ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ରାଜ୍ୟରେ ଭିନ୍ନକ୍ଷମ ସାର୍ଟିଫିକେଟ୍ କେବଳ ୟୁଡିଆଇଡି(ଇମ୍ପ୍ଲିମେଣ୍ଟେସନ୍ ଅଫ ୟୁନିକ୍ ଡିଜାବିଲିଟି ଆଇଡେଣ୍ଟି) ଜରିଆରେ ମିଳିପାରିବ। ରାଜ୍ୟ ସରକାର ଏହାକୁ ବାଧ୍ୟତାମୂଳକ କରିଛନ୍ତି। ଏଥିପାଇଁ ସ୍ବୀକୃତିପ୍ରାପ୍ତ ମେଡିକାଲ କର୍ତୃପକ୍ଷଙ୍କ ଅନୁମୋଦନ ପରେ ଏହି ସାର୍ଟିଫିକେଟ୍ ପ୍ରଦାନ କରାଯାଉଛି। ଏଥିପାଇଁ ରାଜ୍ୟରେ ୩୨ଟି ମେଡିକାଲ ବୋର୍ଡ ରହିଛି। ମାତ୍ର ଅଧିକାଂଶ ସ୍ଥାନରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ କାରଣରୁ ସାର୍ଟିଫିକେଟ୍ ପ୍ରଦାନ ବିଳମ୍ବ ହେବାରେ ଲାଗିଛି। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ(ଏସ୍ଏସ୍ଇପିଡି) ଓ ସ୍ବାସ୍ଥ୍ୟ ବିଭାଗ ଭିତରେ ସମନ୍ବୟର ଅଭାବ ପାଇଁ ଏଭଳି ପରିସ୍ଥିତି ଉପୁଜୁଥିବା କୁହାଯାଉଛି।
ଦେଶ ତୁଳନାରେ ଓଡ଼ିଶାରେ ଭିନ୍ନକ୍ଷମ ହାର ଅଧିକ
ବାହାରୁ ଡାକ୍ତର ଆଣିବାକୁ ପଦକ୍ଷେପ ନେଉନାହାନ୍ତି ସିଡିଏମ୍ଓ
ଦେଶରେ ଭିନ୍ନକ୍ଷମତା ହାର ୨.୨% ଥିବା ବେଳେ ଓଡ଼ିଶାରେ ଏହା ୩.୨% ରହିଛି। ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ଜନସଂଖ୍ୟା ଯାହା ରହିଥିଲା, ଏବେ ତାହା ସାଢ଼େ ୪ କୋଟି ଛୁଇଁବ ବୋଲି ଅନୁମାନ କରାଯାଉଛି। ଏ ଦୃଷ୍ଟିରୁ ରାଜ୍ୟରେ ୧୫-୧୬ଲକ୍ଷ ଭିନ୍ନକ୍ଷମ ରହିଥିବା ରାଜ୍ୟ ସରକାର ବିଚାର କରୁଛନ୍ତି। ମାତ୍ର ସେମାନଙ୍କ ମଧ୍ୟରୁ ଅଧିକଂଶ ନିଜର ସାର୍ଟିଫିକେଟ୍ ପାଇନାହାନ୍ତି। ନିକଟରେ ୟୁଡିଆଇଡି ପୋର୍ଟାଲରେ ୯ଲକ୍ଷ ୮୬ହଜାର ୫୮୭ଜଣ ଆବେଦନ କରିଥିଲେ। ତହିଁରୁ ୫ଲକ୍ଷ ୭୪ହଜାର ୧୬୪ଜଣଙ୍କ ୟୁଡିଆଇଡି କାର୍ଡ ପ୍ରସ୍ତୁତ ହୋଇଥିବା ବେଳେ ୩ଲକ୍ଷ ୪୭ହଜାର ୫୧୯ ଆବେଦନ ଖାରଜ ହୋଇଛି। ବଳକା ୬୪୯୦୪ କାର୍ଡ ଜେନେରେଟ୍ ଅପେକ୍ଷାରେ ରହିଛି। ହେଲେ ଯେତିକି ୟୁଡିଆଇଡି କାର୍ଡ ପ୍ରସ୍ତୁତ ହୋଇଛି ତାହା ରାଜ୍ୟ ସରକାରଙ୍କ ଧାର୍ଯ୍ୟ ଭିନ୍ନକ୍ଷମ ଜନସଂଖ୍ୟାଠାରୁ ଯଥେଷ୍ଟ କମ୍। ଏଭଳି ପରିସ୍ଥିତିରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଯେଉଁ ସୁବିଧାସୁଯୋଗ ମିଳିବା କଥା ତାହା ସେମାନଙ୍କୁ ମିଳିପାରୁନାହିଁ।
ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ବିଲ୍-୨୦୧୬ ଅନୁସାରେ ଦେଶବ୍ୟାପୀ ୨୧ ପ୍ରକାରର ଭିନ୍ନକ୍ଷମତାକୁ ସ୍ବୀକୃତି ପ୍ରଦାନ କରାଯାଇଛି। ଏଥିରେ ଯେପରି କୌଣସି ପ୍ରକାର ଚଞ୍ଚକତା ହେବନାହିଁ ସେଥିପାଇଁ ରାଜ୍ୟବ୍ୟାପୀ ମେଡିକାଲ ବୋର୍ଡ ରହିଛି। ୩୦ଟି ଜିଲ୍ଲା ଓ କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ୍, ରାଉରକେଲାରେ ଏହା କାର୍ଯ୍ୟ କରୁଛି। ତେବେ ଏହି ବୋର୍ଡ ମାସକୁ ଥରେ ବସୁଛି। ଅନେକ ସମୟରେ ଭିନ୍ନକ୍ଷମ ସାର୍ଟିଫିକେଟ୍ ପାଇଁ ଆବେଦନ କରୁଥିବା ବ୍ୟକ୍ତି ବୋର୍ଡ ସମ୍ମୁଖକୁ ଆସୁନାହାନ୍ତି। ଯାହାଫଳରେ ସେମାନଙ୍କ ଆବେଦନ କାଟ୍ ଖାଉଛି। ସେହିପରି ଯେଉଁମାନଙ୍କ ପାଖରେ ମୋବାଇଲ ନମ୍ବର ନାହିଁ କିମ୍ବା ଅନ୍ୟ କାହାର ଦେଉଛନ୍ତି ସେମାନଙ୍କ ପାଖକୁ ଯାଉଥିବା ମେସେଜ୍ ସେମାନେ ପାଇପାରୁନାହାନ୍ତି। ତେଣୁ ସାର୍ଟିଫିକେଟ୍ ମିଳିବାରେ ବିଳମ୍ବ ହେଉଛି।
ତେବେ ଏଥିରେ ପ୍ରମୁଖ ସମସ୍ୟା ପାଲଟିଛି ବିଶେଷଜ୍ଞ ଡାକ୍ତରଙ୍କ ଅଭାବ। ଗତବର୍ଷ ରାଜ୍ୟ ସରକାର ବିଧାନସଭାରେ ଦେଇଥିବା ସୂଚନା ଅନୁସାରେ ରାଜ୍ୟରେ ୪୨% ଡାକ୍ତରୀ ପଦବି ଖାଲି ପଡ଼ିଛି। ଏଥିରେ ବିଶେଷଜ୍ଞଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ଏଭଳି ପରିସ୍ଥିତିରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ବିଲ୍ରେ ଯେଉଁ ୨୧ ପ୍ରକାରର ଭିନ୍ନକ୍ଷମତା ସଂପର୍କରେ ଉଲ୍ଲେଖ କରାଯାଇଛି ସେସବୁ ଭିନ୍ନକ୍ଷମ ବ୍ୟକ୍ତିମାନେ କିଭଳି ସାର୍ଟିଫିକେଟ୍ ପାଇବେ। ତେବେ ଯେଉଁ ଜିଲ୍ଲାଗୁଡ଼ିକରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଛି ସେସବୁ ମେଡିକାଲ ବୋର୍ଡ ଘରୋଇ ହସ୍ପିଟାଲରୁ ବିଶେଷଜ୍ଞ ଡାକ୍ତରଙ୍କୁ ଆଣି ବୋର୍ଡରେ ସାମିଲ କରିବାକୁ ଏସ୍ଏସ୍ଇପିଡି ବିଭାଗ ପକ୍ଷରୁ ଜାରି ଗାଇଡଲାଇନ୍ରେ ସ୍ପଷ୍ଟଭାବେ ଉଲ୍ଲେଖ ରହିଛି। ସେମାନଙ୍କୁ ଆବଶ୍ୟକ ଅର୍ଥ ଦେବାର ମଧ୍ୟ ବ୍ୟବସ୍ଥା ରହିଛି। ମାତ୍ର ସିଡିଏମ୍ଓମାନେ ଏହାକୁ ଆପଣାଇବାକୁ ପଛଘୁଞ୍ଚା ଦେଉଛନ୍ତି। ଯାହାଫଳରେ ବିଶେଷଜ୍ଞ ଡାକ୍ତରଙ୍କ ଯୋଗୁଁ ଆବେଦନକାରୀଙ୍କ ପରୀକ୍ଷାନିରୀକ୍ଷା ହୋଇପାରୁନାହିଁ।
ଏସ୍ଏସ୍ଇପିଡି ବିଭାଗର ଅଧିକାରୀ କହିଛନ୍ତି, ରାଜ୍ୟରେ ଭିନ୍ନକ୍ଷମମାନଙ୍କୁ ସାର୍ଟିଫିକେଟ୍ କେନ୍ଦ୍ର ସରକାର ୟୁଡିଆଇଡି ପୋର୍ଟାଲ ଜରିଆରେ ପ୍ରଦାନ କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ବ୍ଲକ୍ସ୍ତରରେ ମଧ୍ୟ କ୍ୟାମ୍ପ ଜରିଆରେ ଲୋକମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିବା ଲାଗି ବ୍ୟବସ୍ଥା କରୁଛନ୍ତି। ତେବେ ମେଡିକାଲ ବୋର୍ଡରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ପାଇଁ ତ୍ବରିତ ସାର୍ଟିଫିକେଟ୍ ପ୍ରଦାନ ସମ୍ଭବ ହେଉନାହିଁ। ମେଡିକାଲ ବୋର୍ଡ ମଧ୍ୟ ମାସକୁ ଥରେ ବଦଳରେ ସପ୍ତାହରେ ଥରେ ବସିଲେ ଏଥିରେ ଅନେକ ସୁଧାର ଆସିପାରିବ। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସବୁପ୍ରକାର ସୁବିଧା ପ୍ରଦାନ କରିବାରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ। ତେବେ ୟୁଡିଆଇଡି ପୋର୍ଟାଲରେ ଏତେ ସଂଖ୍ୟକ ଆବେଦପତ୍ର ଖାରଜ ହେବା ପଛରେ ମନଇଚ୍ଛା ଆବେଦନ ରହିଛି। ଯେଉଁମାନେ ଚଞ୍ଚକତା କରି ଏହି ସାର୍ଟିଫିକେଟ୍ ହାତେଇବାକୁ ଚାହୁଁଥିଲେ ତାହା ରୋକାଯାଇପାରିଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l