ରାଜନୀତି ରାଜ୍ୟ

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ,ଜୟନାରାୟଣଙ୍କ ବିରୋଧୀ ଦଳ ନେତା ପଦ ପ୍ରତ୍ୟାହାର ଲାଗି ବିଜେଡି ବିଧାୟିକାଙ୍କ ଦାବି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ଆରମ୍ଭରୁ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ। ନବ ଦାସ ହତ୍ୟା ମାମଲାକୁ ନେଇ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ପରେ ଗୃହକାର୍ଯ୍ୟ ଚାଲି ନପାରିବାରୁ ଦିନ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ କଲେ ବାଚସ୍ପତି। ଏହାପରେ ଶାସକ ବିଜୁ ଜନତା ଦଳର ସମସ୍ତ ମହିଳା ବିଧାୟକ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ଭେଟି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇବାକୁ ଦାବି କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ ଜୟନାରାୟଣ ଗୃହରେ ରହିଲେ ମହିଳା ସୁରକ୍ଷିତ ନୁହେଁ। ତେଣୁ ତୁରନ୍ତ ଜୟ ନାରାୟଣଙ୍କ ନିକଟରୁ ବିରୋଧି ଦଳର ନେତା ଅନୁମୋଦନକୁ ପ୍ରତ୍ୟାହାର କରାଯାଉ। ବିଜେଡି ମହିଳା ବିଧାୟକଙ୍କ ଦାବି ସଂପର୍କରେ ଗଶମାଧ୍ୟମକୁ ସୂଚନା ଦେଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ। ସେ କହିଛନ୍ତି, ଜୟନାରାୟଣ ଜଣେ ଅପରାଧୀ। ତାଙ୍କର ମାନସିକ ସ୍ଥିତି ଭଲ ନାହିଁ। ବିରୋଧୀ  ଦଳ ନେତା ପଦରୁ ତାଙ୍କୁ ଅଣସ୍ବୀକୃତ କରାଯାଉ।

ତେଣେ ପିପିଲି ବିଧାୟକ ରୁଦ୍ର ମହାରଥୀ ମଧ୍ୟ ଅନୁରୂପ ଦାବି ଦୋହରାଇଛନ୍ତି। ସେ କହିଛନ୍ତି, ମୁଁ ପଦ୍ମପୁର ଉପନିର୍ବାଚନ ଦାୟିତ୍ୱ ରେ ଥିଲି। ସେ ସମୟରେ ପାର୍ଟିର ରଣନୀତି ବିଷୟରେ ଆଲୋଚନା  ସ୍ବର୍ଗତ ନବ କିଶୋର ଦାସ କହିଥିଲେ ଯେ ତାଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଓ ଜୟନାରାୟ ମିଶ୍ର ତାଙ୍କୁ ଧମକ ଦେଉଛନ୍ତି। ପଦ୍ମପୁର ଉପନିର୍ବାଚନକୁ ନ ଆସିବା ପାଇଁ ଓ  ଦୁରେଇ ରହିବା ପାଇଁ ଚାପ ପକାଉଛନ୍ତି । ସେତବେଳେ ସେ କହିଥିଲେ ମୁଁ କାହାକୁ ଡରେ ନାହିଁ ଏବଂ ସେ ନିର୍ବାଚନର ଦାୟିତ୍ୱ ନେଇଥିଲେ। ତେଣୁ  ତାଙ୍କ ହତ୍ୟାରେ ଉଠି ନା କୋଉଠି ଜୟନାରାୟଣ ମିଶ୍ର ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପୃକ୍ତି ସଂନ୍ଦେହେ ଘେରରେ ରହୁଛି।  ଜୟନାରାୟଣ ମିଶ୍ରଙ୍କ ନାମରେ ୧୬ଟି ଅପରାଧିକ ମାମଲା ରହିଛି। ତାଙ୍କ ଉପସ୍ଥିତିରେ  ବିଧାନସଭାରେ ଆମେ ସୁରକ୍ଷିତ ନାହୁଁ। ବାଚସ୍ପତି ଙ୍କୁ ଭେଟିଛୁ ଆମେ ଗୃହରେ ସୁରକ୍ଷିତ ନୁହେଁ ବୋଲି ଜଣାଇଛୁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର