ରାଜ୍ୟ ସ୍ପେଶାଲ ରିପୋର୍ଟ

ଦିବ୍ୟାଙ୍ଗଙ୍କ ପାଇଁ ବିଶ୍ବବିଦ୍ୟାଳୟରେ ନାହିଁ ବ୍ୟାଟେରି ଚାଳିତ ଯାନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : କ୍ୟାମ୍ପସରେ ୧୨୭ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ। ମାତ୍ର ସେମାନଙ୍କ ଲାଗି ଏପର୍ଯ୍ୟନ୍ତ କୌଣସି ବ୍ୟାଟେରି ଚାଳିତ ଯାନ ପ୍ରଚଳନ କରାଯାଇ ନାହିଁ। ଉତ୍କଳ ବିଶ୍ବବିଦ୍ୟାଳୟରେ ୭୮ ଦିବ୍ୟାଙ୍ଗଙ୍କ ଲାଗି ମଧ୍ୟ କୌଣସି ସୁବିଧା କରାଯାଇ ନାହିଁ। ସେପଟେ ଫକୀର ମୋହନ ବିଶ୍ବବିଦ୍ୟାଳୟରେ ୬ଜଣ ଦିବ୍ୟାଙ୍ଗ ପିଲା ଥିବା ବେଳେ ୪ଟି ବ୍ୟାଟେରି ଚାଳିତ ଯାନ ଉପଲବ୍ଧ ଅଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ୩୨ ପିଲାଙ୍କ ଲାଗି ୨ଟି ହୁଇଲ୍‌ ଚେୟାର ବ୍ୟବସ୍ଥା ହୋଇଛି। ମାତ୍ର ଇ-ଭେଇକିଲ୍‌ର ସୁବିଧା ନାହିଁ।

ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ୮୭ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଶିକ୍ଷାନୁଷ୍ଠାନ ପକ୍ଷରୁ ୟୁକୋ ବ୍ୟାଙ୍କ କ୍ୟାମ୍ପସ ଓ ହିଣ୍ଡାଲକୋକୁ ସାହାଯ୍ୟ ପାଇଁ ଅନୁରୋଧ କରାଯାଇଛି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ୭ଜଣ ପିଲାଙ୍କ ସୁବିଧା ଲାଗି ଟ୍ରାଇ-ସାଇକେଲ୍‌, ରୢାମ୍ପ ବ୍ୟବସ୍ଥା, ଦିବ୍ୟାଙ୍ଗଙ୍କ ଉପଯୋଗୀ ଶୌଚାଳୟ, ଲାଇବ୍ରେରିରେ ବ୍ରେଲି ଲିପିର ବ୍ୟବସ୍ଥା ହୋଇଛି। ମାତ୍ର ବ୍ୟାଟେରି ଚାଳିତ ଯାନ ପ୍ରଚଳନ କରାଯାଇ ନ ଥିବା ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।