ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନର ପ୍ରମୁଖ ଆକର୍ଷଣ ‘ଦେଓମାଳି ପର୍ବତ ଶିଖର’କୁ ଓଡ଼ିଶାର ‘ୱେଡିଂ ଡେଷ୍ଟିନେସନ୍’ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଡେଷ୍ଟିନେସନ୍ ୱେଡିଂ ଏବେ ଓଡ଼ିଶାବାସୀଙ୍କ ପାଇଁ ଆଉ ସ୍ବପ୍ନ ହୋଇରହିବ ନାହିଁ। ଯୋଧପୁର, ଜୟପୁର, ଗୋଆ ବା କେରଳ ଭଳି ଓଡ଼ିଶାରେ ବି ଡେଷ୍ଟିନେସନ୍ ୱେଡିଂ ପାଇଁ କ୍ଷେତ୍ର ପ୍ରସ୍ତୁତ ହେବ। ବର୍ତ୍ତମାନ ସମୟରେ ‘ଡେଷ୍ଟିନେସନ୍ ୱେଡିଂ’କୁ ନେଇ ଲୋକମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ରହିଛି। କିନ୍ତୁ ଓଡ଼ିଶାରେ ଏଭଳି ବିବାହ ସମାରୋହ ଆୟୋଜନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ବିକଶିତ ହୋଇପାରିନାହିଁ। ଫଳରେ ଲୋକମାନେ ବାହାର ରାଜ୍ୟ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟବାସୀଙ୍କ ଏହି ଅଭାବ ପୂରଣ ପାଇଁ ଏଥର ରାଜ୍ୟ ପର୍ଯ୍ୟଟନ ବିଭାଗ ଅଣ୍ଟା ଭିଡ଼ିଛି। ପର୍ବତ ଶିଖର ଉପରେ ମେଘମାଳ ଭିତରେ ବିବାହ କରିବାର ସ୍ବର୍ଗୀୟ ସୁଯୋଗ ଦେବାକୁ ଯାଉଛି ପର୍ଯ୍ୟଟନ ବିଭାଗ।
ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଦେଇଥିବା ସୂଚନା ଅନୁଯାୟୀ ‘ସପ୍ତାହନ୍ତ ପର୍ଯ୍ୟଟନ’ ବିକାଶ ପାଇଁ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ବହୁ ଦୂର ରହିଥିବାରୁ କର୍ମବ୍ୟସ୍ତତା ଭିତରେ ପର୍ଯ୍ୟଟକମାନେ ଭ୍ରମଣ କରିବା ସମ୍ଭବ ହେଉନାହିଁ। ଏଣୁ ୨ ଘଣ୍ଟାର ଯାତ୍ରା କରି ପର୍ଯ୍ୟଟନ ସ୍ଥଳ ବୁଲିବା ଓ ରାତ୍ରିଯାପନ ଆଦି କରି ତା’ ପର ଦିନ ଘରକୁ ଫେରି ଅଫିସ୍ କାର୍ଯ୍ୟରେ ଯୋଗ ଦେବା ଭଳି ଭିତ୍ତିଭୂମି ବିକାଶ କରିବ ପର୍ଯ୍ୟଟନ ବିଭାଗ। ସପ୍ତାହନ୍ତରେ ସେ ଯେତେବେଳେ ଚାହିଁବେ ସେତେବେଳେ ଯାଇ ବୁଲି ଆସି ପାରିବେ। ଏନେଇ ହୋଟେଲ, ଗେଷ୍ଟହାଉସ୍ଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳରେ ଘର ଭଡ଼ା ଆଦି ବ୍ୟବସ୍ଥା ସହ ପର୍ଯ୍ୟଟନ ପାଇଁ ଅତ୍ୟାଧୁନିକ ଭିତ୍ତିଭୂମିକୁ ବିକଶିତ କରାଯିବ।
କେରଳରେ କାରାଭାନ୍ ପର୍ଯ୍ୟଟନ ବେଶ୍ ସଫଳ ହୋଇଥିବାରୁ ଏହାକୁ ଦେଖି ଓଡ଼ିଶାରେ କାରାଭାନ୍ ପର୍ଯ୍ୟଟନର ଭିତ୍ତିଭୂମି ବିକାଶ ପାଇଁ ଯୋଜନା ବହୁ ଆଗରୁ ଚାଲିଛି। ବର୍ତ୍ତମାନ ‘ବିଳାଓପୂର୍ଣ୍ଣ ନୌକାବିହାର ପର୍ଯ୍ୟଟନ’ ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିନ୍ତା କରାଯାଉଛି। ଏହି ନୌକା ଭିତରେ ପର୍ଯ୍ୟଟକଙ୍କ ପାଇଁ ଶୟନକକ୍ଷ, ଶୌଚାଳୟ, ରୋଷେଇ ଘର, ଲିଭିଂ ରୁମ୍ ଆଦି ରହିବା ସହ ସମସ୍ତ ପ୍ରକାର ବିଳାଓପୂର୍ଣ୍ଣ ସାମଗ୍ରୀ ଉପଲବ୍ଧ ହେବ।
ଏଥିସହ ପର୍ଯ୍ୟଟନର ବିକାଶ ପାଇଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଅଧିକ ଗୁରୁତ୍ବ ଦିଆଯିବ। ସିଙ୍ଗାପୁର ଓ ଥାଇଲାଣ୍ଡକୁ ସିଧା ବିମାନ ସଂଯୋଗ ହେବାକୁ ଯାଉଥିବା ବେଳେ ଉଡ଼ାଣ ଯୋଜନାରେ ଅଧିକରୁ ଅଧିକ ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଯୋଜନା ରହିଛି। ଏଥିସହ ଗଞ୍ଜାମ ଜିଲ୍ଲାରେ ଏକ ବିମାନବନ୍ଦର କରାଯିବାର ପ୍ରସ୍ତାବ ରହିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l