ରାଜ୍ୟ ସ୍ପେଶାଲ ରିପୋର୍ଟ

ଫ୍ଲାଏ ଓଭର ନିର୍ମାଣ ଅଧା, ଧୂଳିଧୂଆଁରେ ଲୋକେ ଅଣନିଶ୍ବାସୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଯୋଡ଼ା: ଯୋଡ଼ା ସହରରେ ଦୁଇବର୍ଷ ହେଲା ଫ୍ଲାଏଓଭର ନିର୍ମାଣ କାମ ଚାଲିଛି। ଏହା କେବେ ସମ୍ପୂର୍ଣ୍ଣ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ଠିକାସଂସ୍ଥା ଦେଉନାହିଁ। ଫ୍ଲାଏଓଭର ପାଇଁ ରାସ୍ତା ଖୋଳି ଦିଆଯାଇଛି। ଏଯାଏ ସର୍ଭିସରୋଡ ନିର୍ମାଣ କରାଯାଇ ନାହିଁ। ଖରାଦିନେ ପ୍ରବଳ ଧୂଳି ଉଡ଼ୁଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ରାସ୍ତାକଡ଼ରେ ଖୋଲିଥିବା ଦୋକାନ ଗୁଡ଼ିକର କାରବାର ଠପ୍‌ ହୋଇଯାଉଛି। ଏହାକୁ ନେଇ ବ୍ୟବସାୟୀ କ୍ଷୁବ୍ଧ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, କମାରଯୋଡ଼ାରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଫ୍ଲାଏଓଭର କାମ ଅଧା ହୋଇଛି। ବସ୍‌ଷ୍ଟାଣ୍ଡଠାରୁ ରଣାଶାଳ ପର୍ଯ୍ୟନ୍ତ କାମ ଚାଲିଛି। ଫ୍ଲାଏଓଭର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଥିବା ରାସ୍ତାକୁ ଠିକାସଂସ୍ଥା ନିର୍ମାଣ କରୁନାହିଁ। ରାସ୍ତାକଡ଼ରେ ରହୁଥିବା ଲୋକେ ଦୁଇବର୍ଷ ହେବ ଧୂଳି ଯୋଗୁଁ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି। ରାସ୍ତାକଡ଼ରେ ଦୋକାନ କରିଥିବା ବ୍ୟବସାୟୀଙ୍କ କାରବାର ବାଧାପ୍ରାପ୍ତ ହେଉଛି। ପିଚୁ ନଥିବା ମାଟି ରାସ୍ତାରେ ଶହଶହ ଖଣିଜ ବୋଝେଇ ଟ୍ରକ୍‌, ଯାତ୍ରୀବାହୀ ବସ୍, ଚାରିଚକିଆ ଗାଡ଼ି ଯାତାୟାତ କରୁଛନ୍ତି। ଏତେ ପରିମାଣରେ ଧୂଳି ଉଡ଼ୁଛି ଯେ, ରାସ୍ତା ଦେଖାଯାଉ ନାହିଁ। ଦୋକାନରେ ଥିବା ସାମଗ୍ରୀ ଉପରେ ଧୂଳିର ଏକ ଆସ୍ତରଣ ଜମିଯାଉଛି। ଏହାକୁ ନେଇ ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ରାସ୍ତାକଡ଼ରେ ଫଳରସ ବିକ୍ରି କରୁଥିବା ଗୁଡ଼ୁ ଶଙ୍କର କହିଛନ୍ତି, ପ୍ରବଳ ଧୂଳି ଉଡ଼ୁଥିବାରୁ ବଜାର ଆସୁଥିବା ଗ୍ରାହକମାନେ ଫଳରସ ପିଇବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ଜଳଖିଆ ଦୋକାନୀ  ସରୋଜ ବସା, ଆଶିଷ ପୋଥାଳ, ସୁମନ ଦେ କହିଛନ୍ତି, କାଚବକ୍ସ  ଭିତରେ ଖାଦ୍ୟ ରଖିଲେ ସୁଦ୍ଧା ଅନେକ ଗ୍ରାହକ ଖାଇବାକୁ ଅରାଜି ହେଉଛନ୍ତି। ଫଳରେ କାରବାର ମାନ୍ଦା ରହୁଛି। ସେହିପରି ଜେରକ୍ସ ଦୋକାନୀ ମନୋଜ କୁଣ୍ଡୁ, ଅମୂଲ୍ୟ ଘଣା ମଧ୍ୟ ଧୂଳିକୁ ନେଇ ପୌରପରିଷଦ ଉପରେ କ୍ଷୁବ୍ଧ  ହୋଇଛନ୍ତି। ପୌରପାଳିକା ଏହି ସମସ୍ୟାର ସମାଧାନ ଆଦୌ ଗୁରୁତ୍ୱ ଦେଉନାହିଁ। ରାସ୍ତାରେ ପାଣି ସିଞ୍ଚନ କରାଯାଉ ନାହିଁ। ପୌରପାଳିକାର ଉଦାସୀନତା ପାଇଁ ଜନସାଧାରଣ ହଇରାଣ ହେଉଛନ୍ତି।

ଜଳଖିଆ ଦୋକାନର ମାଲିକମାନେ କହିଛନ୍ତି, ପୌରପାଳିକା ଖାଦ୍ୟର ମାନ ଯାଞ୍ଚ କରି ଜରିମାନା ଆଦାୟ କରୁଛି। ହେଲେ ରାସ୍ତାରେ ପାଣି ସିଞ୍ଚନ କରାଯାଉ ନଥିବାରୁ ଧୂଳି ଉଡ଼ି ଖାଦ୍ୟରେ ପଡ଼ୁଥିଲେ ମଧ୍ୟ ତାହା ପୌରପାଳିକାକୁ ଦେଖାଯାଉ ନାହିଁ। ବସ୍‌ଷ୍ଟାଣ୍ଡ ପାଖରୁ ଧରଣୀଧରଛକ ପର୍ଯ୍ୟନ୍ତ ରାସ୍ତାରେ ଦୈନିକ ତିନିଚାରି ଥର ପାଣି ସିଞ୍ଚନ ଧୂଳିରୁ ଲୋକେ ମୁକ୍ତି ପ‌ାଆନ୍ତେ ବୋଲି ବ୍ୟବସାୟୀମାନେ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।