ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଆରା ଢଙ୍ଗରେ ରେଡିଓ ଦିବସ: ରେଡିଓକୁ ପୂଜା କଲେ, ମିଠା ବାଣ୍ଟିଲେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ : ରେଡିଓକୁ ଫୁଲ ଚନ୍ଦନ ଦେଇ ପୂଜା କରିବା ସହ ନିଆରା ଢଙ୍ଗରେ ରେଡିଓ ଦିବସ ପାଳନ କରିଛନ୍ତି ରେଡିଓପ୍ରେମୀ। ମନୋରଂଜନର ଦିନେ ବଳିଷ୍ଠ ମାଧ୍ୟମ ଥିବା ରେଡିଓ ଏବେ ଘରୁ ନିଶ୍ଚିହ୍ନ ହୋଇଗଲାଣି। ପିଲାମାନଙ୍କୁ ରେଡିଓ କଥା କହିଲେ, ପିଲାଏ ଆଶ୍ଚର୍ଯ୍ୟ ହେଉଛନ୍ତି। ଏପରିପ୍ରେକ୍ଷୀରେ ରେଡିଓର ଉପକାରିତା ଓ ମହତ୍ତ୍ବକୁ ପ୍ରଦର୍ଶନ କରିବା ଲାଗି ବଡ଼ଦାଣ୍ଡ ସେବା ସଂଗଠନ ପକ୍ଷରୁ କିଛି ରେଡିଓପ୍ରେମୀଙ୍କୁ ନେଇ ବଡ଼ଦାଣ୍ଡରେ ରେଡିଓ ଦିବସ ପାଳନ କରାଯାଇଛି। ଏଥିସହ ରସଗୋଲା ଦେଇ ଏହି ରେଡିଓର ସ୍ମୃତି ମନେ ପକାଇ ଦେଇଥିଲେ।

ଦିନେ ଯେଉଁ ରେଡିଓ ଆଭିଜାତ୍ୟର ପ୍ରତୀକ ଭାବେ ଗଣା ଯାଉଥିଲା ଆଜି ତାହା କିଛି ହାତଗଣତି ଲୋକଙ୍କ ନିକଟରେ ସୀମିତ ରହିଯାଇଛି। ମାଳି ଦୋକାନ କରି ବଡ଼ଦାଣ୍ଡରେ ବ୍ୟବସାୟ କରୁଥିବା ବାଳକୃଷ୍ଣ ମହାପାତ୍ରଙ୍କ କହିବା ମୁତାବକ, ସେ ୫୦ ବର୍ଷ ହେଲା ରେଡିଓ ‌ଶୁଣି ଆସୁଛନ୍ତି। ଏପରିକି ରେଡିଓ ମରାମତି କରିବା ପାଇଁ କୌଣସି ୱାର୍କସପ୍‌ ନଥିବାରୁ ସେ ନିଜେ ରେଡିଓର ମରାମତି ଶିଖିଲେ। ଆଜି ବି ରେଡିଓ ତାଙ୍କର ସହଯାତ୍ରୀ। ତାଙ୍କ କହିବା କଥା ହେଲା, ଟିଭି ଘରେ ଦେଖି ହେବ, କିନ୍ତୁ ରେଡ଼ିଓ ସବୁ ଆଡ଼େ ସାଥିରେ ନେଇ ହେଉଛି। ଫଳରେ କର୍ମକ୍ଷେତ୍ରରେ ଥାଇ ମଧ୍ୟ ଦେଶ ବିଦେଶର ଖବର ସହ ମନୋରଂଜନ କରି ହେଉଛି। ରେଡିଓ ତାଙ୍କ ସହ ସାରା ଜୀବନ ରହିବ ବୋଲି ସେ କହିଛନ୍ତି।

ରେଡିଓ ପ୍ରେମୀ ମଞ୍ଜୁଲତା ସାହୁ କହିଛନ୍ତି, ୪୪ ବର୍ଷ ତଳେ ବାପା ତାଙ୍କୁ ଶ୍ରଦ୍ଧାରେ ଫିଲିପ୍ସ ରେଡିଓଟିଏ ଦେଇଥିଲେ। ବାପାଙ୍କର ଏହି ସ୍ମୃତି ସବୁକାଳେ ତାଙ୍କ ପାଇଁ ମୂଲ୍ୟବାନ। ‌ଅଶି ଦଶକରେ ଯେବେ ରେଡିଓ ନେଇ ଆସିଥିଲି, ସେତେବେଳେ ସମସ୍ତେ ସେଇ ଯନ୍ତ୍ରଟିକୁ ଦେଖିବା ପାଇଁ ଉତ୍ସୁକ ହେଉଥିଲେ। ରେଡିଓ ଅନ୍‌ କରି କାନେଇ ରହିବା ସହ ବହୁ ଗୁରୁତ୍ବପୂ୍ର୍ଣ୍ଣ ସୂଚନା ଶୁଣୁଥିଲେ। ଯୁଗ ସିନା ବଦଳିଛି, କିନ୍ତୁ ରେଡିଓର ସେଇ ସ୍ବର ଆଗରେ ସବୁକିଛି ଫିକା ବୋଲି ସେ କହିଛନ୍ତି। ମନୋଜ କୁମାର ସାହୁଙ୍କ ‌ଉଦ୍ୟମରେ ଆୟୋଜିତ ଏହି ରେଡିଓ ଦିବସରେ ସଂଗଠନ ପକ୍ଷରୁ କ୍ଷୁଦ୍ର ବ୍ୟବସାୟୀ ରତ୍ନାକର ନାଥଙ୍କୁ ଏକ ରେଡିଓ ଉପହାର ଦିଆଯାଇଥିଲା। ରେଡିଓ ଷ୍ଟେସନ୍‌ର କାର୍ଯ୍ୟକ୍ରମର ରୂପରେଖକୁ ଯୁଗୋପଯୋଗୀ କରାଗଲେ ଏହାର ଆଦୃତି ଆହୁରି ବଢ଼ିବ ବୋଲି ସେ କହିଛନ୍ତି। ସୁନିଲ ମହାପାତ୍ର, ଜଗନ୍ନାଥ ପାଢ଼ୀ, କୁମୁଦିନୀ ପାଢ଼ୀ, ନାରାୟଣ ରାୟସିଂ, ଭାସ୍କର ମହାନ୍ତି, ସତ୍ୟନାରାୟଣ ସାହୁ ଓ ବିପିନ ମହାନ୍ତି ଏହାକୁ ପରିଚାଳନା କରିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।