗରୀ ବିଭାଗ ଅତିରିକ୍ତ ସଚିବ ସଞ୍ଜୁଲତା ବେହେରା ଜିଲ୍ଲା ପ୍ରଶାସନକୁ କରିଥିବା ଚିଠି ଅନୁଯାୟୀ, ସହରାଞ୍ଚଳରେ ନିର୍ମାଣ ହେବାକୁ ଥିବା ବିଜ୍ଞାନ କେନ୍ଦ୍ରର ୫ ଏକର ଜାଗାକୁ ଜବରଦଖଲମୁକ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟ ପକ୍ଷରେ, ସ୍ଥାନୀୟ ତହସିଲ ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଇଥିବା ଜାଗାରେ ଅନେକ ଦୋକାନ ଘର ସହ ବହୁ ଜାଗା ବ୍ୟକ୍ତିଗତ ଜବରଦଖଲରେ ରହିଛି। ଏ ଦିଗରେ ପଦକ୍ଷେପ ନେବାକୁ ପ୍ରତିନିଧି ମଣ୍ଡଳୀ ତହସିଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏ ଦିଗରେ କାର୍ଯ୍ୟ ଆଗେଇନଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ନୟାଗଡ଼ ଜିଲ୍ଲାର ଏକମାତ୍ର କେନ୍ଦ୍ର ଭାବେ ଖଣ୍ଡପଡ଼ା ସହରାଞ୍ଚଳର ୧୩ନଂ ୱାର୍ଡ ଅଧୀନ ପଠାଣି ସାମନ୍ତ ବ୍ୟାଖ୍ୟାନ କେନ୍ଦ୍ର ନିକଟରେ ଏହାକୁ ପ୍ରତିଷ୍ଠା କରିବା ପାଇଁ ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ କରଯାଇଥିଲା। ପ୍ରକଳ୍ପ ପାଇଁ ପ୍ରାୟ ୫ ଏକରରୁ ଊର୍ଦ୍ଧ୍ୱ ଜମିରେ ସାଢ଼େ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ଏହି କେନ୍ଦ୍ର ଭୁବନେଶ୍ବରସ୍ଥିତ ଇଡ୍‌କୋ କର୍ତ୍ତୃପକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନିର୍ମାଣ ହେବ ବୋଲି ସେତେବେଳେ ସୂଚନା ମିଳିଥିଲା। ଏଥିପାଇଁ ଟେଣ୍ଡର୍‌ ପ୍ରକ୍ରିୟା ସହ ସମୁଦାୟ ଏକବର୍ଷ ମଧ୍ୟରେ କାମ ସାରିବା ନେଇ ଲକ୍ଷ ମଧ୍ୟ ଧାର୍ଯ୍ୟ କରିଥିଲେ ରାଜ୍ୟ ସରକାର। ଜିଲ୍ଲା ବିଜ୍ଞାନକେନ୍ଦ୍ର ଯୋଜନାରେ ଏହି ସେଣ୍ଟର ନିର୍ମାଣ ହେବାକୁ ଥିବାବେଳେ ଏଠାରେ ସ୍ୱତନ୍ତ୍ର ବିଜ୍ଞାନ ଗ୍ୟାଲେରୀ, ଅତ୍ୟାଧୁନିକ ଲାବୋରାଟୋରି, ଶିକ୍ଷକମାନଙ୍କ ପାଇଁ ସମ୍ମିଳନୀ କକ୍ଷ ନିର୍ମାଣ ନେଇ ଡିଜାଇନ ପ୍ରସ୍ତୁତ ହୋଇଥିଲା।

ଖାଲି ସେତିକି ନୁହେଁ, ଉକ୍ତ ବିଜ୍ଞାନକେନ୍ଦ୍ରରେ ନିୟମିତ ବ୍ୟବଧାନରେ ତାଲିମ କାର୍ଯ୍ୟକ୍ରମ, ବିଜ୍ଞାନ କୁଇଜ ପ୍ରତିଯୋଗିତା ଓ ୱେବିନାର ଆଦି କାର୍ଯ୍ୟକ୍ରମ ହେବ ବୋଲି ସେତେବେଳେ ସୂଚନା ଦିଆଯାଇଥିଲା। ତେବେ ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନଥିବାରୁ ଜିଲ୍ଲା ପ୍ରଶାସନ ତଥା ବିଜ୍ଞାନ ବିଭାଗ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଥିବା ଭଳି ମନେହେଉନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜିଲ୍ଲା ପ୍ରଶାସନ ଉକ୍ତ ଜାଗାରେ ମନ୍ତ୍ରୀଙ୍କ ଘୋଷଣା ପୂର୍ବରୁ ପ୍ରାୟ ତିନିବର୍ଷ ତଳେ ୨୦୧୯ ମସିହା ମାର୍ଚ୍ଚ ୩ ତାରିଖରେ ଶିଳାନ୍ୟାସ ମଧ୍ୟ କରିଥିଲା। ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ସହିତ ପ୍ରକଳ୍ପ ବାବଦରେ ସ୍ପଷ୍ଟ କରିବା ନେଇ ସାଧାରଣରେ ଦାବି ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।