ରାଜ୍ୟ ସ୍ପେଶାଲ ରିପୋର୍ଟ

ଆସିକାରେ ‘ନୋ ରିପିଟ୍ ଫର୍ମୁଲା’କୁ ନେଇ ଚର୍ଚ୍ଚା: ଦଳ ପୁଣି ଖେଳିବ ମହିଳା କାର୍ଡ!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଶେରଗଡ଼: ବର୍ଷକ ପରେ ସାଧାରଣ ନିର୍ବାଚନ। ଏଥିପାଇଁ ଏବେଠାରୁ ହିଁ ରାଜନୈତିକ ପାଣିପାଗ ବେଶ୍ ସରଗରମ ହୋଇ ଉଠିଥିବା ବେଳେ ବିଭିନ୍ନ ଦଳରୁ ଆଶାୟୀ ପ୍ରାର୍ଥୀମାନେ ସକ୍ରିୟ ହେବା ସହ ସାଂଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରି ସାରିଛନ୍ତି। ଆଉ ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ଗୁରୁତ୍ବପୂର୍ଣ ଲୋକସଭା ନିର୍ବାଚନମଣ୍ଡଳୀ ଆସିକାରେ ବିଜେଡି କାହାକୁ ସାଂସଦ ପ୍ରାର୍ଥୀ କରାଇବ, ଏହାକୁ ନେଇ ଏବେଠୁ ଆକଳନ ଆରମ୍ଭ ହୋଇ ସାରିଲାଣି। କାରଣ ଏହି ଲୋକସଭା ନିର୍ବାଚନମଣ୍ଡଳୀର ଇତିହାସକୁ ଅବ‌ଲୋକନ କଲେ, ବିଜେଡି ଏଠାରେ ୫ଟି ନିର୍ବାଚନରେ ନୋ ରିପିଟ୍ ଫର୍ମୁଲାକୁ ଆପଣାଇଛି। ଅର୍ଥାତ୍ କୌଣସି ନେତା ଏଠାରେ ବିଜେଡିରୁ ଦୁଇଥର ସାଂସଦ ପ୍ରାର୍ଥୀ ହୋଇନାହାନ୍ତି। ଗତ ୨୦୧୯ ନିର୍ବାଚନରେ ବିଜେଡିରୁ ମାଳ ମାଳ ଆଶାୟୀ ରହିଥିବା ବେଳେ ଦଳୀୟ ସୁପ୍ରିମୋ ଏଠାରେ ମହିଳା କାର୍ଡ଼ ଖେଳିଥିଲେ। ଆଉ ତୃଣମୂଳସ୍ତରରେ ମହିଳା ସଶକ୍ତୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା  ଚେରମାରିଆର ବାସିନ୍ଦା ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ଯାହାକି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା।

ଏହା ମଧ୍ୟରେ ସାଧାରଣ ନିର୍ବାଚନକୁ ୪ ବର୍ଷ ବିତିବାକୁ ବସିଛି। ଆସନ୍ତାବର୍ଷ ପୁଣି ନିର୍ବାଚନ ହେବାକୁ ଯାଉଛି। ଫଳରେ ବିଜେଡିର ନୋ ରିପିଟ୍ ଫର୍ମୁଲା ଏବଂ ମହିଳା କାର୍ଡ଼କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି ନିର୍ବାଚନମଣ୍ଡଳୀରେ ସାଂସଦ ପଦରେ ଥିବା ବେଳେ ତାଙ୍କର ପରଲୋକ ଘଟିଥିଲା। ଆଉ ଉପନିର୍ବାଚନରେ ତାଙ୍କ ପୁଅ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପନିର୍ବାଚନରେ ଜନତା ଦଳରୁ ପ୍ରାର୍ଥୀ ହୋଇ ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିଲେ। ୧୯୯୮ ଓ ୧୯୯୯ରେ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ଥିଲେ। ୨୦୦୦ରେ ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ।

ଏହାପରେ ୨୦୦୦ ମସିହାରେ ତତ୍କାଳୀନ ମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ପତ୍ନୀ କୁମୁଦିନୀ ପଟ୍ଟନାୟକ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୦୪ରେ କଂଗ୍ରେସର ପୂର୍ବତନ ମନ୍ତ୍ରୀ ହରିହର ସ୍ୱାଇଁ ବିଜେଡିରେ ଯୋଗ ଦେଇ ସାଂସଦ ପଦରେ ଟିକେଟ ପାଇ ବିଜୟ ଲାଭ କରିଥିଲେ। ୨୦୦୯ରେ ବରିଷ୍ଠ ବାମପନ୍ଥୀ ନେତା ନିତ୍ୟାନନ୍ଦ ସ୍ବାଇଁ ସିପିଆଇ ଛାଡ଼ି ବିଜେଡିରେ ଯୋଗ ଦେବା ପରେ ଦଳ ତାଙ୍କୁ ସାଂସଦ ପଦରେ ଲଢ଼ିବାକୁ ସୁଯୋଗ ଦେଇଥିଲା। ଶ୍ରୀ ସ୍ବାଇଁ ଏଥିରେ ବିଜୟୀ ହୋଇଥିଲେ। ସେହିପରି ୨୦୧୪ରେ ସ୍ବର୍ଗତ ଲଡ଼ୁକିଶୋର ସ୍ୱାଇଁ ସାଂସଦ ଭାବେ ନିର୍ବାଚିତ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ।
ତେବେ ୨୦୧୯ରେ ହଠାତ୍ ଆସିକା ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିଥିଲା। ବିଜେଡିର ଅନେକ ଆଶାୟୀ ପ୍ରାର୍ଥୀ ତଥା ତୁଙ୍ଗ ନେତାଙ୍କୁ ଚକ୍‌ମା ଦେଇ ପ୍ରମିଳା ବିଷୋୟୀ ପ୍ରାର୍ଥୀ ହୋଇଥିଲେ। ଆଉ ବିପୁଳ ଭୋଟ୍‌ରେ ବିଜୟୀ ମଧ୍ୟ ହୋଇଥିଲେ। ଫଳରେ ସମସ୍ତ ଦିଗକୁ ଅନୁଧ୍ୟାନ କଲେ, ୨୦୦୦ ମସିହା ପରଠୁ ଏଠାରେ ବିଜେଡି ନୋ ରିପିଟ୍ ଫର୍ମୁଲାକୁ ଆପଣାଇ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛି।

ତେବେ ଆଗାମୀ ନିର୍ବାଚନରେ ପ୍ରମିଳା ପୁଣି ସୁଯୋଗ ପାଇବେ ନା ନୂଆ ମୁହଁ ଦେଖିବାକୁ ମିଳିବ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେହିପରି ପୁଣି ଦଳ ମହିଳା କାର୍ଡ଼ ଖେଳିବା ସମ୍ଭାବନକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। କା‌ରଣ ବର୍ତ୍ତମାନ ମିସନ୍ ଶକ୍ତି ମାଧ୍ୟମରେ ଦଳ ମହିଳାଙ୍କୁ ସଂଗଠିତ କରିଛି। ଆସିକା ଲୋକସଭା ଆସନରେ ପୁଣି ଥରେ ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯାଇପାରେ ବୋଲି ଆକଳନ ହେଉଛି। ଏପରିକି ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟ ଥିବା କିଛି ମହିଳା ନେତ୍ରୀଙ୍କ ନାମ ଚର୍ଚ୍ଚାର ପରିସରରେ ରହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।