ରାଜ୍ୟ

ମୋରଡ଼ା ବ୍ଲକ୍‌ ସଦର ମହକୁମାରେ ଜଳସଙ୍କଟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଚିତ୍ରଡ଼ା: ମୋରଡ଼ା ବ୍ଲକ୍‌ର ସଦରମହକୁମା ଚିତ୍ରଡ଼ା ପଞ୍ଚାୟତର ୨ ଓ ୪ ନଂ ୱାର୍ଡର ଲୋକେ ବ୍ଲକ୍‌ କାର୍ଯ୍ୟାଳୟର ଏତେ ନିକଟରେ ଥାଇ ବି ବର୍ଷଯାକ ଜଳ ଯନ୍ତ୍ରଣା ଭୋଗ କରୁଛନ୍ତି। ଏହାର ପ୍ରତିବାଦରେ ଗ୍ରାମବାସୀମାନେ ଆଜି ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରିଥିଲେ। ବିଡିଓ ସାଗର ପାଲୋ ଅଭିଯୋଗ ଶୁଣିବା ପରେ ଉକ୍ତ ୱାର୍ଡରେ ହୋଇଥିବା ବୋରିଂ ଆଜି ହିଁ ମରାମତି ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ମିସ୍ତ୍ରୀ ଆସି ପହଞ୍ଚିଥିଲେ ବି ମରାମତି ହୋଇ ନପାରିବାରୁ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚିତ୍ରଡ଼ାରୁ ବାରିପଦା ଅଭିମୁଖେ ଗରା, ବାଲ୍‌ଟି ଧରି ଚାଲିବାକୁ ଲାଗିଥିଲେ। ଖବର ପାଇ ବ୍ଲକ୍‌ ଉପାଧ୍ୟକ୍ଷା ଜେମାମଣି ମହାନ୍ତ, ସରପଞ୍ଚ ବାଲକ ମାର୍ଣ୍ଡି ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ଖୁବ୍‌ଶୀଘ୍ର ଜଳ ଯୋଗାଣ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେବାପରେ ଅସ୍ତିଆ ନିକଟରୁ ଫେରିଥିଲେ ଗ୍ରାମବାସୀ।

ସମସ୍ୟା ସମ୍ପର୍କରେ ୱାର୍ଡସଭ୍ୟ ଭିପି ମହାନ୍ତଙ୍କ କହିବା କଥା ହେଲା; ଜଳ ଯୋଗାଣ ପାଇଁ ହୋଇଥିବା ବୋରିଂ କାମରେ ଆସୁନି। ଅତିକମ୍‌ରେ ୫୦୦ ଫୁଟ୍‌ ଯାଏ ବୋରିଂ କରି ଉଚ୍ଚକ୍ଷମତା ସମ୍ପନ୍ନ ମୋଟର ଲଗାଇବାକୁ ଶ୍ରୀ ମହାନ୍ତଙ୍କ ସହ ଚିନୁ ମହାନ୍ତ, ଦେବବ୍ରତ ମହାନ୍ତ, କମଳଲୋଚନ ମହାନ୍ତ, ଶିବରାମ ମହାନ୍ତ, ଲକ୍ଷ୍ମୀ ମହାନ୍ତ, ଜୟନ୍ତୀ ମହାନ୍ତ, ଗୌରୀ ମହାନ୍ତ ପ୍ରମୁଖ ଦାବି କରିଛନ୍ତି। ଏପଟେ ୨ ଦିନ ମଧ୍ୟରେ କୌଣସିମତେ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ବିଡଡିଓ ଶ୍ରୀ ପାଲୋ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।