ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଖାଦ୍ୟଶସ୍ୟ ଏବଂ ସାର ସଂରକ୍ଷିତ ରଖିବା ପାଇଁ ୧୭୭ଟି ଗୋଦାମ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯାହାର ସମୁଦାୟ କ୍ଷମତା ୪୨ ହଜାର ୩୦୦ ମେଟ୍ରିକ ଟନ୍ ବୋଲି ସମବାୟ ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଏଥିମଧ୍ୟରେ ପ୍ୟାକ୍ସ ଏବଂ ଲ୍ୟାମ୍ପ୍ସରେ ୧୨ ହଜାର ୮୦୦ ମେଟ୍ରିକ ଟନ କ୍ଷମତାବିଶିଷ୍ଟ ୧୨୮ ଗୋଦାମ, ମାର୍କଫେଡରେ ୮ ହଜାର ମେଟ୍ରିକ ଟନ୍ ବିଶିଷ୍ଟ ୧୧ ଗୋଦାମ, ଆରଏମସିରେ ୨୦ ହଜାର ମେଟ୍ରିକ ଟନ୍ ବିଶିଷ୍ଟ ୩୭ ଗୋଦାମ ଏବଂ ଓଡ଼ିଶା ରାଜ୍ୟ ୱେରହାଉସିଂ ନିଗମ ପକ୍ଷରୁ ୧୫ ଶହ ମେଟ୍ରିକ ଟନ୍ ବିଶିଷ୍ଟ ଗୋଟିଏ ଗୋଦାମ ନିର୍ମାଣ କରାଯିବ। ସମବାୟ ବିଭାଗର ଏକ ବୈଠକରେ ଏହି ସୂଚନା ଦିଆଯାଇଛି।
ଏଥିରେ କୁହାଯାଇଛି, ବର୍ତ୍ତମାନ ରାଜ୍ୟରେ ଖାଦ୍ୟ ଶସ୍ୟ ଏବଂ ସାରର ଯେତିକି ଗୋଦାମ ରହିଛି ଏହାର ସମୁଦାୟ କ୍ଷମତା ୧୪ ଲକ୍ଷ ୯୫ ହଜାର ୪୮ ମେଟ୍ରିକ ଟନ୍। ଏଥିରୁ ୨୬ ହଜାର ୯୨୩ ମେଟ୍ରିକ ଟନ୍ ବିଶିଷ୍ଟ ଭଡ଼ାରେ ଅଣାଯାଇଛି। ଯାହାକି ରାଜ୍ୟରେ ଧାନ, ବିହନ, ସାର ସମେତ କୃଷି ଉତ୍ପାଦନ ସାମଗ୍ରୀ ଏବଂ ଉପକରଣ ରଖିବା ପାଇଁ ଆବଶ୍ୟକତା ଠାରୁ ଗୋଦାମ ସଂଖ୍ୟା ଖୁବ କମ୍। ପାହାଡ଼ିଆ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ଗୋଦାମ ହିଁ ନାହିଁ। ଏଥିଯୋଗୁଁ ଚାଷୀ ଏବଂ ସ୍ଥାନୀୟ ପ୍ରଶାସନର ଦୁର୍ଦ୍ଦଶା ବଢ଼ିଚାଲେ। ଏପରିକି ମଣ୍ଡିରେ ଗୋଦାମ ନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ମଧ୍ୟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ୨୦୧୯ ମସିହାରେ ସମୁଦାୟ ୧୬ ହଜାର ୫୦୦ ମେଟ୍ରିକ ଟନ୍ର ଗୋଦାମ ନିର୍ମାଣ କରାଯାଇଥିଲା। ଆଗକୁ ଆହୁରି ଗୋଦାମ ନିର୍ମାଣର ଲକ୍ଷ୍ୟ ରହିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l