ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପୁରୀ : ଏବେ ପାପୁଲିରେ ସାରା ଦୁନିଆର ଖବର। ମୋବାଇଲ ପରଦା ପାଲଟିଛି ସୂଚନା ଓ ମନୋରଞ୍ଜନର ମୁଖ୍ୟ ଯନ୍ତ୍ର। ଅଥଚ ମୋବାଇଲ୍, ଟ୍ୟାବ୍, କମ୍ପ୍ୟୁଟର ଓ ଟେଲିଭିଜନ ଯୁଗରେ ବି ରେଡିଓ ତିଷ୍ଠି ରହିଛି। ରେଡିଓରେ ଖବର ଓ ଗୀତ ଶୁଣିବାର ନିଆରା ସଉକ ଏବେ ବି ବଞ୍ଚିଛି। ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଥାକରେ କଏଦ୍ ହୋଇଯାଇଥିବା ରେଡିଓ କଥା ବେଶି ମନେ ପଡ଼ୁଛି।
କୁମ୍ଭାରପଡ଼ା ଲେଙ୍କା ସାହିରେ ଦୋକାନ କରିଥିବା ସୁରେନ୍ଦ୍ର ପଟ୍ଟନାୟକଙ୍କ କହିବା ମୁତାବକ, ରେଡିଓ ତାଙ୍କ ୫୦ ବର୍ଷର ସାଥୀ। ୧୨ ବର୍ଷ ବୟସରେ ସେ ବିଭିନ୍ନ ସ୍ଥାନରେ ଦୋକାନ କରିଛନ୍ତି। ସବୁବେଳେ ରେଡିଓ ତାଙ୍କ ସାଥିରେ ରହିଛି। ବ୍ୟବସାୟ ଚାଲିଥାଏ, ଏଣେ ଦୁନିଆଯାକର ଖବର ବି କାନରେ ବାଜୁଥାଏ। ଦୁନିଆ ଏତେ ଆଗକୁ ଗଲାଣି ଯେ ଲୋକେ ରେଡିଓର ଗୁରୁତ୍ବ ଭୁଲିଗଲେଣି। କିନ୍ତୁ ବାତ୍ୟା ବନ୍ୟା ସବୁ ସମୟରେ ମୋ ପାଖରେ ରେଡିଓ ଥାଏ। ଖବର ହେଉ ଅବା ସଂଗୀତ; ସବୁକିଛି ଏହି ରେଡିଓ ଯୋଗାଇ ଆସିଛି ବୋଲି ସେ କହିଛନ୍ତି।

କୁମ୍ଭାରପଡ଼ାର ତଳସାହିର ରେଡିଓ ପ୍ରେମୀ ଜୟରାମ ସେଠୀ କହନ୍ତି, ଘରେ ତାଙ୍କର ଟିଭି ଅଛି। ମାତ୍ର ଟିଭି ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ପୋଷାକ ଇସ୍ତ୍ରି କରି ସେ ପେଟ ପୋଷୁଥିବା ବେଳେ ତାଙ୍କ କର୍ମ ସହ ରେଡିଓ ସର୍ବଦା ଯୋଡ଼ି ହୋଇ ରହିଛି। ତୁର୍କୀର ଭୂମିକମ୍ପ ଖବରଠୁ ଆରମ୍ଭ କରି ଦେଶବିଦେଶର ସବୁ ଖବର ସେ ରେଡିଓରୁ ପାଇଥାନ୍ତି। ଆଉ ଶୁଣିବାକୁ ମିଳୁ ନଥିବା ଭିକାରୀ ବଳଙ୍କ ଭଜନ ସେ ଏଇ ରେଡିଓରୁ ଶୁଣନ୍ତି। ଏତିକି ଶୁଣିଦେଲେ ତାଙ୍କ ରାତିର ନିଦଟା ଭଲରେ ହୋଇଯାଏ। ସବୁ ଅଚଳ ହୋଇଗଲେ ଚଳେଇ ନିଏ, କିନ୍ତୁ ଆଇରନ ଓ ରେଡିଓ ଅଚଳ ହେଲେ ସେ ତୁରନ୍ତ ତାକୁ ସଜ କରି ଆଣନ୍ତି ବୋଲି କହିଛନ୍ତି।
ରେଡିଓର ଯେ ମୁଗ୍ଧ ପ୍ରଶଂସକ ଅଛନ୍ତି, ତାହା ବାଳକୃଷ୍ଣ ମହାପାତ୍ରଙ୍କର ରେଡିଓ ପ୍ରେମରୁ ବାରି ହୋଇପଡ଼େ। ସବୁ ଭୁଲିଯାଆନ୍ତି କିନ୍ତୁ, ରେଡିଓ ଦିବସକୁ କେବେ ଭୁଲନ୍ତି ନାହିଁ। ବରଂ ନିଜର ରେଡିଓକୁ ଆଣି ବଡ଼ଦାଣ୍ଡରେ ପୂଜା କରି ରେଡିଓ ଦିବସ ପାଳନ କରନ୍ତି। ବାଳକୃଷ୍ଣଙ୍କ ସମେତ କୁମୁଦିନୀ ପାଢ଼ୀ, ଜଗନ୍ନାଥ ପାଢ଼ୀ ମିଶି ନିଆରା ଢଙ୍ଗର ରେଡିଓକୁ ପୂଜା କରି ରେଡିଓ ଦିବସ ପାଳନ କରି ଆସୁଛନ୍ତି। ଏ ଧାରା ନିରନ୍ତର ଚାଲିଥିବ ବୋଲି ରେଡିଓ ପ୍ରେମୀମାନେ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l