ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପୁରୀ/ସାକ୍ଷୀଗୋପାଳ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜି ଲ୍ଲା ସତ୍ୟବାଦୀ ବ୍ଲକ୍ ସୁଆଣ୍ଡୋ ପ୍ରକଳ୍ପର ଗୁରୁବାର ଦିନ ଲୋକାର୍ପଣ କରାଯାଇଛି।ଏହି ଅବସରରେ ଓଡ଼ିଶାର ବରପୁତ୍ରମାନଙ୍କ ଜନ୍ମପୀଠର ବିକାଶ କରାଯିବ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁବାର ସକାଳେ ହେଲିକପ୍ଟର ଯୋଗେ ସୁଆଣ୍ଡୋ ଗାଁରେ ପହଞ୍ଚି ପ୍ରଥମେ ଗୋପବନ୍ଧୁଙ୍କ ଷଠିଘରର ଲୋକାର୍ପଣ କରିଥିଲେ। ଏହାପରେ ଗୋପବନ୍ଧୁଙ୍କ ୧୫ ଫୁଟ୍ ଉଚ୍ଚତାର ପୂର୍ଣ୍ଣାବୟବ ବ୍ରୋଞ୍ଜ୍ ପ୍ରତିମୂର୍ତ୍ତି (ସର୍ବୋଚ୍ଚ ବୋଲି କୁହାଯାଉଛି)କୁ ଅନାବରଣ କରିଥିଲେ। ଏଥିସହିତ, ଗୋପବନ୍ଧୁ ସଂଗ୍ରହାଳୟକୁ ଉଦ୍ଘାଟନ କରିଥିଲେ।

ସଂଗ୍ରହାଳୟ ନିକଟ ପଡ଼ିଆରେ ଆୟୋଜିତ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଉତ୍କଳମଣି ଥିଲେ ମାନବ ସମାଜର ମଣି। ତାଙ୍କ ତ୍ୟାଗ, ଦେଶଭକ୍ତି, ସେବା ଓ ଜାତି ପ୍ରୀତିର ତୁଳନା ନାହିଁ। ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ଓଡ଼ିଶାର ଶିକ୍ଷା, ସାହିତ୍ୟ, ସଂସ୍କୃତି, ରାଜନୀତି, ସେବା ଓ ମାନବିକତାର ସେ ନୂଆକୀର୍ତ୍ତି ସ୍ଥାପନ କରିଥିଲେ। ଓଡ଼ିଶାରେ ଜାତୀୟବାଦୀ ଚେତନାର ବିକାଶର ସେ ଥିଲେ କର୍ଣ୍ଣଧାର। ‘ଭୋଗ ନୁହେଁ, ତ୍ୟାଗ ହିଁ ମହାନ, ସେବା ହିଁ ଶ୍ରେଷ୍ଠ’-ଏହା ଥିଲା ଗୋପବନ୍ଧୁଙ୍କ ଜୀବନର ବାର୍ତ୍ତା। ସେ ସର୍ବଦା ଆମ ପାଇଁ ପ୍ରେରଣା ହୋଇ ରହିଛନ୍ତି ଓ ରହିବେ। ଗୋପବନ୍ଧୁଙ୍କ ସେ ଦିନର ‘ଭାର୍ଗବୀ ସଂକଳ୍ପ’କୁ ଆମେ ଜୀବନର ବ୍ରତ କରି ଏକ ନୂଆ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ କାମ କରି ଚାଲିବା।
ଉତ୍କଳମଣିଙ୍କ ତ୍ୟାଗ, ସେବାର ତୁଳନା ନାହିଁ
ଗୋପବନ୍ଧୁଙ୍କ ସର୍ବୋଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଲୋକାର୍ପିତ
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଗୋପବନ୍ଧୁଙ୍କ ସ୍ମୃତିରକ୍ଷା ପାଇଁ ଯେତେ ଯାହା କଲେ ବି କମ୍ ହେବ। ୫-ଟି ମିସନରେ ଓଡ଼ିଶାର ବରପୁତ୍ରମାନଙ୍କ ଜନ୍ମପୀଠର ବିକାଶ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହିଅବସରରେ ମୁଖ୍ୟମନ୍ତ୍ରୀ ସୁଆଣ୍ଡୋ ପ୍ରକଳ୍ପର ବିକାଶ ପାଇଁ ଗୋପବନ୍ଧୁଙ୍କ ଦାୟାଦ, ସୁଆଣ୍ଡୋ ଗ୍ରାମବାସୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପୁରୀର ପୂର୍ବତନ ଓ ବର୍ତ୍ତମାନର ଜିଲ୍ଲାପାଳଙ୍କୁ ଧନବାଦ ଜଣାଇଥିଲେ। ଶୈଳବାଳା ଦାସ, ସୁଚେତା ଦାସ, ପ୍ରଭାତୀ ଦାସଙ୍କ ସମେତ ଗୋପବନ୍ଧୁଙ୍କ ୭ଜଣ ସମ୍ପର୍କୀୟଙ୍କୁ ମୁଖ୍ୟମନ୍ତ୍ରୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ରୁପାର ତାରକସି କାରିଗରୀ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଗୋପବନ୍ଧୁଙ୍କ ନାତି ଧୀରେନ୍ଦ୍ର କୁମାର ଦାସ ଉତ୍କଳମଣିଙ୍କ ଜନ୍ମପୀଠର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ସାଂସଦ ପିନାକୀ ମିଶ୍ର, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ ନିରଞ୍ଜନ ରଥ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବିଭିନ୍ନ କ୍ଷେତ୍ରରେ ଓଡିଶାର ରୂପାନ୍ତର ଉପରେ ଆଲୋକପାତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ଲୋକସଭା ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ପୁରୀ ଜିଲ୍ଲା ପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ, ଉପସଭାପତି ସ୍ୱାଧୀନ ନାୟକ, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ‘ସମାଜ’ ସମ୍ପାଦକ କାନନ ବିହାରୀ ଦାଶ, ୫-ଟି ସଚିବ ଭି କେ ପାଣ୍ଡିଆନ୍, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଡ. ମୃତ୍ୟୁଞ୍ଜୟ ରଥ ସଭା ସଂଯୋଜନା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୨୫ କୋଟି ଟଙ୍କାରେ ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ଗାଁର ପୂର୍ଣ୍ଣ ବିକାଶ କରାଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l