ରାଜ୍ୟ ସ୍ପେଶାଲ ରିପୋର୍ଟ

ସରକାରୀ ସ୍ତରରେ ଉଦ୍ୟମ ହେବା ଦରକାର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର: ୨୦୧୪ ମସିହା ଏପ୍ରିଲ ମାସରେ ଓଡ଼ିଆ ଭାଷା ‘ଶାସ୍ତ୍ରୀୟ ମାନ୍ୟତା’ ପାଇଥିଲା। ଏହା‌ ଭିତରେ ୯ବର୍ଷ ବିତି ଗଲାଣି। ହେଲେ ଆଜି କ’ଣ ଓଡ଼ିଆ ଭାଷା ସତରେ ଓଡ଼ିଆଙ୍କଠାରୁ ତା’ର ମର୍ଯ୍ୟାଦା ପାଇଛି? ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ବ୍ୟବହାର କରି ସମସ୍ତ ସରକାରୀ ଦସ୍ତାବିଜ୍‌ ଓଡ଼ିଆରେ କରାଯିବାକୁ ସରକାର ନିୟମ କରିଛନ୍ତି। ସତରେ କ’ଣ ଏହା ଠିକ୍‌ ଭାବେ ପାଳନ କରାଯାଉଛି? ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ସରକାରୀ ଦପ୍ତର ଓ ସମସ୍ତ ନାମଫଳକରେ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ କରାଯାଇଛି। ହେଲେ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ କ’ଣ ଏହାକୁ ମାନିଛନ୍ତି, କ’ଣ ନିର୍ଭୁଲ ଓଡ଼ିଆରେ ଆମେ ନାମଫଳକ ଦେଖିବାକୁ ପାଉଛେ? ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ୍‌ ଆଦି ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଭାଷା ଭଳି ଆମେ ଆମ ଓଡ଼ିଆ ଭାଷାର ବହୁଳ ବ୍ୟବହାର, ପ୍ରଚାର ପ୍ରସାର ଓ ଭାଷାକୁ ସମ୍ମାନ ଦେଇପାରିଛେ ତ? ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ କ’ଣ ଓଡ଼ିଆ ଭାଷା ଯେତିକି ଉନ୍ନତି କରିବା କଥା ସେତିକି କରିଛି? ଆଜି ‘ବିଶ୍ବ ମାତୃଭାଷା ଦିବସ’ ଅବସରରେ ଆମେ ଓଡ଼ିଆମାନେ ଓଡ଼ିଆ ଭାଷାକୁ ନେଇ କେତେ ବ୍ୟସ୍ତ, ଉତ୍ସାହିତ ଓ ଚିନ୍ତିତ… ରାଜଧାନୀର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମତାମତକୁ ନେଇ ଏହି ଉପସ୍ଥାପନା।

ସମସ୍ତଙ୍କ ମିଳିତ ଉଦ୍ୟମ ଦରକାର

ଆଉ ଏକ ଭାଷା ଆନ୍ଦୋଳନର ଆବଶ୍ୟକତା ପଡ଼ିଲାଣି। ସରକାର ଭାଷାକୁ ନେଇ ଯାହା ଘୋଷଣା କରୁଛନ୍ତି, ତାର କାର୍ଯ୍ୟକାରିତା ଉପରେ କୌଣସି ଯାଞ୍ଚ କରୁନାହାନ୍ତି। ଆଇନକାନୁନ କଡ଼ାକଡ଼ି ନ କରିବା ଯୋଗୁଁ ଭାଷାର ବ୍ୟବହାର ବିପର୍ଯ୍ୟସ୍ତ ଆଡ଼କୁ ଗତି କରୁଛି। ତେଣୁ ଭାଷାକୁ ବଞ୍ଚାଇବା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ।
ମନୋରଞ୍ଜନ ପଣ୍ଡା, ଅଧ୍ୟାପକ

ଉଚ୍ଚତର ପାଠ୍ୟକ୍ରମରେ ବ୍ୟବହାରିକ ଶିକ୍ଷା ଲୋଡ଼ା

ଓଡ଼ିଆ ଭାଷାର ଉନ୍ନତି ତା’ର ବ୍ୟବହାରିକ ଶିକ୍ଷା ଉପରେ ନିର୍ଭର କରେ। ତେଣୁ ଯୁଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରାଥମିକ ବିଦ୍ୟାଳୟଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଅଧିକ ତଥ୍ୟ ସମ୍ବଳିତ ଶବ୍ଦ ଯୋଗାଇବା ପାଇଁ ବ୍ୟବସ୍ଥା କରାଯିବା ଉଚିତ। ଏଥିପାଇଁ ପ୍ରାଥମିକ, ଗଣଶିକ୍ଷା ଓ ଉଚ୍ଚଶିକ୍ଷାସ୍ତରରେ ମୂଳ ସଂଗୋଷ୍ଠୀ କରି ସେହି ସ୍ତରର ପାଠ୍ୟକ୍ରମ ପୁନଃନିର୍ଦ୍ଧାରଣ ଓ ପ୍ରଚଳନ କରିବା ଉଚିତ।
ରମେଶଚନ୍ଦ୍ର ପାଣି, ସାଧାରଣ ସମ୍ପାଦକ, କେଦାରନାଥ ଗବେଷଣା ପ୍ରତିଷ୍ଠାନ

ସମସ୍ତେ ଆଦର କରିବା ଦରକାର

ଓଡ଼ିଆ ଭାଷା ଭାରତର ଅନ୍ୟତମ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ପରେ ଆମମାନଙ୍କର ଦାୟିତ୍ବ ବଢ଼ିଯାଇଛି। ତେଣୁ କାଦୁଆ ଫିଙ୍ଗାଫିଙ୍ଗି ନହୋଇ ସମସ୍ତେ ନିଜ ନିଜ ସ୍ତରରେ ଆମ ମାତୃଭାଷାର ଉନ୍ନତି ପାଇଁ ତାହାକୁ ଅଧିକରୁ ଅଧିକ ବ୍ୟବହାର କରିବା ଜରୁରୀ। ଆମେ ସମସ୍ତେ ନିଜ ମାତୃଭାଷାକୁ ମା’ ଭଳି ଆଦର କରିବା ଉଚିତ। ଆମକୁ କେବଳ ଗୋଟିଏ କଥା ସର୍ବଦା ମନେ ରଖିବାକୁ ହେବ, ‘ଆଉ ଯେତେ ଭାଷା ଶିଖୁଛ ଶିଖ, ନିଜ ମାତୃଭାଷା ମହତ ରଖ।’
ଦେବାଶିଷ ମହାପାତ୍ର, ଭାଷାତତ୍ତ୍ବବିତ୍‌

ସରକାରଙ୍କ ଗୁରୁଦାୟିତ୍ବ ରହିଛି

ବିଳମ୍ବରେ ହେଲେ ବି ଗତବର୍ଷ ଓଡ଼ିଆ ଭାଷାକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ମାନ୍ୟତା ଦେଇଛନ୍ତି। ତେଣୁ ଓଡ଼ିଆ ଭାଷାର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି। ତେବେ ଏହାକୁ ବଜାୟ ରଖିବା ଲାଗି ରାଜ୍ୟ ସରକାରଙ୍କ ଗୁରୁଦାୟିତ୍ବ ରହିଛି। ପ୍ରଥମେ ସରକାରୀ ସ୍ତରରେ ସବୁଠି ଓଡ଼ିଆ ଭାଷା କାର୍ଯ୍ୟକାରୀ ହେବା ଉଚିତ। ପ୍ରଶାସନିକସ୍ତରରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦିଆଯିବା ଉଚିତ। ସରକାରୀ କଟକଣା ରହିଲେ, ସବୁ ମହଲରେ ଓଡ଼ିଆ ଭାଷା ଶିକ୍ଷା ପ୍ରତି ଆଗ୍ରହ ସ୍ବତଃ ବଢ଼ିବ।
ଲିଙ୍ଗରାଜ ଦାଶ, ଆଇନଜୀବୀ

ପ୍ରତ୍ୟେକ ନାଗରିକ ସଚେତନ ହେବା ଆବଶ୍ୟକ

ଖାଲି ଓଡ଼ିଆରେ ନାମଫଳକ କିମ୍ବା ଖାତାଖତିଆନ୍‌ କରିଦେଲେ, ଭାଷାର ଉନ୍ନତି ହୋଇଯିବନି। ଏଥିପାଇଁ ପ୍ରତ୍ୟେକ ନାଗରିକଙ୍କୁ ସଚେତନ ହେବାକୁ ପଡ଼ିବ। ଆଜିକାଲି ଓଡ଼ିଆ ଭାଷାର ସୁରକ୍ଷା ନାଁରେ ବହୁଲୋକ ରାଜଧାନୀରେ ବସି ତାମସା ଚଳାଇଛନ୍ତି। ସେମାନେ ସରକାରଙ୍କୁ ଦୋଷ ଦେବାରେ ଯେତିକି ‌ସମୟ ନଷ୍ଟ କରୁଛନ୍ତି, ବ୍ୟକ୍ତିଗତ ସ୍ତରରେ ଯଦି ଟିକେ ଟିକେ ଉଦ୍ୟମ‌ କରନ୍ତେ, ଭଲ ହୁଅନ୍ତା। ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷାକୁ ବାଧ୍ୟତାମୂଳକ କରାଯାଇପାରିଲେ, ଭାଷାକୁ ନେଇ ଦେଖାଦେଇଥିବା ବହୁ ସମସ୍ୟାର ସମାଧାନ ହୋଇଯାଆନ୍ତା।
ରଶ୍ମି ପତି, ଶିକ୍ଷୟିତ୍ରୀ

ଶାସନ ଭାର ସମ୍ଭାଳୁଥିବା ଲୋକଙ୍କୁ ଓଡ଼ିଆ ଜଣାନାହିଁ

ଓଡ଼ିଆରେ ଶିକ୍ଷା ଦିଆଗଲେ ଓଡ଼ିଆ ଭାଷାର ମାନ ବଢ଼ିବ। ଟ୍ରାଫିକ୍ ନିୟମ ନ ମାନିଲେ ଯେମିତି ଦଣ୍ଡବିଧାନ ରହିଛି, ଓଡ଼ିଆରେ ନ ଲେଖିଲେ କିମ୍ବା ନ କହିଲେ, ଓଡ଼ିଆଙ୍କ ପାଇଁ ସେମିତି କିଛି ଦଣ୍ଡ ବିଧାନ କରାଯାଉ। ଦୁର୍ଭାଗ୍ୟର କଥା ହେଲା, ସରକାରୀ କଳରେ ରହି ରାଜ୍ୟର ଶାସନଭାର ସମ୍ଭାଳୁଥିବା ଲୋକଙ୍କୁ ତ ଭଲ ଭାବେ ଓଡ଼ିଆ ଆସେନି। ସେମାନଙ୍କ ହାତରେ ଓଡ଼ିଆର ଭାଗ୍ୟ ଭବିଷ୍ୟତ ଛାଡ଼ିବା ଉଚିତ ନୁହେଁ।
ସୁଶାନ୍ତ ଦାସ, ଅଧ୍ୟାପକ

ଭାଷା ଗୋଟିଏ ଜାତିର ପରିଚୟ

ଭାଷା ଗୋଟିଏ ଜାତିର ପରିଚୟ। ସବୁଲୋକ ଓଡ଼ିଆକୁ ନେଇ ଟିକିଏ ଟିକିଏ ସଚେତନ ହେଲେ ଆମ ଭାଷାକୁ କେବେ ବି ସଂକଟର ବାଦଲ ଢାଙ୍କିପାରିବ ନାହିଁ। ଦୁର୍ଭାଗ୍ୟର କଥା ହେଲା, ଓଡ଼ିଆ କହୁଥିବା ‌ଲୋକଙ୍କୁ ଅଧିକାରୀମାନେ ତୁଚ୍ଛ ‌ବୋଲି ଭାବୁଥିବାରୁ ଓଡ଼ିଆଙ୍କୁ ଚାକିରି ମିଳେ ନାହିଁ। ଓଏଏସ୍‌ ପରୀକ୍ଷା ଏଣିକି ଓଡ଼ିଆରେ ବି ହେବ ବୋଲି ସରକାର ଘୋଷଣା କଲେ, କିନ୍ତୁ ସେଥିପାଇଁ ପ୍ରସ୍ତୁତ ହେବା ପାଇଁ ଏଯାବତ୍‌ ପାଠ୍ୟପୁସ୍ତକ ବଜାରରେ ଉପଲବ୍ଧ ନାହିଁ।
ଗୀତାଞ୍ଜଳି ପଣ୍ଡା, ଶିକ୍ଷୟିତ୍ରୀ

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।