ରାଜ୍ୟ ସ୍ପେଶାଲ ରିପୋର୍ଟ

ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ସୁଧବିହୀନ ଋଣର ସୁବିଧା ନିଅ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଚାଷ କ୍ଷେତ୍ରରେ ଋଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ଫସଲ ଋଣର ସିଂହଭାଗ ସମବାୟ ବ୍ୟାଙ୍କଗୁଡ଼ିକ ହିଁ ଦେଇଥାନ୍ତି। ଚାଷୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦେଉଛନ୍ତି। ଏହି ସୁଧବିହୀନ ଋଣର ସୁବିଧା ନେଇ କୃଷିର ବିକାଶରେ ଭାଗୀଦାର ହେବାକୁ ରାଜ୍ୟସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ୍ ସେବା ଏବଂ ଋଣ କର୍ମଶାଳା ଉଦ୍‌ଘାଟନୀ ଉତ୍ସବରେ ଭିଡିଓ ବାର୍ତ୍ତାରେ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଓୟୁଏଟିର ସ୍ବାମୀନାଥନ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମବାୟ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ କୃଷି ଋଣ ସହଜ ଏବଂ ସୁଲଭରେ ଉପଲବ୍ଧ କରିବା ପାଇଁ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ବିନାସୁଧରେ ଏବଂ ଏକ ଲକ୍ଷରୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ୨ ପ୍ରତିଶତ ସୁଧରେ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ପ୍ୟାକ୍ସ ଓ ଲ୍ୟାମ୍ପସ୍‌ ଭଲ କାମ କରୁଛନ୍ତି। ପ୍ରତ୍ୟେକ ଚାଷୀ ପରିବାରକୁ ସମବାୟ ଆନ୍ଦୋଳନର ପରିସରଭୁକ୍ତ କରିବା ସମବାୟ ଆନ୍ଦୋଳନର ଲକ୍ଷ୍ୟ। କୃଷି ଉତ୍ପାଦନରେ ଓଡ଼ିଶା ରେକର୍ଡ କରିଛି। ରାଜ୍ୟକୁ ପାଞ୍ଚଥର କୃଷିକର୍ମଣ ପୁରସ୍କାର ମିଳିଛି। ‘କାଳିଆ’ ଯୋଜନା ଓ ‘ବଳରାମ’ ଯୋଜନା ଚାଷ ଓ ଚାଷୀର ଉନ୍ନତି ସାଧନ କରି ବେଶ୍‌ ସଫଳତା ପାଇଛି। ୫-‘ଟି’ର ଉପଯୋଗ କରି ସମବାୟ କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବାକୁ ପଡ଼ିବ।

ସମ୍ମାନିତ ଅତିଥି ଉନ୍ନୟନ କମିସନର ଓ କୃଷି ଉତ୍ପାଦନ କମିସନର ପ୍ରଦୀପ ଜେନା କହିଥିଲେ, କୃଷି ଋଣର ୭୫ ପ୍ରତିଶତ ସମବାୟ ବ୍ୟାଙ୍କମାନେ ହିଁ ଯୋଗାଉଛନ୍ତି। ଓଡ଼ିଶାକୁ ଅଗ୍ରଣୀ କୃଷିଭିତ୍ତିକ ରାଜ୍ୟ ଭାବେ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ଦେବାରେ ସମବାୟ ବ୍ୟାଙ୍କଗୁଡ଼ିକ ଯତ୍ନବାନ ହେବା ଜରୁରୀ। ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚଢ଼ା କହିଥିଲେ, ଚାଷକୁ ଲାଭଜନକ କରିବା ଆଜି ଜରୁରୀ ହୋଇପଡ଼ିଛି। ଚାଷ ପାଇଁ ବ୍ୟୟକୁ କମାଇବାକୁ ପଡ଼ିବ। ସେଥିପାଇଁ ଚାଷୀମାନେ ସାହୁକାରମାନଙ୍କଠାରୁ ଋଣ ନନେଇ ସମବାୟ ଋଣ ନେଟ୍‌ୱର୍କକୁ ଆସିବାକୁ ପଡ଼ିବ। ରାଜ୍ୟର ସମସ୍ତ ମାଇକ୍ରୋ ଏଟିଏମ୍‌କୁ କାର୍ଯ୍ୟକ୍ଷମ କରାଯିବ। ପ୍ୟାକ୍ସକୁ ଅଧିକ ବିକଶିତ ଓ ପ୍ରଭାବୀ କରିବା ପାଇଁ ଉନ୍ନତ ପ୍ରଶିକ୍ଷଣର ବ୍ୟବସ୍ଥା ହେବ। ପ୍ୟାକ୍ସର କମ୍ପ୍ୟୁଟରୀକରଣ ସହିତ ରାଜ୍ୟରେ ୧୨୦୦ ନୂଆ ପ୍ୟାକ୍ସ ଗଠନ କରାଯିବ। ନାବାର୍ଡ ସାଧାରଣ ପରିଚାଳକ ସତ୍ୟରଞ୍ଜନ ପଣ୍ଡା କହିଲେ ନାବାର୍ଡ ବ୍ୟାଙ୍କ ସମବାୟ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରହି ରାଜ୍ୟର ଚାଷୀମାନଙ୍କୁ କୃଷି ଋଣ ଦେବାରେ ମୁଖ୍ୟ ଭୂମିକା ନେଇପାରିଛି।

ଓୟୁଏଟିର ସଂପ୍ରସାରଣ ବିଭାଗ ଡିନ୍‌ ପ୍ରସନଜିତ୍‌ ମିଶ୍ର କହିଥିଲେ, ଓୟୁଏଟି ପ୍ରତିଷ୍ଠା ହେବା ପରଠାରୁ କୃଷିର ଉନ୍ନତି ପାଇଁ ପ୍ରୟାସରତ ରହିଛି। ଚାଷୀମାନଙ୍କ ପାଖରେ ଉନ୍ନତ ଜ୍ଞାନକୌଶଳ ପହଞ୍ଚାଇଛି। କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ବିନା ଖର୍ଚ୍ଚରେ ଚାଷୀମାନଙ୍କୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଓ ଜ୍ଞାନକୌଶଳ ଯୋଗାଇବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି। ରାଜ୍ୟର ପ୍ରାୟ ଦେଢ଼ଲକ୍ଷ ଚାଷୀଙ୍କୁ ଓୟୁଏଟିର କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ଉତ୍ପାଦନ, ବିପଣନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯାଇପାରିଛି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ। ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ରେଣୁପ୍ରଭା ନାୟକ ସ୍ୱାଗତ ଭାଷଣ ଓ ସମବାୟ ସମିତି ନିବନ୍ଧକ ଶ୍ରୀ ଉଦ୍ଧବ ମାଝୀ ଧନ୍ୟବାଦ ଦେଇଥିଲେ। ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ଜିଲ୍ଲାସ୍ତରୀୟ ଉତ୍ସବ ଏବଂ କର୍ମଶାଳା ଅନୁଷ୍ଠିତ ହେବ। ମାର୍ଚ୍ଚ ଶେଷ ସୁଦ୍ଧା ଗ୍ରାମପଞ୍ଚାୟତ ସ୍ତରରେ ପ୍ରାଥମିକ କୃଷି ଋଣ ସମବାୟ ସମିତି (ପ୍ୟାକ୍ସ)ମାନେ ଜନସଂପର୍କ ଅଭିଯାନ ଓ କର୍ମଶାଳାର ଆୟୋଜନ କରିବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।