ରାଜ୍ୟ ସ୍ପେଶାଲ ରିପୋର୍ଟ

ଭୁବନେଶ୍ବର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କରୁ ୨୧କୋଟି ପାଇବା ଅପେକ୍ଷାରେ ଜମାକାରୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଭୁବନେଶ୍ବର ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସକୁ ଆର୍‌ବିଆଇ ପ୍ରତ୍ୟାହାର କରିନେବାରୁ ନିବନ୍ଧକ, ସମବାୟ ସମିତି ସମୂହ, ଓଡ଼ିଶାଙ୍କ ଆଦେଶ ସଂଖ୍ୟା ୮୮୭୦, ତା‌ ୧୫.୦୫.୨୦୧୫ ଦ୍ବାରା ଉକ୍ତ ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କକୁ ସମାପିତ କରାଯାଇଛି। ଏହାପରେ ରିଜର୍ଭ ବ୍ୟାଙ୍କର ନିଜସ୍ବ ସହଯୋଗୀ ସଂସ୍ଥା ଡିପୋଜିଟ୍ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ୍‌ଙ୍କ ନିୟମ ଅନୁଯାୟୀ, ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାକାରୀଙ୍କୁ ଜମାରାଶି ପ୍ରଦାନ ପାଇଁ ଏହି ସଂସ୍ଥାର ମଞ୍ଜୁରପ୍ରାପ୍ତ ୧୫,୧୬,୫୯,୩୬୫.୧୭ଟଙ୍କା ମଧ୍ୟରୁ ୧୦,୧୮,୨୭,୭୧୪.୩୨ ଟଙ୍କା ଜମାକାରୀଙ୍କୁ ଫେରସ୍ତ କରାଯାଇଛି। ଏହାବ୍ୟତୀତ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଜମାରାଣି ଥିବା ଜମାକାରୀଙ୍କୁ ୧,୯୦,୮୦,୨୭୦.୦୮ ଟଙ୍କା ଫେରସ୍ତ କରାଯାଇଛି।

ବ୍ୟାଙ୍କରେ ବର୍ତ୍ତମାନ ସୁଦ୍ଧା ଜମାକାରୀଙ୍କର ଜମାରାଶି ବାବଦକୁ ୨୧କୋଟି ୬୧ଲକ୍ଷ ୭୩ହଜାର ଟଙ୍କା ଓ ସଭ୍ୟମାନଙ୍କର ଅଂଶଧନ ବାବଦକୁ ୬୩,୦୪,୦୬୯ଟଙ୍କା ‌େଫରସ୍ତ ପାଇବାକୁ ଅଛି। ସେହିପରି ବ୍ୟାଙ୍କର ଅନାଦେୟ ଋଣ ଆଦାୟ କରିବା ପାଇଁ ବିଭିନ୍ନ ଅଦାଲତରେ ଏବଂ ଇଓଡବ୍ଲ୍ୟୁରେ ତଦନ୍ତାଧୀନ ଥିବା ଋଣ ମାମଲାଗୁଡ଼ିକର ଫଇସଲା ପାଇଁ ପଦକ୍ଷେପ ନିଆଯାଉଛି, ଚିହ୍ନିତ ହୋଇନଥିବା ଜମାଖାତାଗୁଡ଼ିକର ତାଲିକା ଖବରକାଗଜରେ ପ୍ରକାଶ କରି ଜମାରାଶି ଫେରସ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ। ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ଲିଖିତ ଉତ୍ତର ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।