ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଳଜୀବଙ୍କ ପାଇଁ ବିପଦ ସୃଷ୍ଟି କରୁଛି ବର୍ଜ୍ୟବସ୍ତୁ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଅସ୍ତରଙ୍ଗ: ନଦନଦୀ ଘେରା ସମୁଦ୍ର ପରିବେଷ୍ଟିତ ଅସ୍ତରଙ୍ଗ ଅଞ୍ଚଳରେ ଧାନ ଛାଡ଼ି ଏବେ ମାଛଚାଷ ମୁହାଁ ଅଧିକାଂଶ ଲୋକ। ଚାରିଆଡ଼େ ମାଛଚାଷ ମାଳମାଳ, ତଥାପି ଅସ୍ତରଙ୍ଗର ଚାହିଦା ମେଣ୍ଟିପାରୁନି। ଏଥିପାଇଁ ବାହାରୁ ଲୁଣି ମାଛ ଶୁଖୁଆ ଆସି ଖାଉଟିଙ୍କ ଚାହିଦା ମେଣ୍ଟାଇବାକୁ ପଡ଼ୁଛି।

ଅସ୍ତରଙ୍ଗ ଅଞ୍ଚଳରେ ପୂର୍ବରୁ ପ୍ରଚୁର ପରିମାଣର ଲୁଣିମାଛ ଶୁଖୁଆ ମିଳୁଥିଲା। ପ୍ରତିକୂଳ ପରିବେଶ ହେଉ ବା ଅନ୍ୟ କିଛି କାରଣ ପାଇଁ ନଦୀ ସମୁଦ୍ରରୁ ମତ୍ସ୍ୟ ଉତ୍ପାଦନ କମୁଛି। କିନ୍ତୁ ସମଗ୍ର ଉପକୂଳରେ ମାଳମାଳ ଚିଙ୍ଗୁଡ଼ି ଘେରି ଛାଇଗଲାଣି। ଚିଙ୍ଗୁଡ଼ି ଚାଷ ଲାଭଦାୟକ ଭାବି କିଛି ଚାଷୀ ଏଥିରେ ବି ମାତିଲେଣି। ଏହି ଚାଷରେ ଅଧିକାଂଶ କ୍ଷତି ସହୁଥିବା ବେଳେ କେତେକ ମାଲେମାଲ୍ ବି ହେଉଛନ୍ତି। ହେଲେ ଲାଭବାନ୍‌ ହେବା ପାଇଁ ଉତ୍ପାଦିତ ଚିଙ୍ଗୁଡ଼ି ବାହାରକୁ ଚାଲାଣ ହେବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳରେ ଧାନଚାଷରେ ଲାଭ ନମିଳିବାରୁ କୁନ୍ତକୁ ଜମି ଦେଇ ଚିଙ୍ଗୁଡ଼ି ଚାଷ ଜାରିରହିଛି। ଅନ୍ୟ ପକ୍ଷରେ ପ୍ରଶାସନ ନଜରରେ ଥାଇ ମଧ୍ୟ ସରକାରୀ ରେକର୍ଡଭୁକ୍ତ ଜାଗା, ଆବଦ୍ଧ ଅନାବାଦୀ ବା ସଂରକ୍ଷିତ ଜାଗାକୁ ମାଡ଼ିବସି ସମୁଦ୍ର କୂଳିଆ ଅଞ୍ଚଳରେ ଶହଶହ ଏକର ଜାଗାରେ ଚିଙ୍ଗୁଡ଼ି ଚାଷ ହେଉଛି। ବାରମ୍ବାର କ୍ଷତି ସହିଲେ ମଧ୍ୟ ଥରକେ ଯେଉଁ ଲାଭ ମିଳୁଛି, ସେଥିରେ ମାଲାମାଲ୍ ହେଉଥିବାରୁ ଛତୁଫୁଟିଲା ଭଳି ଚିଙ୍ଗୁଡ଼ିଘେରି ସଂଖ୍ୟା ବଢ଼ୁଛି।

ସବୁଠାରୁ ବଡ଼କଥା ହେଲା ଚିଙ୍ଗୁଡ଼ି ଘେରିରେ ବ୍ୟବହୃତ ରାସାୟନିକ ଦ୍ରବ୍ୟ ଓ ଘେରିରୁ ନିର୍ଗତ ବର୍ଜ୍ୟବସ୍ତୁ ନଦୀନାଳରେ ମିଶି ପରିବେଶ ଉପରେ କୁପ୍ରଭାବ ପକାଇବା ସହିତ ଜଳଜୀବଙ୍କ ପାଇଁ ବିପଦ ଡାକି ଆଣୁଛି। ସ୍ଥିତି ଏମିତି ଯେ, ନଦୀନାଳରେ ମାଛବଂଶ ଲୋପ ପାଇବା ସମେତ ରୁଚିକର ମାଛ ଅଦୃଶ୍ୟ ହୋଇଯାଇଛନ୍ତି। ବିଭିନ୍ନ ଅଞ୍ଚଳରେ ଚିଙ୍ଗୁଡ଼ି ଘେରିର ଆଡ଼ିବନ୍ଧ ଯୋଗୁ ବର୍ଷା ଦିନେ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ପ୍ରତିବନ୍ଧକ ସୃଷ୍ଟିହେଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ନିଘା ନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।