ଅପରାଧ ରାଜ୍ୟ

ଆଇଆଇସି-ଜୟନାରାୟଣ ମୁଥ ମରାମରି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ସମ୍ବଲପୁର : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନଙ୍କୁ ଧକ୍କା ମାରିବା ସହିତ ଗାଳିଗୁଲଜ କରିଛନ୍ତି। ଅନ୍ୟପକ୍ଷରେ ଶ୍ରୀମତୀ ପ୍ରଧାନ ମଧ୍ୟ ପାଲଟା ଜୟନାରାୟଣଙ୍କୁ ମୁଥ ମାରିଥିବା ଅଭିଯୋଗ ହୋଇଛି। ଅନିତାଙ୍କ ଅଭିଯୋଗକ୍ରମେ ସମ୍ବଲପୁର ଟାଉନ ଥାନା ପୁଲିସ ଜୟନାରାୟଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଅନ୍ୟପକ୍ଷରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ପାଲଟା ଅନିତା ପ୍ରଧାନଙ୍କ ବିରୋଧରେ ଏତଲା ଦେଇଛନ୍ତି। ଝାରସୁଗୁଡ଼ାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟଣାକୁ ନେଇ ଓଡ଼ିଶା ପଡ଼ୁଛି ଉଠୁଛି। ଠିକ୍ ଏହି ସମୟରେ ପୁଣି ଥରେ ଲୋକ ପ୍ରତିନିଧି ଓ ପୁଲିସ ମୁହାଁମୁହିଁ ହେବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଘଟିଲା ଘଟଣା

ଜୟ ନାରାୟଣଙ୍କ ବିରୋଧରେ ମକଦ୍ଦମା
ଅନିତାଙ୍କ ବିରୋଧରେ ମହିଳା ମୋର୍ଚ୍ଚାର ଏତଲା
ବିଜେଡି-ବିଜେପି ବୟାନବାଜି

ବିଜୁ ଜନତା ଦଳ ଏହି ଘଟଣାକୁ ଗମ୍ଭୀରତା ସହିତ ନେଇଛି। ଏହି ଘଟଣାରେ ଦଳର ନେତାମାନେ ବିଜେପି ଉପରେ ବର୍ଷିଛନ୍ତି। କେବଳ ସେତିକି ନୁହେଁ,
ଜୟ ନାରାୟଣଙ୍କ ଅପରାଧର ଲମ୍ବା ତାଲିକା ରଖି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଜେଡି ପକ୍ଷରୁ ଦାବି କରାଯାଇଛି। ସେହିଭଳି ରାଜ୍ୟ ପୁଲିସ ସେବା ସଂଘ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛି। ଅନ୍ୟପକ୍ଷରେ ବିଜେପି ପାଲଟା ପୁଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ଓ ସରକାରଙ୍କୁ କାଠଗଡ଼ାକୁ ଟାଣିଛି। ଏଥିସହିତ ସମ୍ବଲପୁର ଘଟଣାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି।

ବୁଧବାର ଦିନ ବିଜେପି କର୍ମୀମାନେ ଆଶାପାଲି ସ୍କୁଲ ନିକଟରୁ ଏକ ବିଶାଳ ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିବା ପରେ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦସଭା ଅନୁଷ୍ଠିତ ହୋଇଥିଲା। ପ୍ରତିବାଦ ସଭାରେ ଅନ୍ୟ ବିଜେପି ନେତାଙ୍କ ସହିତ ରେଂଗାଲି ବିଧାୟକ ନାଉରୀ ନାୟକ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମୁଖ୍ୟତଃ ପୁଲିସ ଉପରେ ବର୍ଷି ଥିଲେ। ଏହି ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯେମିତି ବିଜେପି କର୍ମୀମାନେ ପଶି ପାରିବେ ନାହିଁ, ସେଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟାଳୟର ଗେଟ୍‌ ବନ୍ଦ କରାଯିବା ସହିତ ବାରିକେଡ୍ ମଧ୍ୟ କରାଯାଇଥିଲା। ମହିଳା ପୁଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ସେଠାରେ ନିୟୋଜିତ କରାଯାଇଥିଲା।

ପ୍ରତିବାଦ ସଭା ପରେ ବିଜେପି ମହିଳା କର୍ମୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ବାଧା ଦେଇଥିଲା। ମହିଳା ବିଜେପି କର୍ମୀମାନଙ୍କ ସହ ପୁଲିସର ଠେଲାପେଲା ଦେଖି ଜୟନାରାୟଣ ସେଠାରେ ପହଞ୍ଚିଥିଲେ। ଏହାପରେ ଘଟିଥିଲା ଅଭାବନୀୟ ପରିସ୍ଥିତି। ଏ ସମ୍ପର୍କରେ ଅନିତା ଟାଉନ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ, ଜୟ ନାରାୟଣ ତାଙ୍କୁ ଧମକ ଦେଇ କହିଲେ, ‘ତୁ କିଏ ବେ ତୋତେ ମାର୍‌ମି ଥାପଡ଼୍‌ ? ତୁ ଗାଈ ବେପାରୀ ଠୁ ପଇସା ଖାଉଛୁ। ପ୍ରତ୍ୟେକ ଗାଈକୁ ୫୦୦ ଟଙ୍କାରେ ବିକ୍ରି କରୁଛୁ। ତୁ ଡକାୟତ , ତୋ ଥାନା ପୋଡ଼ି ଦେବି, ତ‌ତେ ସପ୍‌ପେଣ୍ଡ କରିଦେବି ବୋଲି ସେ ଧମକ ଦେଇଥିଲେ। କେବଳ ସେତିକି ନୁହେଁ, ତାଙ୍କ ଶରୀରକୁ ସ୍ପର୍ଶ କରିବା ସହିତ ତାଙ୍କ ଗାଲରେ ଏକ ଚାପୁଡ଼ା ମାରିଥିଲେ ବୋଲି ଅନିତା ଅଭିଯୋଗ କରିଛନ୍ତି। ସେ ଅତ୍ୟନ୍ତ ନମ୍ରଭାବରେ ଜୟ ନାରାୟଣଙ୍କ ସହ କଥା ହୋଇଥିଲେ ହେଁ ସେ କୌଣସି କଥା ଶୁଣିବା ଅବସ୍ଥାରେ ନଥିଲେ। ସର୍ବସମ୍ମୁଖରେ ତାଙ୍କୁ ଅସଦାଚରଣ କରିବା ସହିତ ଅପମାନିତ କରିଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି। ତାଙ୍କ ଏତଲା ଅଧାରରେ ସମ୍ବଲପୁର ଟାଉନ ଥାନା ପୁଲିସ ଜୟ ନାରାୟଣଙ୍କ ବିରୋଧରେ ଆଇପିସିର ଧାରା ୩୫୩, ୩୩୨, ୩୫୩, ୨୯୪, ୫୦୦, ୫୦୬ ଓ ୩୪୧ ଦଫାରେ ପୁଲିସ ମାମଲା ରୁଜୁ କରିଛି।

ଏ ସଂକ୍ରାନ୍ତରେ ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ରହିଛି। ପୁଲିସ ମହିଳା ବିଜେପି କର୍ମୀଙ୍କ ସହିତ ଅତ୍ୟାଚାର କରୁଥିବା ଦେଖି ସେ ମନା କରିବାକୁ ଯାଇଥିଲେ। ମାତ୍ର ସଂପୃକ୍ତ ମହିଳା ଅଧିକାରୀ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ଗୋଡ଼କୁ ମାଡ଼ି ଦେଇଥିଲେ। କେବଳ ସେତିକି ନୁହେଁ, ସେ ତାଙ୍କୁ ମୁଥ ବି ମାରିଛନ୍ତି। ସେ କହିଛନ୍ତି ଯେ ସେହି ସମୟର ଫଟୋ ଓ ଭିଡିଓରୁ ଏକଥା ଯେ କେହି ଦେଖିପାରିବେ। ଏହା ବିଶୃଙ୍ଖଳିତ ଓଡ଼ିଶା ପୁଲିସର ଆଚରଣ। ପରୀ, କୁନ୍ଦୁଲି ଗଣଦୁଷ୍କର୍ମ, ମମିତା ମେହେର, ମାହାଙ୍ଗା ମାମଲାର ତଦନ୍ତରେ ପୁଲିସର ଭୂମିକା ସନ୍ଦେହଜନକ ରହିଛି। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ତ ପୁଲିସକୁ ସୁପାରି ଦେଇ ହତ୍ୟା କରାଯାଇଛି ବୋଲି ଶ୍ରୀ ମିଶ୍ର ସଂଗିନ ଅଭିଯୋଗ ଆଣିଛନ୍ତି।

ଅପରପକ୍ଷରେ ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ମଧ୍ୟ ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନଙ୍କ ବିରୋଧରେ ଟାଉନ ଥାନାରେ ଏତଲା ଦେଇଛନ୍ତି। ବିଜେପି ପଦାଧିକାରୀ, ପୁରୁଷ ଓ ମହିଳା ବିଜେପି କର୍ମୀଙ୍କୁ ବିନା କାରଣରେ ଠେଲାପେଲା କରିବା ସହିତ ଗୁଳି ମାରିଦେବାକୁ ଧମକ ଦେଇଥିଲେ। ପୁଲିସ ବିରୋଧରେ ବେଶି କହୁଛ, ଆଜି ନହେଲେ କାଲି ପରିଣାମ ଭୋଗିବ ବୋଲି ଧମକ ଦେଇଥିଲେ ବୋଲି ‌ସେ ଅଭିଯୋଗ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।