ରାଜ୍ୟ

ମୁଖ୍ୟମନ୍ତ୍ରୀ ଭୁଆଁ ବୁଲାଉଛନ୍ତି: ଜୟନାରାୟଣ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ନବ ଦାସ ହତ୍ୟାକାଣ୍ଡର ୨୪ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଲା। ମୁଖ୍ୟମନ୍ତ୍ରୀଙ୍କର ଲୋକ ଯେଉଁ କାଗଜ ଦେଲେ ତାକୁ ସେ ପଢ଼ିଦେଲେ। ତା’ଭିତରେ କ’ଣ ଅଛି ପଚାରିଲେ କହିପାରିବେନି। ମୁଖ୍ୟମନ୍ତ୍ରୀ ଆଜି ଯାହା କହିଲେ ସେଥିରେ କିଛି ନୂତନତ୍ବ ନାହିଁ। ସେ କ୍ରାଇମବ୍ରାଞ୍ଚ ତଦନ୍ତ କଥା କହିଛନ୍ତି। ହେଲେ ହତ୍ୟାର ଉଦ୍ଦେଶ୍ୟ କ’ଣ, ହତ୍ୟା ପଛରେ କିଏ ଅଛି ଏ ଦିଗରେ କ୍ରାଇମବ୍ରାଞ୍ଚ ଆଦୌ ତଦନ୍ତ କରୁନାହିଁ। ମୁଖ୍ୟମନ୍ତ୍ରୀ ଏଫ୍‌ବିଆଇ କଥା କହୁଛନ୍ତି। ସେ ଆମେରିକା ସଂସ୍ଥାକୁ ବିଶ୍ବାସ କରୁଛନ୍ତି, କିନ୍ତୁ ସିବିଆଇକୁ ବିଶ୍ବାସ କରିପାରୁନାହାନ୍ତି। ସବୁ ଟେଷ୍ଟ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ହେବ। ଯଦି ଏହି ହତ୍ୟାକାଣ୍ଡ ପଛରେ କିଏ ଅଛି ଯଦି ସିବିଆଇ ତଦନ୍ତ କରନ୍ତା ତେବେ କ’ଣ କ୍ଷତି ହୁଅନ୍ତା।

ମୁଖ୍ୟମନ୍ତ୍ରୀ ଗୃହରେ କହିଛନ୍ତି ଯେ ସରକାର ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ, ଏହାପରେ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସଙ୍କୁ ଦାୟିତ୍ବ ଦେଇଛନ୍ତି। ଏହା ସଂପୂର୍ଣ୍ଣ ମିଛ କଥା। ପୂର୍ବରୁ ପରୀ କେସ୍‌ରେ ହାଇକୋର୍ଟ କହିଥିଲେ ରାଜ୍ୟ ସରକାର ଆମକୁ କିଛି ଚିଠି ଦେଇନାହାନ୍ତି। ତେଣୁ ଏଥିପାଇଁ ହାଇକୋର୍ଟର ଗୋଟିଏ ସ୍ବତନ୍ତ୍ର ଜୁଡିସିଆଲ୍ ଅର୍ଡର ହେବାର ଆବଶ୍ୟକତା ରହିଛି। ଧାରା ୨୨୬ରେ ହାଇକୋର୍ଟ ଗୋଟିଏ ଜୁଡିସିଆଲ୍ ଅର୍ଡର କରିବେ, ସେଥିରେ ବିଭିନ୍ନ ସର୍ତ୍ତ ଧାର୍ଯ୍ୟ ହେବା ଦରକାର। କେଉଁ କେଉଁ ଆଧାରରେ ତଦନ୍ତ ହେବ, କେଉଁ କେଉଁ ବିଷୟରେ ତଦନ୍ତ ହେବ ତାହା ହାଇକୋର୍ଟ ଉଲ୍ଲେଖ କରିବେ। କିନ୍ତୁ ଏଇଟା କିଛି ହୋଇନି। ମୁଖ୍ୟମନ୍ତ୍ରୀ ଭୁଆଁ ବୁଲାଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।