ରାଜ୍ୟ

‘ଏକ ଭାରତ ଶ୍ରେଷ୍ଠ ଭାରତ-ଯୁବ ସଂଗମ’ କାର୍ଯ୍ୟକ୍ରମରେ ଓଡ଼ିଶା ଆସୁଛନ୍ତି ସିକିମ ଛାତ୍ରଛାତ୍ରୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ରାଉରକେଲା : ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଛି ‘ଏକ ଭାରତ ଶ୍ରେଷ୍ଠ ଭାରତ – ଯୁବ ସଂଗମ’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ପାଇଁ ଏନ୍‌ଆଇଟି ରାଉରକେଲା ଓ ଏନ୍‌ଆଇଟି ସିକିମକୁ ନୋଡାଲ୍‌ ପ୍ରତିଷ୍ଠାନ ଭାବେ ଚୟନ କରାଯାଇଛି। ଏନ୍‌ଆଇଟି ରାଉରକେଲା ପକ୍ଷରୁ ସିକିମର ଯୁବକଯୁବତୀଙ୍କ ପାଇଁ ପାଞ୍ଚଦିନିଆ ଓଡ଼ିଶା ଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସିକିମ ଏନ୍‌ଆଇଟିର ୨୫ ଜଣ ଛାତ୍ରଛାତ୍ରୀ ଓ ୫ ଜଣ ଅଧ୍ୟାପକ/କର୍ମଚାରୀ ଫେବ୍ରୁଆରି ୨୫ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। ଏନ୍‌ଆଇଟି ରାଉରକେଲାର ‘ଏକ ଭାରତ ଶ୍ରେଷ୍ଠ ଭାରତ’ ସଂଯୋଜକମାନେ ସେମାନଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲି ଦେଖାଇବେ। ସିକିମର ଯୁବପ୍ରତିନିଧିମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନ ସ୍ଥଳୀ, ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ପରିଦର୍ଶନ କରିବେ। ଏହାଛଡ଼ା ରାଉରକେଲା ଏନ୍‌ଆଇଟି ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୮ରୁ ୩୦ ବର୍ଷ ବୟସ୍କ ୪୦ ଜଣ ଯୁବପ୍ରତିନିଧିଙ୍କୁ ଚୟନ କରାଯାଇଛି। ଏମାନଙ୍କ ମଧ୍ୟରେ ଏନ୍‌ଏସ୍‌ଏସ୍‌ ଓ ଏନ୍‌ୱାଇକେଏସ୍‌ ସ୍ବେଚ୍ଛାସେବୀ, ଛାତ୍ରଛାତ୍ରୀ, ଚାକିରି କରିଥିବା ଓ ସ୍ବାବଲମ୍ବୀ ଯୁବକଯୁବତୀ ସାମିଲ ରହିଛନ୍ତି। ଏମାନେ ମାର୍ଚ୍ଚ ପହିଲାରୁ ୭ ତାରିଖ ପର୍ଯ୍ୟନ୍ତ ସିକିମ ଗସ୍ତରେ ଯିବେ।

ଯୁବ ସଂଗମ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଉଛି। ନାଗରିକ ସମ୍ପର୍କ, ବିଶେଷ କରି ଉତ୍ତରପୂର୍ବ ଭାରତର ଯୁବବର୍ଗଙ୍କ ସହିତ ଦେଶର ଅନ୍ୟ ରାଜ୍ୟର ଯୁବବର୍ଗଙ୍କ ସମ୍ପର୍କ ଯୋଡ଼ିବା ଏହାର ଉଦ୍ଦେଶ୍ୟ। ଏହାଦ୍ବାରା ଆୟୋଜକ ରାଜ୍ୟରେ ଜୀବନର ବିଭିନ୍ନ ସ୍ବରୂପ, ବିକାଶର ମାଇଲଖୁଣ୍ଟ, ସାମ୍ପ୍ରତିକ ଉପଲବ୍ଧି ଏବଂ ଯୁବପିଢ଼ିଙ୍କ ସମ୍ପର୍କ ବିଷୟରେ ଯୁବପ୍ରତିନିଧିମାନେ ଅନୁଭୂତି ହାସଲ କରିପାରିବେ। ଭ୍ରମଣ, ରହଣି ଓ ଖାଦ୍ୟପାନୀୟ ବାବଦରେ ଛାତ୍ରଛାତ୍ରୀ କିମ୍ବା ଆୟୋଜକ ପ୍ରତିଷ୍ଠାନକୁ କୌଣସି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

ଗସ୍ତ ସମୟରେ ଅଂଶଗ୍ରହଣକାରୀମାନେ ଓଡ଼ିଶାର ବିଭିନ୍ନ ଐତିହ୍ୟ ସ୍ଥାନ, କ୍ରୀଡ଼ା ଭିତ୍ତିଭୂମି, ଶିଳ୍ପ, ଧାର୍ମିକ କେନ୍ଦ୍ର, ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ ଏବଂ ମାଣ୍ଡିଆ, ବାଜରା ଜାତୀୟ ଶସ୍ୟ ଉତ୍ପାଦନରେ ନିୟୋଜିତ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ସହିତ ଆଲୋଚନା କରିବେ। ସେମାନେ ମଧ୍ୟ ଓଡ଼ିଶାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବେ ଓ ରାଜ୍ୟର ସମୃଦ୍ଧ ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ। ଯୁବ ସଂଗମ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା-ସିକିମର ନୋଡାଲ ଅଧିକାରୀ ଭାବେ ଏନ୍‌ଆଇଟି ରାଉରକେଲାର ପ୍ରଫେସର ୱିନୀ ରାଉତରାୟ ଏବଂ ଏନ୍‌ଆଇଟି ସିକିମର ଅତିରିକ୍ତ ରେଜିଷ୍ଟ୍ରାର ଶ୍ରୀ ରାମ ନେପାଲଙ୍କୁ ଦାୟିତ୍ବ ଦିଆଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।