ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ସିଙ୍ଗଡ଼ା: କରଞ୍ଜିଆ ବ୍ଲକ୍ ଦୁଧିଆଣି ପଞ୍ଚାୟତର ୧୮ଟି ମୌଜା, ମିରଗିନାଣ୍ଡି ପଞ୍ଚାୟତର ୧୧ ମୌଜା ଓ ବଡ଼ଗାଁ ପଞ୍ଚାୟତର ୧୩ ମୌଜାର ପ୍ରାୟ ୫୦ରୁ ଅଧିକ ଗାଁ ଘଞ୍ଚ ବନାନୀ ପରିବେଷ୍ଟିତ ଶିମିଳିପାଳ ପାଦଦେଶରେ ଅବସ୍ଥିତ। ଏଠାରେ କୌଣସି ମୋବାଇଲ ନେଟ୍ୱର୍କ ଧରେ ନାହିଁ। ଫଳରେ ଏହି ଅଞ୍ଚଳର ଲୋକମାନେ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇ ରହିଥାନ୍ତି। ଜରୁରୀକାଳୀନ ପରିସ୍ଥିତି କିମ୍ବା ହଠାତ୍ କୌଣସି ଅସୁବିଧା ଉପୁଜିଲେ ଏହି ସବୁ ପଞ୍ଚାୟତଗୁଡ଼ିକର ଲୋକମାନେ ନେଟ୍ୱର୍କ ଥିବା ଅଞ୍ଚଳକୁ ଯାଇ ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ, ବନ ବିଭାଗ ସହ ଯୋଗାଯୋଗ କରିଥାନ୍ତି।
ବର୍ତ୍ତମାନ ଡିଜିଟାଲ୍ ଯୁଗରେ କୃଷିଭିତ୍ତିକ କାର୍ଯ୍ୟଠାରୁ ଆରମ୍ଭ କରି ସମସ୍ତ ସରକାରୀ କାର୍ଯ୍ୟରେ ଇଣ୍ଟରନେଟ୍ର ଆବଶ୍ୟକତା ରହିଛି। କରୋନା କାଳରେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ବାଧାପ୍ରାପ୍ତ ହୋଇଥିବାରୁ ସରକାର ଡିଜିଟାଲ୍ ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ। ମାତ୍ର ନେଟ୍ୱର୍କ ନ ଥିବାରୁ ଉପାନ୍ତ ଅଞ୍ଚଳର ପିଲାମାନେ ଶିକ୍ଷାଦାନରୁ ବଞ୍ଚିତ ହୋଇଥିଲେ। ଗତ ପଞ୍ଚାୟତ ନିର୍ବାଚନ ସମୟରେ କରଞ୍ଜିଆ ପଞ୍ଚାୟତରୁ ସମିତିସଭ୍ୟା ଭାବେ ନିର୍ବାଚନ ଲଢ଼ିଥିବା ତଥା ବର୍ତ୍ତମାନ କରଞ୍ଜିଆ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଥିବା ସୁଭଦ୍ରା ମାରାଣ୍ଡି ମୋବାଇଲ ଟାୱାର ପ୍ରତିଷ୍ଠା କରିବା ପାଇଁ ଭୋଟର୍ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ଏଥିପାଇଁ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଛତିଶଚନ୍ଦ୍ର ମହାନ୍ତ, ନାରାୟଣ ମାରାଣ୍ଡି, କୁମାର ଦେବାଶିଷ ବେହେରା, ଅଜୟ କୁମାର ମିଶ୍ରଙ୍କ ସହ ୬ ମାସ ତଳେ ବାରିପଦା ଯାଇ ବିଏସ୍ଏନ୍ଏଲ୍ର ସହକାରୀ ପରିଚାଳକ ଏସ.ଅଧିକାରୀ ଦାସଙ୍କ ସହ ଟାୱାର ପ୍ରତିଷ୍ଠା ନେଇ ଆଲୋଚନା କରିଥିଲେ। ଶ୍ରୀ ଦାସ ମଧ୍ୟ ଟାୱାର ପ୍ରତିଷ୍ଠା ପାଇଁ ଖୁବଶୀଘ୍ର ସର୍ଭେ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେହି ପ୍ରତିଶ୍ରୁତି ପାଣିର ଗାର ହୋଇ ରହିଗଲା। ପଦକ୍ଷେପ ନେବା ଦୂରେ ଥାଉ, ଏ ବାବଦରେ ଆଉ ଆଲୋଚନା କିମ୍ବା ପର୍ଯ୍ୟାଲୋଚନା ମଧ୍ୟ ହେଲାନାହିଁ। ଡିଜିଟାଲ୍ ଯୁଗର ସ୍ୱପ୍ନ ଦେଖୁଥିବା ଏହି ଦୁର୍ଗମ ଅଞ୍ଚଳବାସୀଙ୍କ ଆଶା କେବେ ପୂରଣ ହେଉଛି, ତାହା ଦେଖିବାକୁ ବାକି ରହିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l