ରାଜ୍ୟ

ଖାଇବାରେ ମାସକୁ ଲକ୍ଷେ, ମାହୁନ୍ତ ଦରମା ଲକ୍ଷେ: ମହେନ୍ଦ୍ର, ରାଜକୁମାର କେଉଁ କାମକୁ?

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଅନୁଗୁଳ : ମହାବଳକୁ ଜଗିବା ପାଇଁ ଶିମିଳିପାଳରୁ ଆସିଥିଲେ ଦୁଇ ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାର। ମହାବଳ ହାତୀଙ୍କୁ କେବେ ଆକ୍ରମଣକରେ ନାହିଁ। ତେଣୁ ମହାବଳ ପ୍ରକଳ୍ପ ପାଇଁ ଦୁଇ କୁମ୍‌କୀ ହାତୀଙ୍କର ଆବଶ୍ୟକତା ପଡ଼ିଥିଲା। ଏବେ କିନ୍ତୁ ସାତକୋଶିଆରେ ମହାବଳ ନ ଥିବା ବେଳେ ପୋଷା ଚାଲିଥିବା ମହେନ୍ଦ୍ର ଓ ରାଜକୁମାର କେଉଁ କାମକୁ ବୋଲି ପ୍ରଶ୍ନ ଉଠିଛି।

ସୂଚନା ମୁତାବକ, ମହେନ୍ଦ୍ର ଓ ରାଜକୁମାର ସମ୍ପର୍କରେ ବାପ-ପୁଅ। କୁମ୍‌କୀ ହାତୀଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ୨୦୦୧ମସିହାରେ ଓଡ଼ିଶା ସରକାର କର୍ଣ୍ଣାଟକରୁ ମହେନ୍ଦ୍ରକୁ ଓଡ଼ିଶାକୁ ଅଣାଯାଇଥିଲା। ସମୟ କ୍ରମେ ମହେନ୍ଦ୍ର ଶିମିଳିପାଳର ଅତିଥି ହୋଇ ପାଳିତ ପରିବାରର ସଦସ୍ୟ ବନି ଯାଇଥିଲା। ମହେନ୍ଦ୍ରର ଔରସରୁ ଜନ୍ମ ନେଇଥିଲା ରାଜକୁମାର। ପାଞ୍ଚବର୍ଷ ତଳେ ସାତକୋଶିଆ ଅଭୟାରଣ୍ୟରେ ଯେବେ ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ଆରମ୍ଭ ହେଲା, ସେତେବେଳେ ବାଘ ପାଇଁ ପୋଷା ହାତୀର ଆବଶ୍ୟକତା ଅନୁଭବ ହେଲା। ପ୍ରକୃତିର ନିୟମ ଅନୁଯାୟୀ ହାତୀକୁ ମହାବଳ ଆକ୍ରମଣ କରେ ନାହିଁ। ତେଣୁ ପୋଷା ହାତୀ ଉପରେ ବସି ମହାବଳକୁ ଅତି ପାଖରୁ ଦେଖିବା ପାଇଁ ଏହି ଦୁଇ ବାପ-ପୁଅ ପୋଷା ହାତୀଙ୍କୁ ଶିମିଳିପାଳରୁ ଆଣିବାକୁ ନିଷ୍ପତ୍ତି ହେଲା।

ସେତେବେଳେ ଏହି ଦୁଇ ହାତୀ କିନ୍ତୁ ଶିମିଳିପାଳ ଛାଡ଼ିବାକୁ ନାରାଜ ଥିଲେ। ସ୍ଥାନୀୟ ଲୋକେ ମଧ୍ୟ ହାତୀ ସ୍ଥାନାନ୍ତରକୁ ବିରୋଧ କରିଥିଲେ। ବହୁ କସରତ ପରେ ୨୦୧୮ରେ ଦୁଇ ହାତୀଙ୍କୁ ଟ୍ରକ୍‌ ଯୋଗେ ଶିମିଳିପାଳରୁ ସାତକୋଶିଆକୁ ଅଣାଯାଇଥିଲା। ଯେଉଁ ଉଦ୍ଦେଶ୍ୟରେ ଏ ଦୁଇ ହାତୀ ଆସିଥିଲେ, ତାହା ସାକାର ହେଲା ନାହିଁ। ହାତୀଙ୍କ ଉପସ୍ଥିତି ସତ୍ତ୍ବେ ସାତକୋଶିଆରେ ଅଣ୍ଡିରା ମହାବଳ ଶିକାର ହେଲା। ଅଣ୍ଡିରା ମହାବଳର ମୃତ୍ୟୁ ସାତକୋଶିଆର ମହାବଳ ପ୍ରଜନନ ପ୍ରକଳ୍ପକୁ ବଡ଼ ଝଟ୍‌କା ଦେଇଥିଲା। ତା ପରେ ପରେ ବାଘୁଣୀ ‘ସୁନ୍ଦରୀର ଉନ୍ମତ୍ତକାଣ୍ଡ ପୂରା ପ୍ରକଳ୍ପକୁ ଫେଲ୍‌ କରିଦେଲା।

ମହାବଳ ପ୍ରକଳ୍ପ ସିନା ସାତକୋଶିଆରେ ଫେଲ୍ ମାରି ସ୍ଥଗିତ ହୋଇଗଲା, କିନ୍ତୁ ଶିମିଳିପାଳରୁ ଆସିଥିବା ଦୁଇ ହାତୀ ସେବେ‌ଠାରୁ ସାତକୋଶିଆରେ ରହି ଆସୁଛନ୍ତି।

ମହାବଳ କାମରେ ଦୁଇ ହାତୀ ନ ଆସିଲେ ନାହିଁ, ହାତୀଙ୍କୁ ଜଙ୍ଗଲ ପାଟ୍ରୋଲିଂରେ ଲଗାଇବା ନଚେତ ସାତକୋଶିଆର ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ଉଭୟଙ୍କ ଉପଯୋଗ କରାଯାଇ ପାରନ୍ତା ବୋଲି ମତପ୍ରକାଶ ପାଇଛି। କିନ୍ତୁ, ବନ ବିଭାଗ ମାସିକ ପ୍ରାୟ ଏକ ଲକ୍ଷ ଟଙ୍କା ସେମାନଙ୍କ ଖାଦ୍ୟରେ ଖର୍ଚ୍ଚ କରୁଥିବା ବେଳେ ସେମାନଙ୍କୁ କୌଣସି କାମରେ ଉପଯୋଗ କରା ନଯିବା ଘୋଡ଼ା ଛ ଟଙ୍କାକୁ ଦାନା ନ ଟଙ୍କା ସଦୃଶ ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।