ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ‘ମୁଁ ଦେଖିବାକୁ ଚାହେଁ ଯେ, ଆମର ସମସ୍ତ ଉନ୍ନତିମୂଳକ ପ୍ରକଳ୍ପଗୁଡ଼ିକ ଯଥାସମ୍ଭବ କମ୍ ସମୟରେ କାର୍ଯ୍ୟକ୍ଷମ ହେବା ଦରକାର। ଆମର ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚୁ। ଲକ୍ଷ୍ୟ ହାସଲ ପାଇଁ ଜିଲ୍ଲାଗୁଡ଼ିକ ମଧ୍ୟରେ ଏକ ପ୍ରତିଯୋଗିତା ହେଉ ଏବଂ ଅନ୍ୟମାନଙ୍କ ପାଇଁ ମାନଦଣ୍ଡ ଧାର୍ଯ୍ୟ ହେଉ। ନୂଆ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ହେବ।’ ଏହିପରି ଭାବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଟି ଜିଲ୍ଲାର ଜିଲ୍ଲାପାଳ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି।
ଦୀର୍ଘ ୩ବର୍ଷ ପରେ ଆଜି ଲୋକସେବା ଭବନରେ ଆୟୋଜିତ ଦୁଇ ଦିନିଆ ବରିଷ୍ଠ ଅଧିକାରୀ ଓ ଆଇଏଏସ୍ ସମ୍ମିଳନୀକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ମୁଁ ଆଶା କରୁଛି ଯେ ଆମର ପରିବର୍ତ୍ତନଶୀଳ ପଦକ୍ଷେପଗୁଡ଼ିକୁ ଅଧିକ ଦୃଶ୍ୟମାନ କରିବା ନେଇ ଆମର ପଦକ୍ଷେପକୁ ଏହି ଆଲୋଚନା ପୁନଃସ୍ଥାପନ ଓ ମଜବୁତ୍ କରିବ। ଏହି ଦୁଇଦିନିଆ ସମ୍ମିଳନୀରେ ବିଭିନ୍ନ ବିଭାଗର ମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବ, ଅତିରିକ୍ତ ସଚିବ, ନିର୍ଦ୍ଦେଶକ, ମହାନଗର ନିଗମର କମିସନର, ଜିଲ୍ଲାପାଳଙ୍କ ସମେତ ସମସ୍ତ ଆଇଏଏସ୍ ଅଧିକାରୀମାନେ ଯୋଗଦେଇଥିଲେ। ସେମାନଙ୍କୁ ବିଭିନ୍ନ ବିଭାଗ ପକ୍ଷରୁ ଆଗାମୀ ବର୍ଷରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ଓ ସରକାରଙ୍କ ଯୋଜନା ବିଷୟରେ ବିଭାଗୀୟ ମୁଖ୍ୟମାନେ ସୂଚନା ଦେଇଥିଲେ। ୧୭ଟି ବିଷୟ ଉପରେ ଏଥିରେ ଆଲୋଚନା ହୋଇଥିଲା।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ଏବେ ତା’ର ପରିବର୍ତ୍ତନଶୀଳ ପଦକ୍ଷେପ, କ୍ରୀଡ଼ା, ସ୍ବାସ୍ଥ୍ୟସେବା, ସ୍କୁଲ ପରିବର୍ତ୍ତନ, ମହିଳା ସଶକ୍ତୀକରଣ, ଦକ୍ଷତା ବିକାଶ, ଶସ୍ୟ ଉତ୍ପାଦନ, କୋଭିଡ ପରିଚାଳନା ଭଳି କ୍ଷେତ୍ରରେ ଏବେ ଅନେକ ରାଜ୍ୟ ଠାରୁ ଆଗରେ ରହିଛି। ୫ଟି ଓ ମୋ ସରକାର ଭଳି ପଦକ୍ଷେପ ପରିବର୍ତ୍ତନଶୀଳ ଶାସନ ଏବଂ ଲୋକଙ୍କ ପାଖରେ ପହଞ୍ଚିବା କାର୍ଯ୍ୟକ୍ରମକୁ ଅଧିକ ମଜବୁତ୍ କରିଛି। ଆମେ ଏବେ ଖାଦ୍ୟ ବଳକା ରାଜ୍ୟ ହେବା ସହ ଜାତୀୟ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆମର ଅବଦାନ ରହୁଛି। କୃଷି ଏବଂ ସହଯୋଗୀ କ୍ଷେତ୍ରରେ ଗ୍ରାମାଞ୍ଚଳରେ ଅଧିକ ନିଯୁକ୍ତି ମିଳିଥାଏ। ତେଣୁ ଆମକୁ କୃଷି ଯାନ୍ତ୍ରିକୀକରଣ, ଫସଲ ବିବିଧତା, ଉଦ୍ୟାନ ଓ ପୁଷ୍ପ କୃଷି, ଦୁଗ୍ଧ ଓ ମତ୍ସ୍ୟ ଉତ୍ପାଦନ ବଢ଼ାଇବାକୁ ହେବ। ଆମର ମିଲେଟ୍ ମିସନ୍ ଏବେ ପୁଷ୍ଟିକର ଉନ୍ନତି ପାଇଁ ଜାତୀୟସ୍ତରରେ ଗ୍ରହଣୀୟ ହୋଇଛି। ଏହି କ୍ଷେତ୍ରରେ ଗ୍ରାମୀଣ ଅର୍ଥନୀତିକୁ ପୁନରୁଦ୍ଧାର କରିବାର କ୍ଷମତା ଅଛି। ତେଣୁ ଏହି କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ପର୍ଯ୍ୟନ୍ତ ଆମକୁ ଉଦ୍ୟମ ଜାରି ରଖିବାକୁ ହେବ।
ଦୁଇଦିନିଆ ବରିଷ୍ଠ ଅଧିକାରୀ ଓ ଆଇଏଏସ୍ ସମ୍ମିଳନୀ ଆରମ୍ଭ
ଲକ୍ଷ୍ୟ ହାସଲ ପାଇଁ ଜିଲ୍ଲା-ଜିଲ୍ଲା ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବା ଦରକାର
ସେହିପରି ରାଜ୍ୟର ଆର୍ଥିକ ବିକାଶରେ ଷ୍ଟାର୍ଟଅପ୍ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଓ-ହବ୍ ଦେଶର େଶ୍ରଷ୍ଠ ୩ଟି ଷ୍ଟାର୍ଟଅପ୍ କେନ୍ଦ୍ର ମଧ୍ୟରେ ସ୍ଥାନ ପାଇଛି। କେବଳ ଏତିକି ନୁହେଁ ଆମ ସବୁ ପଦକ୍ଷେପର କେନ୍ଦ୍ର ହେଉଛି ମହିଳା ସଶକ୍ତୀକରଣ। ଏଥିପାଇଁ ଆମେ ମିସନ୍ ଶକ୍ତି ଗ୍ରୁପ୍ଗୁଡ଼ିକୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଭାବେ ପରିବର୍ତ୍ତନ କରିବାକୁ ପଦକ୍ଷେପ ନେଉଛୁ। ଏଥିପାଇଁ ଆମେ ବିନା ସୁଧାରେ ୫ଲକ୍ଷ ପର୍ଯ୍ୟନ୍ତ ଋଣ ଦେଇ ଉତ୍ସାହିତ କରୁଛୁ। ଆସନ୍ତା ୫ବର୍ଷରେ ଆମେ ମିସନ୍ ଶକ୍ତି ଗ୍ରୁପ୍କୁ ୫୦ହଜାର କୋଟି ଦେବାକୁ ନିଷ୍ପତ୍ତି ନେଇଛୁ। ଏହାବାଦ୍ ରାଜ୍ୟ ସରକାର ବିଏସ୍କେୱାଇ, ସ୍କୁଲ ପରିବର୍ତ୍ତନ, ପର୍ଯ୍ୟଟନର ପ୍ରଚାରପ୍ରସାର, କ୍ରୀଡ଼ା କ୍ଷେତ୍ରକୁ ବି ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ଏଥିରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ସରକାରୀ ସେବାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ନିଷ୍ପତ୍ତିି ନିଆଯାଇଛି। ଆଗାମୀ ଦିନରେ ରାଜ୍ୟ ସରକାର ସମସ୍ତ ସେବା ‘ଡୋର୍ ଷ୍ଟେପ୍ ଡେଲିଭରି’ କରିବେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l