ରାଜନୀତି ରାଜ୍ୟ

ସୁରଙ୍କ ପରିବାର ରାଜନୀତି ଚର୍ଚ୍ଚା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପାରିବାରିକ ରାଜନୀତିକୁ ନେଇ ଆଜି ଦିନସା‌ରା ଚର୍ଚ୍ଚା ଲାଗି ରହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ସୁର ଆଗକୁ ତାଙ୍କ ସାନ ପୁଅ ଜଟଣୀରୁ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛନ୍ତି। ମାତ୍ର ତାଙ୍କ ବଡ଼ ପୁଅ ମଧ୍ୟ ରାଜନୀତି ପ୍ରତି ଆଗ୍ରହ ଦେଖାଇବାକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ଶ୍ରୀ ରାଉତରାୟ କହିଛନ୍ତି ଯେ ଏଥର ଆଉ ମୁଁ ନିର୍ବାଚନ ଲଢ଼ିବିନି। ମତେ ୮୦ ଛୁଇଁଲାଣି। ପୂର୍ବରୁ ଏ ସଂକ୍ରାନ୍ତରେ ଘୋଷଣା କରିସାରିଛି। ମୋ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ଜଟଣୀ ମଇଦାନକୁ ଓହ୍ଲାଇବ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସାକ୍ଷାତ ନେଇ ଶ୍ରୀ ରାଉତରାୟ କହିଛନ୍ତି ଯେ ଏହା ଏକ ‌ସୌଜନ୍ୟମୂଳକ ସାକ୍ଷାତ ଥିଲା। ପୁଅ ସିଦ୍ଧାର୍ଥ ଯେଉଁ ପାହାଡ଼ ଚଢ଼ି ରେକର୍ଡ କରିଛି, ଏହାର ସଫଳତା ବିଷୟରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲି। ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ ପୁଅ ବିଷୟରେ ଜାଣି ଖୁସି ହୋଇଥିଲେ। ମାତ୍ର ସେଠାରେ କୌଣସି ରାଜ‌ନୈତିକ ଆଲୋଚନା ହୋଇନାହିଁ। ସାନ ପୁଅ କଂଗ୍ରେସ ଟିକେଟ୍‌ରେ ଜଟଣୀରୁ ଲଢ଼ିବ ବୋଲି ସେ କହିଛନ୍ତି।

ଅପରପକ୍ଷରେ ସୁରଙ୍କ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ମଧ୍ୟ ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଛନ୍ତି। ଆମେରିକା‌ର ଏକ ପ୍ରତିଷ୍ଠିତ କମ୍ପାନିର ଉଚ୍ଚ ପଦବିରେ କାର୍ଯ୍ୟ କରୁଛନ୍ତି। ସିଦ୍ଧାର୍ଥ କହିଛନ୍ତି ଯେ ବାପାଙ୍କ ହିସାବରେ ନୁହେଁ, ନିଜେ ନିଷ୍ପତ୍ତି ନେଇ ଆଗକୁ ବଢ଼ିବି। ବିଧାୟକ ହେବାକୁ ଚାହିଁବି, ମାତ୍ର ଜଟଣୀ ନିର୍ବାଚନମଣ୍ଡଳୀରୁ ନ‌ୁହେଁ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ ସେ ପ୍ରଶଂସା କରିଛନ୍ତି। ସିଦ୍ଧାର୍ଥଙ୍କ ଏହି ବୟାନରୁ ସେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି। ଏପରିକି ସେ ବିଜେଡି ଟିକେଟ୍‌ରେ ଖୋର୍ଧା, ବେଗୁନିଆ କିମ୍ବା ଭୁବନେଶ୍ବରର କୌଣସି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର