ରାଜ୍ୟ

୬୬ ହଜାର ଜେଏଲଜିକୁ ମିଳିନି ବଳରାମର ଲାଭ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ରାଜ୍ୟରେ ସମୁଦାୟ ଚାଷୀଙ୍କ ସଂଖ୍ୟା ୪୮ ଲକ୍ଷ ୬୫ ହଜାର ୮୫୦। ଏଥିରୁ ଅନ୍ୟ ଜମିରେ ଚାଷ କରୁଥିବା ଚାଷୀଙ୍କ ସଂଖ୍ୟା ୨.୮୩ ଲକ୍ଷ। ବଳରାମ ଯୋଜନାରେ ସେମାନଙ୍କୁ ଋଣ ପ୍ରଦାନ ପାଇଁ ଜେଏଲଜି ଗଠନ କରାଯାଇଛି। ପ୍ରତ୍ୟେକ ମିଳିତ ଦେୟ ଗୋଷ୍ଠୀକୁ ୧.୬ ଲକ୍ଷ ଟଙ୍କା ଦିଆଯାଏ। ୨୦୨୦ରୁ ୨୦୨୨ ମସିହା ମଧ୍ୟରେ ସମୁଦାୟ ୭୯ ହଜାର ୩୧୬ ମିଳିତ ଦେୟ ଗୋଷ୍ଠୀ ଗଠନ କରାଯାଇଛି। ଏମାନଙ୍କ ମଧ୍ୟରୁ ମାତ୍ର ୧୨ ହଜାର ୪୯୭ ମିଳିତ ଦେୟ ଗୋଷ୍ଠୀକୁ ୯୮.୬୬ କୋଟି ଟଙ୍କା ବ୍ୟାଙ୍କ ମାଧ୍ୟମରେ ଋଣ ପ୍ରଦାନ କରାଯାଇଛି। ଅର୍ଥାତ ୬୬ ହଜାର ୮୧୯ ଜେଏଲଜିକୁ ବଳରାମ ଯୋଜନାରେ ଋଣ ମିଳିନାହିଁ।

ସେହିଭଳି କାଳିଆ ଯୋଜନା ପ୍ରଚଳନ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ସମୁଦାୟ ୪୧ ହଜାର ୦୮ ହଜାର ୯୫୨ ଜଣ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏବଂ ୧୮ ଲକ୍ଷ ୬୯ ହଜାର ୫୨୯ ଭୂମିହୀନ କୃଷି ପରିବାରକୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଯେଉଁ ଚାଷୀ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରି ନାହାନ୍ତି ସେମାନେ କାଳିଆ ୱେବ ପୋର୍ଟାଲରେ ଉପଲବ୍ଧ ଥିବା ଅନଲାଇନ ପ୍ରତିକାର ବ୍ୟବସ୍ଥା ମାଧ୍ୟମରେ ସମସ୍ତ ଦସ୍ତାବିଜ ସହ ଆବେଦନ କରିପାରିବେ। ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଣତାରକା ପ୍ରଶ୍ନରେ ଏହି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।