ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ବିଶାଳ ତଥା ସର୍ବକାଳୀନ ବଡ଼ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ର ଆକାର ୨ଲକ୍ଷ ୩୦ ହଜାର କୋଟି ଟଙ୍କା ରହିଛି। ୨୦୨୨-୨୩ ବଜେଟ୍ ଆକଳନ ଠାରୁ ଏହା ୧୫% ଅଧିକ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସମ୍ଭବତଃ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍।
ବଜେଟ୍କୁ ପରଖିଲେ, ନିର୍ବାଚନ ଛୁଙ୍କ ସ୍ପଷ୍ଟ ବାରି ହୋଇପଡ଼ୁଛି। ଚାଷୀଙ୍କ ଠାରୁ ସ୍କୁଲ ପିଲାଙ୍କ ପର୍ଯ୍ୟନ୍ତ, ଆଦିବାସୀ, ସ୍ବାସ୍ଥ୍ୟ, ଶିଳ୍ପାନୁଷ୍ଠାନ, ମହିଳା (ମିସନ ଶକ୍ତି), ମତ୍ସ୍ୟଜୀବୀ, ନିଯୁକ୍ତି, ପ୍ରଯୁକ୍ତି ବିଦ୍ୟା ଆଦି ସବୁ ଦିଗକୁ ଲକ୍ଷ୍ୟ କରି ପାଖାପାଖି ଦୁଇ ଡଜନ ନୂଆ ଯୋଜନା ଓ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି।
ଆଗକୁ ଆଉ କିଛି ବଡ଼ ଯୋଜନା ଘୋଷଣା ଅପେକ୍ଷାରେ ଅଛି। ଏକଥା ବିଭାଗୀୟ ଅନୁଦାନ ଓ ଅର୍ଥ ପରିଚାଳନାରୁ ଜଳ ଜଳ ଦେଖାଗଲାଣି।
ମୋଟାମୋଟି କହିବାକୁ ଗଲେ, ସରକାର ଏବର୍ଷ ଏମିତି ବିକାଶର ମଞ୍ଜି ବୁଣିବେ, ଯେମିତି ୨୦୨୪ ବେଳକୁ ଓଡ଼ିଶାର ଜନମତ ତାଙ୍କ ସପକ୍ଷରେ ଥିବ। ଏହି ଲକ୍ଷ୍ୟକୁ ବିଶାଳ ବଜେଟ୍ ଜରିଆରେ ଧରି ରଖିବାକୁ ଉଦ୍ୟମ ହୋଇଛି। ଖାସ୍ ଏଇଥିପାଇଁ ୧୨.୭% ରାଜସ୍ବ ବୃଦ୍ଧି ଯୋଜନା ଥିଲେ ହେଁ ୧୫% ଅଧିକ ବ୍ୟୟ ଅଟକଳ କରିବା ଲାଗି ସରକାର ସାହସ ଜୁଟାଇଛନ୍ତି।
କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ପରିବହନ, ଗ୍ରାମାଞ୍ଚଳ ପାଇଁ ହାତ ଖୋଲିଦେଲେ
ମିସନ ଶକ୍ତି ପାଇଁ ଭଣ୍ଡାର ମେଲା, ନଜରରେ ଆଦିବାସୀ
କ୍ରୀଡ଼ା, ପର୍ଯ୍ୟଟନ, ନଗର ଉନ୍ନୟନ ବିଭାଗକୁ ବି ଅଧିକ ଅର୍ଥ
୨୩ ବର୍ଷରେ କାର୍ଯ୍ୟକ୍ରମ ଖର୍ଚ୍ଚ ୩୫ ଗୁଣ, ପୁଞ୍ଜି ଖର୍ଚ୍ଚ ୬୦ଗୁଣ ବଢ଼ିଛି
ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍
ବଜେଟ୍ରେ କୁହାଯାଇଛି ଯେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଏବର୍ଷ ୨୪ ହଜାର ୮୨୯ କୋଟି (ଗତବର୍ଷ ତୁଳନାରେ ଅଧିକ ୨୧%) ଅର୍ଥ ବରାଦ ହୋଇଛି। ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ୩୦ ହଜାର ୩୦ କୋଟି, ସ୍ବାସ୍ଥ୍ୟ କ୍ଷେତ୍ରରେ ୧୬ ହଜାର ୪୮ କୋଟି (ଗତବର୍ଷ ତୁଳନାରେ ୨୭% ଅଧିକ), ଗ୍ରାମାଞ୍ଚଳରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ବଜେଟ୍ ଓ ବାହ୍ୟ ଉତ୍ସ ସୂତ୍ରରୁ ୧୩ ହଜାର ୨୧୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ସେହିଭଳି ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ୩୮ ହଜାର ୪୩୭ କୋଟି ଟଙ୍କା ଏବଂ ସଡ଼କ, ସେତୁ, ବିମାନବନ୍ଦର, ରେଳପଥ ବିକାଶ ପାଇଁ ୧୯ ହଜାର ୪୫୨ କୋଟି ଟଙ୍କା (ଗତବର୍ଷ ତୁଳନାରେ ୩୪% ଅଧିକ) ପୁଞ୍ଜିନିବେଶ କରାଯିବ। ଅନୁରୂପ ଭାବେ ସରକାର ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗର ବଜେଟ୍ (୬୨୨୪ କୋଟି) ୧୨% ବୃଦ୍ଧି କରିଛନ୍ତି।
ଅର୍ଥମନ୍ତ୍ରୀ ଦାବି କରିଛନ୍ତି ଯେ ବିଶାଳ ବଜେଟ୍ ଲାଗି ଆବଶ୍ୟକ ହେଉଥିବା ମୋଟ ରାଜସ୍ବରେ ରାଜ୍ୟର ନିଜସ୍ବ ରାଜସ୍ବର ଯୋଗଦାନ ୫୭% ରହିବ। ଅର୍ଥାତ୍ ସରକାର ନିଜସ୍ବ ଅଣଟିକସରୁ ୫୨ହଜାର ୫୦୦ କୋଟି ଟଙ୍କା (୨୨.୮୩%) ଏବଂ ନିଜସ୍ବ ଟିକସରୁ ୫୩ ହଜାର କୋଟି ଟଙ୍କା (୨୩.୦୪%) ପାଇବେ। କେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶ ବାବଦରେ ୪୬ ହଜାର ୨୫୧ କୋଟି ୧୮ଲକ୍ଷ ଟଙ୍କା (୨୦.୧୧%), ଏବଂ କେନ୍ଦ୍ରୀୟ ଅନୁଦାନ ବାବଦରେ ୩୨ ହଜାର ୭୪୯ କୋଟି ଟଙ୍କା (୧୪.୨୪%) ପାଇବେ। ବାକି ଋଣ ଓ ଅଗ୍ରିମ ପରିଶୋଧରୁ ୮୭୦କୋଟି, ବିଭିନ୍ନ ମାଧ୍ୟମରୁ ଋଣବାବଦରେ ୩୩୬୩୦ କୋଟି ଟଙ୍କା ଓ ପ୍ରୋଭିଡେଣ୍ଟ ଫଣ୍ଡ ଓ ଅନ୍ୟାନ୍ୟ ଡିପୋଜିଟରୁ ୧୧ହଜାର କୋଟି ଟଙ୍କା ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କ୍ରମରେ ସରକାର ଖୋଲାବଜାରରୁ ୧୫ ହଜାର ୮୪୪ କୋଟି ଟଙ୍କା ଋଣ କରିବା ଲାଗି ମଧ୍ୟ ନଜର ରଖିଛନ୍ତି।
ଏସବୁକୁ ମିଶାଇ ସରକାର ହିସାବ କରିଛନ୍ତି ଯେ ଚଳିତବର୍ଷ ମୋଟ ରାଜସ୍ବ ପ୍ରାପ୍ତି ୧ଲକ୍ଷ ୮୪ ହଜାର ୫୦୦ କୋଟି ଟଙ୍କା ହେବ। ରାଜସ୍ବ ବ୍ୟୟ ପରିମାଣ ୧ଲକ୍ଷ ୫୭ ହଜାର ୭୬୧.୪୪ କୋଟି ଟଙ୍କାରେ ରହିବ। ଅତଏବ ୨୬ ହଜାର ୭୩୮.୫୬ କୋଟି ଟଙ୍କା ରାଜସ୍ବ ବଳକା ହିସାବ କରାଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି, ରାଜସ୍ବ ବଳକା ଜିଏସ୍ଡିପି (ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ)ର ୩.୧% ଭିତରେ ରଖିବା ଲାଗି ଆକଳନ କରାଯାଇଥିବା ବେଳେ ବିତ୍ତୀୟ ନିଅଣ୍ଟ ୨୫ ହଜାର ୮୪୪ କୋଟି ଟଙ୍କା ବା ଜିଏସଡିପିର ୩% ମଧ୍ୟରେ ରହିବ।
ଆସନ୍ତା ଆର୍ଥିକ ବର୍ଷ ପାଇଁ ସରକାର ଯେଉଁ ବଜେଟ୍ ଚିତ୍ର ଆଙ୍କିଛନ୍ତି, ତା’ ଉପରେ ନଜର ପକାଇଲେ ଜଣାପଡୁଛି ଯେ ପ୍ରଶାସନିକ ବ୍ୟୟ ବାବଦରେ ୯୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ଯୋଜନା ରହିଛି। ଏଥିରେ ଦରମା (୩୨ ହଜାର ୪୧୯ କୋଟି ଟଙ୍କା), େପନସନ୍ (୧୯ ହଜାର ୯୬୭ କୋଟି ଟଙ୍କା), ପୁଞ୍ଜି ସଂପତ୍ତିର ରକ୍ଷଣାବେକ୍ଷଣ ବାବଦରେ ୧୩ହଜାର ୪୬୪ କୋଟି ଟଙ୍କା ଖର୍ଚ୍ଚ ହେବ। ସୁଧ ଦେୟ ୭୨୪୦ କୋଟି ୮୫ଲକ୍ଷ ଏବଂ ମୂଳ ପରିଶୋଧ ବାବଦରେ ୧୮ ହଜାର ୭୮୬ କୋଟି ଟଙ୍କା ସରକାର ବ୍ୟୟ କରିବେ।
ସେହିପରି କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୨୦୨୨-୨୩ ବର୍ଷ ତୁଳନାରେ ୨୦୨୩-୨୪ରେ ଅଧିକ ୨୫ପ୍ରତିଶତ ଅର୍ଥ ବରାଦ କରାଯାଇଛି। ଅର୍ଥାତ୍ ଆସନ୍ତା ବର୍ଷ ଏ କ୍ଷେତ୍ରରେ ୧ଲକ୍ଷ ୨୫ ହଜାର କୋଟି ଟଙ୍କା (ମୋଟ ବଜେଟ୍ ବ୍ୟୟ ବରାଦର ୫୪%)ଖର୍ଚ୍ଚ ଯୋଜନା ରହିଛି। ଏ ମଧ୍ୟରେ ରାଜ୍ୟ ଯୋଜନା ଜରିଆରେ ୮୯ ହଜାର ୧୨୯ କୋଟି ୯୧ଲକ୍ଷ (୭୧.୩%), କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ୩୭୧ କୋଟି ୪୦ଲକ୍ଷ ଏବଂ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ମାଧ୍ୟମରେ ୩୫ ହଜାର ୪୯୮ କୋଟି ୬୯ଲକ୍ଷ ଟଙ୍କା ଖର୍ଚ୍ଚ ଯୋଜନା ରହିଛି। ଅନ୍ୟପକ୍ଷରେ ବିପର୍ଯ୍ୟୟ ପ୍ରଶମନ ଲାଗି ୩୭୦୦କୋଟି ଟଙ୍କା, ସ୍ଥାନୀୟ ନିକାୟ ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୭୩୦୦ କୋଟି ରଖାଯାଇଛି।
ସରକାର ଦାବି କରିଛନ୍ତି ଯେ ୨୦୦୦-୦୧ ଆର୍ଥିକ ବର୍ଷରେ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ୩୫୩୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ୨୩ ବର୍ଷ ମଧ୍ୟରେ କାର୍ଯ୍ୟକ୍ରମ ଖର୍ଚ୍ଚ ୩୫ ଗୁଣ ବୃଦ୍ଧି ପାଇଛି। ସେହିଭଳି ଦେଶର ସମସ୍ତ ପ୍ରମୁଖ ରାଜ୍ୟ ତୁଳନାରେ ମୋଟ ବଜେଟ୍ରେ ପୁଞ୍ଜି ବ୍ୟୟର ଅନୁପାତ ଓଡ଼ିଶାର ସର୍ବାଧିକ ରହିଛି। ୨୦୨୩-୨୪ ବର୍ଷରେ ପୁଞ୍ଜି ବ୍ୟୟ ଅଟକଳ ୫୧ ହଜାର ୬୮୩ କୋଟି ରହିଛି, ଯାହା ଜିଏସଡିପିର ୬%। ୨୦୦୦-୦୧ ଆର୍ଥିକ ବର୍ଷରେ ପୁଞ୍ଜି ବ୍ୟୟ ଅଟକଳ ୮୩୪ କୋଟି ଟଙ୍କା ଥିଲା, ଯାହା ଇତିମଧ୍ୟରେ ୬୦ଗୁଣ ବଢ଼ିଛି। ଏଥିସହିତ ୨୦୨୩-୨୪ ବଜେଟ୍ ଅଟକଳରେ ନିଜସ୍ବ ରାଜସ୍ବ ଓ ଜିଏସ୍ଡିପିର ଅନୁପାତ ୧୨.୨୫ ପ୍ରତିଶତ ରହିଛି। ଚଳିତବର୍ଷ ଜିଏସ୍ଡିପି ୭.୬୬ ଲକ୍ଷ େକାଟି ହିସାବ କରାଯାଇଥିବା ବେଳେ ଆସନ୍ତା ବର୍ଷ ବେଳକୁ ଜିଏସ୍ଡିପିର ପରିମାଣ ୮.୬୨ଲକ୍ଷ କୋଟି ଛୁଇଁଯିବ ବୋଲି ହିସାବ କରାଯାଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l