ଅପରାଧ ରାଜ୍ୟ

ଶ୍ବେତା ଆତ୍ମହତ୍ୟା ମାମଲା: ପୁରୁଷବନ୍ଧୁ ସୌମ୍ୟଜିତ୍‌ ଗିରଫ, ୬ ମାସର ଲୁଚକାଳି ଖେଳ ଶେଷ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଗତବର୍ଷ ଅଗଷ୍ଟ ୧୮ରେ ଘଟିଥିବା ବହୁଚର୍ଚ୍ଚିତ ସଫ୍‌ଟୱେର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀ ଆତ୍ମହତ୍ୟା ମାମଲାରେ କମିସନରେଟ୍‌ ପୁଲିସ ପୁରୁଷବନ୍ଧୁ ସୌମ୍ୟଜିତ୍‌ ମହାପାତ୍ରଙ୍କୁ ଗିରଫ କରିଛି। ବୁଧବାର ରାତିରେ ଚନ୍ଦ୍ରଶେଖରପୁର ଥାନାର ଏକ ଟିମ୍‌ ସମ୍ବଲପୁର ଅଇଁଠାପାଲି ଥାନା ବରେଇପାଲି ବଂଶୀଧରନଗରସ୍ଥିତ ନିଜ ଘରୁ ତାଙ୍କୁ ଉଠାଇଥିଲା। ମାନସିକ ନିର୍ଯାତନା ଦେଇ ଶ୍ବେତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗରେ ପୁଲିସ ୩୦୬ ଦଫା ବଳରେ ଗୁରୁବାର ଦିନ ସୌମ୍ୟଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ଖାରଜ ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଧିକ ତଦନ୍ତ ପାଇଁ ପୁଲିସ ସୌମ୍ୟଙ୍କ ଲାପଟପ୍‌ ଓ ମୋବାଇଲ୍‌ ଫୋନ୍‌ ଜବତ କରିଛି। ଏହି ମାମଲାରେ ପୁଲିସ ୧୫ ଜଣଙ୍କ ବୟାନ୍‌ ରେକର୍ଡ କରିବା ସହ ଶ୍ବେତାଙ୍କ ମୋବାଇଲ୍‌ କଲ୍‌ ରେକର୍ଡ, ଭିଡିଓ ଫୁଟେଜ୍ ଆଦିକୁ ପ୍ରମାଣ ଭାବେ ସଂଗ୍ରହ କରିଛି। ଏମିତିକି ସେତେବେଳେ ଭାଇରାଲ୍‌ ହୋଇଥିବା ଭଏସ୍‌ କଲ୍ ରେକର୍ଡ ଓ ଅନ୍ୟାନ୍ୟ ଭିଡିଓ ଫୁଟେଜ୍‌ସବୁକୁ ପୁଲିସ ପ୍ରାମାଣ ଭାବେ ରଖିଛି।

ଶ୍ବେତାଙ୍କ ଆତ୍ମହତ୍ୟା ଘଟଣା ପରେ ପରେ ତାଙ୍କ ସୁଇସାଇଡ୍‌ ନୋଟ୍‌କୁ ଆଧାର କରି ପୁଲିସ ସୌମ୍ୟଙ୍କୁ ଚନ୍ଦ୍ରଶେଖରପୁର ଥାନାକୁ ଆଣି ପଚରାଉଚରା କରିଥିଲା। ସେତେବେଳେ ମାନସିକସ୍ତରରେ ଭାଙ୍ଗିପଡ଼ିଥିବା ସୌମ୍ୟ ପରେ ପୁଲିସକୁ ତଦନ୍ତରେ ସବୁପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କୁ କିଛି ଦିନ ପାଇଁ ଛାଡ଼ିଦିଆଯାଉ ବୋଲି ଅନୁରୋଧ କରିଥିଲେ। ଏମିତିକି ତାଙ୍କ ପରିବାର ଲୋକେ ମଧ୍ୟ ତଦନ୍ତରେ ସହଯୋଗ କରିବେ ବୋଲି କହି ସୌମ୍ୟଙ୍କୁ ଥାନାରୁ ନେଇଯାଇଥିଲେ। ତେବେ ପରେ ସୌମ୍ୟ ଆଉ ପୁଲିସକୁ ଧରାଛୁଆଁ ଦେଇନଥିଲେ। ଆଗୁଆ ଜାମିନ ପାଇଁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହା ଭିତରେ ପୁଲିସ ତାଙ୍କୁ ଯେତେଥର ଡାକିଲେ ବି ସେ ଥାନାକୁ ଆସିବା ନାଁ ଧରିନଥିଲେ। ମାତ୍ର ହାଇକୋର୍ଟରୁ ତାଙ୍କୁ ଆଗୁଆ ଜାମିନ ମିଳିବା ବଦଳରେ ମିଳିଥିଲା ସର୍ତ୍ତମୂଳକ ଅନ୍ତରୀଣ ସୁରକ୍ଷା। ପୁଲିସ ତାଙ୍କୁ ଗିରଫ କରିପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ସୌମ୍ୟ ବି ପୁଲିସର ବିନା ଅନୁମତିରେ ବାହାରକୁ ଯାଇପାରିବେ ନାହିଁ ବୋଲି ସର୍ତ୍ତ ରଖିଥିଲେ। ଏଣେ ସୌମ୍ୟଙ୍କୁ ଗିରଫ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଥିଲେ ବି ପୁଲିସ ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଚୁପ୍‌ ରହିଥିଲା।

ଗତ ଦୁଇ ଦିନ ପୂର୍ବେ ସୌମ୍ୟଙ୍କୁ ହାଇକୋର୍ଟରୁ ମିଳିଥିବା ଅନ୍ତରୀଣ ସୁରକ୍ଷା ଅବଧି ସରିଯାଇଥିଲା। ଏହି ମଉକାକୁ ପୁଲିସ ଚାହିଁବସିଥିଲା। ଗତ ଦୁଇ ଦିନ ହେଲା ଚନ୍ଦ୍ରଶେଖରପୁର ଥାନାରୁ ଏକ ଟିମ୍‌ ଯାଇ ଅଇଁଠାପାଲିରେ ଡେରା ପକାଇଥିଲା। ସମ୍ବଲପୁର ପୁଲିସ ସହଯୋଗରେ ଅଭିଯୁକ୍ତ ସୌମ୍ୟ ଉପରେ ନଜର ରଖାଯାଇଥିଲା। ଅନ୍ତରୀଣ ସୁରକ୍ଷା ଅବଧି ସରିବା ପରେ ଗିରଫଦାରୀ ଭୟରେ ଜଣେ ସାଙ୍ଗ ଘରେ ଲୁଚିଥିବା ସୌମ୍ୟ ଘରେ ପୁଲିସ ଚଢ଼ଉ ନକରି ଅପେକ୍ଷା କରିଥିଲା। ବେଙ୍ଗାଲୁରୁ ଖସିଯିବାକୁ ଯୋଜନା କରିଥିବା ସୌମ୍ୟ ବୁଧବାର ବିଳମ୍ବିତ ରାତିରେ ଘରକୁ ଆସିଥିବା ବେଳେ ପୁଲିସ ଚଢ଼ଉ କରିଥିଲା। ଏମିତିରେ ସୌମ୍ୟଙ୍କ ଲୁଚକାଳି ଖେଳର ଯବନିକା ପଡ଼ିଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।