ଅପରାଧ ରାଜ୍ୟ

ଠାକୁରମୁଣ୍ଡା ଥାନା ପରିସରରେ ନିଆଁ: ଜଳିଗଲା ୨୪ଟି ଗାଡ଼ି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଠାକୁରମୁଣ୍ଡା : ଥାନା ପରିସରରେ ହୁତୁହୁତୁ ହୋଇ ନିଆଁ ଜଳିଲା। କେହି କିଛି ଜାଣିବା ପୂର୍ବରୁ ଥାନା ପଛପଟେ ଜବତ ହୋଇ ରଖାଯାଇଥିବା ୨୪ଟି ଗାଡ଼ି ଜଳିପୋଡ଼ି ପାଉଁଶ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନାରେ ଘଟିଛି ଏହି ଘଟଣା।

ରବିବାର ସକାଳ ପ୍ରାୟ ୯ଟା ସମୟ। ଥାନା ପରିସରରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ଗାଡ଼ି ଉପରେ ଶୁଖିଲା ଗଛପତ୍ର ପଡ଼ିଥିବାରୁ ନିଆଁ ସଙ୍ଗେ ସଙ୍ଗେ ଧରିଥିଲା। ତା’ ଛଡ଼ା ଗାଡ଼ିଗୁଡ଼ିକ ଭିତରେ ପେଟ୍ରୋଲ ଥିବାରୁ ନିଆଁର ବେଗ ବଢ଼ି ଯାଇଥିଲା। ଫଳରେ, ନିମିଷକ ମଧ୍ୟରେ ୧୮ଟି ମୋଟର ସାଇକେଲ, ୨ଟି ଅଟୋ, ଗୋଟିଏ କାର୍‌ ଓ ୪ଟି ସାଇକେଲ ଜଳିପୋଡ଼ି ପାଉଁଶ ହୋଇ ଯାଇଥିଲା। ବାହାର ଲୋକ ଥାନାରେ ଜଣାଇବା ପରେ ସମସ୍ତ କର୍ମଚାରୀ ତତ୍ପର ହୋଇ ଥାନା ପାଣି ଟାଙ୍କିରୁ ପାଇପ୍‌ ଯୋଗେ ନିଆଁ ଲିଭାଇବାକୁ ଲାଗି ପଡ଼ିଥିଲେ। ଖବର ପାଇ ଦମକଳବାହିନୀ ବି ଥାନାକୁ ଆସି ନିଆଁ ଲିଭାଇବାରେ ସହଯୋଗ କରିଥିଲେ। ଏ ସଂପର୍କରେ ଥାନାଧିକାରୀ ବିକର୍ତ୍ତନ ମଣ୍ଡଳଙ୍କୁ ପଚାରିବାରୁ ନିଆଁ ଲାଗିବା ସଂପର୍କରେ କିଛି ଜାଣି ନଥିବା କହିଥିଲେ।

ସୂଚନାଥାଉକି, ଥାନାର ନୂତନ ଗୃହ ନିର୍ମାଣ ହେବାକୁ ଥିବାବେଳେ ୨ ମାସ ତଳେ ଥାନା ସମ୍ମୁଖରେ ରଖାଯାଇଥିବା ଜବତ ଗାଡ଼ିଗୁଡ଼ିକ ଥାନା ପଛପଟେ ରଖାଯାଇଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।