ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଧୁରା ରହିଗଲା ଡାକ୍ତର ହେବାର ସ୍ବପ୍ନ: ରବିନାଙ୍କୁ ଝୁରୁଛି ଗାଁ, ପରିବାର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ସୋର (ଅଭୟ ପତ୍ରୀ): ନିଜ ପାଇଁ ଓ ପରିବାର ପାଇଁ ଅନେକ କିଛି କରିବାର ସ୍ବପ୍ନ ଦେଖିଥିଲେ। ବାପାଙ୍କୁ ହରାଇବା ପରେ ବି ଭାଙ୍ଗି ନପଡ଼ି ନିଜ ଲକ୍ଷ୍ୟପଥରେ ଅଗ୍ରସର ହେଉଥିଲେ। ହେଲେ ନିୟତିର କ୍ରୂର ପରିହାସ। କଞ୍ଚା ବୟସରେ ନେଇଗଲା ଜୀବନ। କନ୍ୟାଶ୍ରମରେ ରହି ପାଠ ପଢ଼ୁଥିବା ବେଳେ ମାରାତ୍ମକ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ର ଶିକାର ହୋଇ ଆରପାରିକୁ ଚାଲିଯିବା ପରେ ଘରେ ଏବେ କାନ୍ଦବୋବାଳି ପଡ଼ିଛି।

ନୀଳଗିରି ଥାନା ଡହାଣିମରା ଗ୍ରାମର ସ୍ବର୍ଗତ ପ୍ରହଲ୍ଲାଦ ସିଂ’ଙ୍କ ତିନି ଝିଅ। ବଡ଼ଝିଅ ବନ୍ଦନା, ମଝିଆଁ ଝିଅ ଚନ୍ଦନା ଓ ସାନ ଝିଅ ରବିନା। ରବିନା ଘରର ସମସ୍ତଙ୍କର ପ୍ରିୟ ଥିଲେ। ବଡ଼ ଓ ମଝିଆଁ ଝିଅଙ୍କ ବାହାଘର ପରେ ପ୍ରହଲ୍ଲାଦ ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ମାଆ ବତୀ ସିଂ ପର ଘରେ କାମ କରି ଚଳୁଥିଲେ। ସାନଝିଅକୁ କିପରି ମଣିଷ କରିବେ, ସେଥିପାଇଁ ସବୁ ସୁଖ ଭୁଲିଯାଇଥିଲେ। ଝିଅକୁ ଭଲ ପାଠ ପଢ଼େଇବେ। ସେ ଚାକିରି କରିବ ବୋଲି ଆଶା ରଖିଥିଲେ। ତେଣୁ ୪ ବର୍ଷ ତଳେ ସୋର ପୌରପାଳିକା ଅଧୀନ ପୁରୁବାଈ କନ୍ୟାଶ୍ରମରେ ରବିନାଙ୍କୁ ଭର୍ତ୍ତି କରିଥିଲେ। ଷଷ୍ଠ ଶ୍ରେଣୀରେ ତାଙ୍କର ନାମ ଲେଖା ହେଲା। ଡାହାଣିମରାର ପିଉସୀ ମୁଗୁନି ସିଂ ରବିନାଙ୍କ ପାଠପଢ଼ା କଥା ବୁଝୁଥିଲେ। ପ୍ରତିମାସ ଆଶ୍ରମରେ ଭେଟି ତା’ର ଭଲମନ୍ଦ କଥା ପଚାରୁଥିଲେ। ରବିନା ବି ଅନେକ ସ୍ବପ୍ନ ଦେଖିଥିଲେ। ନିଜ ପାଇଁ, ପରିବାର ପାଇଁ କିଛି କରିବାକୁ ଶପଥ ନେଇଥିଲେ। ଯେତେ ଦୁଃଖ ଆସିଲେ ବି ସେ ଭାଙ୍ଗି ନପଡ଼ି ସେଗୁଡ଼ିକର ସାମ୍ନା କରୁଥିଲେ। କହୁଥିଲେ, ବଡ଼ ହେଲେ ଡାକ୍ତର ହେବେ।

ହେଲେ ହଠାତ୍‌ ସବୁ ଓଲଟପାଲଟ ହୋଇଗଲା। କଞ୍ଚା ବୟସରେ ରବିନାଙ୍କ ଆୟୁଷ ସରିଗଲା। କନ୍ୟାଶ୍ରମରେ ରହି ନବମ ଶ୍ରେଣୀରେ ପଢୁଥିବା ରବିନାଙ୍କ ଗତ ୧୬ ତାରିଖ ଦିନ ଦ୍ୱିପ୍ରହରରେ ବାନ୍ତି ‌ହେଲା। ଆଶ୍ରମ କର୍ତ୍ତୃପକ୍ଷ ରବିନାଙ୍କୁ ସୋର ଡାକ୍ତରଖାନା ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଡାକ୍ତରଖାନା ସ୍ଥାନାନ୍ତର କରାଗଲା। ହେଲେ ବିଡ଼ମ୍ବନା‌; ଚିକିତ୍ସାଧୀନ ଅବସ୍ଥାରେ ରବିନା ଆଖି ବୁଜିଲେ। କୁହାଗଲା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ସଂକ୍ରମଣ ଯୋଗୁ ତାଙ୍କର ଜୀବନ ଗଲା। ପିଉସୀ ମୁଗୁନିଙ୍କ ଘରେ ଏକ ଉତ୍ସବ ଚାଲିଥିବା ବେଳେ ରବିନାଙ୍କ ମୃତ୍ୟୁ ଖବର ପହଞ୍ଚିଥିଲା। ପରିବାର ଲୋକ ବାଲେଶ୍ୱର ଡାକ୍ତରଖାନା ଯାଇ ରବିନାଙ୍କ ଶବ ଆଣିଲେ। ଗାଁ’ରେ ଶୋକାକୁଳ ପରିବେଶ, କାନ୍ଦବୋବାଳିରେ ପୂରା ଗାଁ’ ଫାଟିପଡ଼ୁଥିଲା।

ତେବେ ପରିବାର ଲୋକ କନ୍ୟାଶ୍ରମ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ସେମାନଙ୍କ ଝିଅ ଆଖି ବୁଜିଲା ଓ ଆଶ୍ରମର ଅସ୍ବାସ୍ଥ୍ୟକର ପରିବେଶରେ ଜନ୍ମ ନେଇଥିବା ମଶା କାମୁଡ଼ିବା ଦ୍ବାରା ଝିଅକୁ ମାରାତ୍ମକ‌ ରୋଗ ହେଲା ବୋଲି ଅଭିଯୋଗ କରିଛନ୍ତି। ଅସ୍ବାସ୍ଥ୍ୟକର ପରିବେଶରେ ପିଲାଙ୍କୁ ରଖି ସେମାନଙ୍କ ଜୀବନ ସହ ଖେଳ‌ ଖେଳାଯାଉଛି ବୋଲି ଅଭିଯୋଗ କରିଛନ୍ତି ପରିବାର। ଏହାସହିତ ରବିନାଙ୍କ ମୃତ୍ୟୁର ଉଚିତ ତଦନ୍ତ କରାଯିବାକୁ ମଧ୍ୟ ସେମାନେ ଦାବି ଉଠାଇଛନ୍ତି। ଅନ୍ୟପଟେ ଢ଼େଙ୍କାନାଳ ଜିଲ୍ଲାର ମାନବ ଅଧିକାର କର୍ମୀ ଭଜମନ ବିଶ୍ୱାଳ ମଧ୍ୟ ରବିନାଙ୍କ ମୃତ୍ୟୁର ଉଚିତ ତଦନ୍ତ କରାଯିବା ସହ ତାଙ୍କ ପରିବାରକୁ ଅନୁକମ୍ପା ରାଶି ଦିଆଯାଉ ବୋଲି ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଦାବି କରିଥିବା ଜଣାପଡ଼ିଛି।

ରବିନା ଆଉ ଏ ଦୁନିଆରେ ନାହାନ୍ତି। ହେଲେ ସେ ଦେଖିଥିବା ସ୍ବପ୍ନ ପରିବାର ଲୋକ, ଗାଁ ଲୋକଙ୍କୁ ଆନ୍ଦୋଳିତ କରୁଛି। ଏହି ଘଟଣାରୁ ସବୁ ଆଶ୍ରମ କର୍ତ୍ତୃପକ୍ଷ ଶିକ୍ଷା ଗ୍ରହଣ କରିବା ଉଚିତ। ଯେଉଁଠି ଛାତ୍ରଛାତ୍ରୀମାନେ ରହି ଜୀବନ ଗଢ଼ୁଛନ୍ତି, ସେହି ପରିବେଶକୁ କିପରି ସୁରକ୍ଷିତ ଓ ସଫାସୁତରା ରଖାଯିବ, ସେ ନେଇ ସମସ୍ତେ ଯତ୍ନବାନ ହୁଅନ୍ତୁ ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।