ଅପରାଧ ରାଜ୍ୟ

ମାଲବାହୀ ଟ୍ରେନ୍‌ରେ ଚଢ଼ି ସେଲ୍‌ଫି: ନାବାଳକ ଜିଅନ୍ତା ଜଳିଗଲେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଲ୍ୟାଣସିଂହପୁର : ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେବା ସମୟରେ ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଜଣେ ୧୨ବର୍ଷର ନାବାଳକ ଜିଅନ୍ତା ଜଳି ଯାଇଛନ୍ତି। ରାୟଗଡ଼ା ଜିଲ୍ଲା ଭାଲୁମାସ୍କା ଷ୍ଟେସନରେ ବୁଧବାର ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି।

କାଶୀପୁର ବ୍ଲକ୍‌ ଗୁଡ଼ିବାଲି ପଞ୍ଚାୟତ ବାର୍ତ୍ତିବାଲି ଗାଁର ସହଦେବ ନାଏକଙ୍କ ପୁଅ ଦେବେନ୍ଦ୍ର ଏକ ବିବାହରେ ଯୋଗ ଦେବାକୁ ଭାଲୁମାସ୍କା ଆସିଥିଲେ। ବୁଧବାର ସକାଳ ପ୍ରାୟ ୧୦ଟାରେ ଦେବେନ୍ଦ୍ର ଫଟୋ ଉଠାଇବା ପାଇଁ ଭାଲୁମାସ୍କା ଷ୍ଟେସନକୁ ଦୁଇ ବନ୍ଧୁ ଦେବ ନାଏକ (୧୦) ଏବଂ ସନ୍ଦୀପ ନାଏକ (୧୦) ସହ ଯାଇଥିଲେ। ସେହି ସମୟରେ ନାଲକୋରୁ ଆଲୁମିନା ପାଉଡର ନେଇ ଯାଉଥିବା ମାଲ୍‌ଗାଡ଼ି ଷ୍ଟେସନରେ ଅଟକି ରହିଥିଲା। ‌ଷ୍ଟେସନ ତଥା ‌ଟ୍ରେନ୍‌ ଆଖପାଖରେ ସୁରକ୍ଷାର ବିଶେଷ ବ୍ୟବସ୍ଥା ନଥିବା ଦେଖି ଦେବେନ୍ଦ୍ର ଏବଂ ଦେବ ଟ୍ରେନ୍‌ ଉପରକୁ ଚଢ଼ି ଯାଇଥିଲେ। ଦୁହେଁ ଅନ୍ୟମନସ୍କ ହୋଇ ଫଟୋ ଉଠାଉଥିବା ବେଳେ ତଳେ ରହି ଅନ୍ୟ ଗୋଟିଏ କ୍ୟାମେରାରେ ସନ୍ଦୀପ ଫଟୋ ଉଠାଉଥିଲା। ଫଟୋ ଉଠାଇବାରେ ଏତେ ବ୍ୟସ୍ତ ହୋଇଗଲେ ଯେ ଅତି ନିକଟରେ ଥିବା ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାରକୁ ଅଣଦେଖା କରିଥିଲେ।

ବିଭିନ୍ନ ପୋଜ୍‌ ଦେଇ ‌ଫଟୋ ଉଠାଇବା ମଧ୍ୟରେ ଦେବେନ୍ଦ୍ର ୨୫୦୦୦ ଭୋଲଟେଜ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଯାହାଫଳରେ ଶରୀର ଜଳିଯିବା ସହ ଝଟ୍‌କା ଖାଇ ତଳେ ପଡ଼ି ଯାଇଥିଲା।

ପାଖରେ ଥିବା ଦେବ ମଧ୍ୟ ଗୁରୁତର ଆହତ ହୋଇଥିଲା। ଘଟଣାସ୍ଥଳରେ ହିଁ ଦେବେନ୍ଦ୍ରର ମୃତ୍ୟୁ ହୋଇଯାଇଥିବା ବେଳେ ଗୁରୁତର ଦେବକୁ କିଛି ଲୋକ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ବ୍ୟବସ୍ଥା କରିଥିଲେ। ଅଘଟଣ ସଂପର୍କରେ ଖବର ପାଇ ଜିଆରପି ଓ ରେଳ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।