ରାଜ୍ୟ ସ୍ପେଶାଲ ରିପୋର୍ଟ

ଭିଣୋଇଙ୍କୁ ଅପହରଣ ଅଭିଯୋଗରେ ପୁଲିସ ଏସ୍‌ଆଇ ଗିରଫ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : ଭିଣୋଇଙ୍କୁ ଅପହରଣ କରିବା ସହ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ପୁଲିସ ବାବୁ। ଏଭଳି ‌ଅଭିଯୋଗରେ ଗିରଫ ହେବା ସହିତ ଜେଲ୍ ଯାଇଛନ୍ତି ପୁରୀ କୁମ୍ଭାରପଡା ଥାନା ସବ୍‌ଇନ୍ସପେକ୍ଟର ଚିତ୍ତ ରଞ୍ଜନ ଦାସ। ବଡମ୍ବା ଥାନାରେ ଅପହରଣ ମାମଲାରେ ମାମଲା ରୁଜୁ କରିବା ସହିତ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୋଗ ଅନୁଯାୟୀ ବଡ଼ମ୍ବା ଥାନା ଅନ୍ତର୍ଗତ ରଗଡିପଡା ଗ୍ରାମର ଚିତ୍ତ ରଂଜନ ନାୟକ ନରସିଂହପୁର ବ୍ଲକ୍‌ର ଚମ୍ପେଶ୍ବର ଗ୍ରାମର ଅନୁପମାଙ୍କୁ ବିବାହ କରିଥିଲେ। ୨୦୧୯, ମେ ୧୮ତାରିଖରେ ଉଭୟଙ୍କ ବିବାହ ହୋଇଥିଲା। ତେବେ ବିବାହ ପରେ ଅନୁପମାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିବା ସଂପର୍କରେ ଅନୁପମାଙ୍କ ବାପଘର ଲୋକଙ୍କ ଅଭିଯୋଗ କ୍ରମେ ଗତବର୍ଷ ଜୁନ ମାସରେ ମାମଲା ରଜୁ ହୋଇଥିଲା। ତେବେ ଘଟଣାରେ ଆପୋସ ବୁଝାମଣା ପାଇଁ ଉଭୟ ପରିବାରବର୍ଗଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିବାବେଳେ ପୁଅ ଘର ପରିବାର ଏଥିରେ ରାଜି ହେଉନଥିବା କୁହାଯାଉଛି। ଏଭଳି ସ୍ଥିତିରେ ଗତକାଲି ଅନୁପମାଙ୍କ ଭାଇ ତଥା ପୁରୀ କୁମ୍ଭାରପଡା ଥାନା ସବ୍‌ଇନ୍ସପେକ୍ଟର ଚିତ୍ତରଂଜନ ଦାସ ଭିଣୋଇଙ୍କୁ ତାଙ୍କ ରଗଡିପଡାସ୍ଥିତ ଘରୁ ଅପହରଣ କରିନେଇ ମାଡପିଟ କରିଥିବା ସଂକ୍ରାନ୍ତରେ ବଡମ୍ବା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ଚିତ୍ତଙ୍କୁ ଗିରଫ କରି‌ କୋର୍ଟ ଚାଲାଣ କରିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।