ରାଜ୍ୟ

ଭସାପୋଲରେ ଭାରୀଯାନ ପାଇଁ କଟକଣା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବ୍ରହ୍ମଗିରି : ବାରମ୍ବାର ଭସାପୋଲ ଯାତ୍ରୀଙ୍କ ସହିତ ମଝି ଚିଲିକାରେ ଅଟକି ରହୁଛି। ଏହି କାରଣରୁ ଘଣ୍ଟା ଘଣ୍ଟା ଧରି ଯାତ୍ରୀ ମଝି ଚିଲିକାରେ ନାକେଦମ ହେଉଛନ୍ତି। ଭସାପୋଲରେ ଲାଗିଥିବା ଦୁଇଟି ଇଞ୍ଜିନ୍‌ ମଧ୍ୟରୁ ଗୋଟିଏ ଠିକଣା ଭାବରେ କାମ କରୁନି। ତେଣୁ ଗୋଟିଏ ଇଞ୍ଜିନରେ ଭସାପୋଲ ଯାତ୍ରୀ ପରିବହନ କରୁଛି। ଭାରୀଯାନ ଭସାପୋଲରେ ଲଦା ହେବା ପରେ ଏହା ଆଉ ଟାଣୁନି। ଫଳରେ ଭସାପୋଲ ବାରମ୍ବାର ମଝି ଚିଲିକାରେ ଅଟକି ଯାଉଛି।

ସୂଚନାଯୋଗ୍ୟ ପ୍ରତିଦିନ ସାତପଡ଼ାରୁ ଜହ୍ନିକୁଦାକୁ ଏହି ଭସାପୋଲ ଚଳାଚଳ କରିଥାଏ। ବଡ଼ ଭସାପୋଲରେ ଦୁଇଟି ଇଞ୍ଜିନ ରହିଛି। ଫଳରେ ଏଥିରେ ଭାରୀଯାନ ସହିତ ଯାତ୍ରୀ ଯାତାୟାତ କରିଥାନ୍ତି। କିନ୍ତୁ ଏବେ ତିନି ଦିନ ହେଲାଣି ଗୋଟିଏ ଇଞ୍ଜିନ ଖରାପ ହୋଇଯାଇଛି। ତେଣୁ ଗତକାଲିଠାରୁ ସିଡିଏ ପକ୍ଷରୁ ଏହି ଭସାପୋଲରେ ଭାରୀଯାନ ପରିବହନକୁ ବାରଣ କରାଯାଇଛି। ଗୋଟିଏ ପଟେ ଭସାପୋଲ ଚ୍ୟାନେଲ ଖୋଳା ନ ହେବା ଏବଂ ଅନ୍ୟପଟେ ଚିଲିକାରେ ଜଳସ୍ତର କମିବା ଯୋଗୁ ଭସାପୋଲ ଅଟକୁଥିଲା। ଏବେ କିନ୍ତୁ ଭସାପୋଲର ଗୋଟିଏ ଇଞ୍ଜିନ କାମ କରୁନଥିବା ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ଏନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କର ଜଣେ ଅଧିକାରୀ କହିଛନ୍ତି ଯେ ଭସାପୋଲରେ ଗୋଟିଏ ଇଞ୍ଜିନ କାମ କରୁ ନ ଥିବାରୁ ଏହାର ମରାମତି କାମ ଆରମ୍ଭ ହୋଇଛି। ସେଥିପାଇଁ ଭାରୀଯାନ ଚଳାଚଳ ଉପରେ ସାମୟିକ ଭାବରେ କଟକଣା ଜାରି କରାଯାଇଛି। ଇଞ୍ଜିନ ମରାମତି ହେବା ପରେ ପୁଣି ଥରେ ଭାରୀଯାନ ପରିବହନ କରାଯିବ। ଏବେ କେବଳ ଯାତ୍ରୀ ପରିବହନ ଚାଲିଥିବା ଅଧିକାରୀ ଜଣକ କହିଛନ୍ତି।

ଅନ୍ୟପଟେ ଭାରୀଯାନ ଚଳାଚଳ ବନ୍ଦ ହେବା ପରେ ପୁରୀରୁ ଗଞ୍ଜାମକୁ ଯାତ୍ରୀ ପରିବହନ କରୁଥିବା ଦୁଇଟି ବସ୍‌ ସେବା ବନ୍ଦ ରହିଛି। ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟକୁ ଭସାପୋଲ ଓ ଡଙ୍ଗା ଯୋଗେ ଯାତ୍ରୀ ପରିବହନ ହୋଇଥାଏ। ସମସ୍ତ ଭାରୀଯାନ ସହିତ ଚାରିଚକିଆ ଯାନ ଏହି ଭସାପୋଲରେ ପାରି ହୋଇଥାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।