ରାଜ୍ୟ

୨ ଦିନ ପରେ ଚାଲିଲା କାଗଜ କଳ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଜୟପୁର : ଜୟପୁର ସେବା କାଗଜ କଳର ଗୋଟିଏ ୟୁନିଟ କଂଚାମାଲ୍‌ ଅଭାବରୁ ଗତ ଦୁଇଦିନ ବନ୍ଦ ରହିବା ପରେ ଗୁରୁବାର ଦିନ ‘ବି’ ସିଫ୍ଟରୁ ପୁଣି ଆରମ୍ଭ ହୋଇଛି। ଏଠାରେ ଥିବା ୨ଟି ୟୁନିଟରୁ ଗୋଟିଏ ଚାଳୁଥିବା ବେଳେ ଗୋଟିଏ ଯୁନିଟ୍ ଦୀର୍ଘ ୫ମାସ ହେବ ହେବ ବନ୍ଦ ରହିଛି। ପର୍ଯ୍ୟାପ୍ତ ପରିମାଣର କାଠ, କୋଇଲା ଓ କେମିକାଲ ଆଦି କଂପାନି ଜମା କରି ନ ରଖି ଅଳ୍ପ ଅଳ୍ପ ରଖୁଥିବାରୁ ଗୋଟିଏ ୟୁନିଟ ବି ଠିକ୍‌ରେ ଚାଲି ପାରୁନି।

ସୂଚନା ଯୋଗ୍ୟ, ଏପ୍ରିଲ୍ -୨୦୨୦ ରୁ ନଭେମ୍ବର -୨୦୨୧ ପର୍ଯ୍ୟନ୍ତ ପ୍ରାୟ ୧୯ ମାସ ଯନ୍ତ୍ରାଂଶ ମରାମତି ଏବଂ ପରେ କୋରୋନା ମହାମାରୀରେ କଂପାନି ବନ୍ଦ ରହିଥିଲା। ପରେ ଏହାକୁ ବିଜିପିପିଏଲ୍ –ବିଲ୍ଟଠାରୁ ନୂଆ କଂପାନି ମଦର ଆର୍ଥ୍ ରିସୋର୍ସ ପ୍ରାଇଭେଟ୍ ଲିମିଟେଡ ପରିଚାଳନା ଭାର ନେଇଥିଲା। ୨୦୨୨ ମେ’ ମାସରୁ ଉତ୍ପାଦନ ଆରମ୍ଭ ହେଲା ପରେ ପ୍ରତି ମାସରେ କଞ୍ଚାମାଲ କାଠ, କୋଇଲା ଓ କେମିକାଲ ଅଭାବ ଯୋଗୁଁ ଅଧାରୁ ଅଧିକ ଦିନ କଗଜକଳ ବନ୍ଦ ରହୁଛି। ମେ’ ମାସରୁ ପରୀକ୍ଷାମୂଳକ ଉତ୍ପାଦନ ପାଇଁ ଗୋଟିଏ ମେସିନରେ କାମ ଆରମ୍ଭ ହେବା ସହ ଧୀରେଧୀରେ ଦ୍ବିତୀୟ ମେସିନରେ ବି ଉତ୍ପାଦନ କରାଯାଇଥିଲା। ଗତ ନ‌ଭେମ୍ବର ୯ରୁ ୨୩ତାରିଖ ଓ ୨୭ତାରିଖରୁ ପୁଣି ଡିସେମ୍ବର ୨୫ ପର୍ଯ୍ୟନ୍ତ ପୁଣି କଂଚାମାଲ ଅଭାବରୁ କଂପାନି ବନ୍ଦ ରହିଥିଲା। କଂପାନି ବହୁ କଷ୍ଟରେ ୫୦ପ୍ରତିଶ୍ରତ ବକେୟା ଟଙ୍କା ଦେବା ପରେ ଏବେ ସପ୍ତାହରେ ଥରେ ଦେବାକୁ ପ୍ରତିଶ୍ରୁତି ଦେଇ ପାଳନ କରୁନି। ଗତ ୨୦ଦିନ ହେବ ନ ଦେବା ଫଳରେ ପୁଣି ପୂର୍ବର ସେହି ୯କୋଟି ଟଙ୍କା ବାକି ରହିଥିବା କାଠ ଭେଣ୍ଡରମାନେ କହିଛନ୍ତି। କର୍ମଚାରୀମାନଙ୍କୁ ନିୟମିତ ସଂପୂର୍ଣ୍ଣ ଦରମା ନ ଦେଇ ଅଗ୍ରୀମ ଆକାରରେ ଦିଆଯାଉଛି। ଅଗ୍ରୀମରେ ପୁଣି ଅଧା ଟଙ୍କା, ତାହା ପୁଣି ଦୁଇରୁ ତିନି ମାସକୁ ଥରେ ଏବଂ ଠିକ୍‌ ସମମୟରେ ଦେଉ ନଥିବା କର୍ମଚାରୀ କହିଛନ୍ତି।

କଂପାନି ପକ୍ଷରୁ ଶ୍ରମିକମାନଙ୍କ ଇଏସଆଇ, ଫିଏଫ୍‌ ଆଦି ଟଙ୍କା ବି ଜମା ନିୟମିତ କରାଯାଉ ନଥିବା କହିଛନ୍ତି ଶ୍ରମିକ। ଅବସରପ୍ରାପ୍ତ ଶ୍ରମିକଙ୍କ ବକେୟା ପାଉଣା, ପିଏଫ୍ ପେନସନ୍ , ଗ୍ରାଚ୍ୟୁଇଟି ଆଦି ମିଳି ନଥିବା ଅଭିଯୋଗରେ ଅବସରପ୍ରାପ୍ତ ଶ୍ରମିକମାନେ ପଂଚବଟୀ ଅଧିକାରୀ ମାନଙ୍କ ବାସଭବନ ସମ୍ମୁଖରେ ଦଣ୍ଡାୟମାନ ଧାରଣା‌ ଦେବା ଜାରି ରଖିଛନ୍ତି। ଅପରପକ୍ଷରେ ଏହି ମାସର ୨୬ତାରିଖରେ ଏଠାରେ ଉତ୍ପାଦିତ କାଗଜକୁ ବଜାରରେ ବିକ୍ରିବଟା କରିବା ପାଇଁ ବିଲଟ୍ କଂପାନିର ମାର୍କେଟିଂ ଚୁକ୍ତି ସରିବାକୁ ଯାଉଛି। ପୁଣି ଚୁକ୍ତିର ନୂଆ ନବୀକରଣ କରାଯାଇ ନାହିଁ। ଅଳ୍ପ ଅଳ୍ପ କଂଚାମାଲ ମଗାଇ ଦୁଇଟି ୟୁନିଟ ବଦଳରେ ଗୋଟିଏ ୟୁନିଟକୁ ଚଳାଯାଉଛି। ପ୍ରତିଦିନ ଉତ୍ପାଦିତ ହେଉଥିବା ଶହେ ଟନ୍ ପେପର ମିଲ୍‌ରେ ଜମା ରଖିବା ବଦଳରେ ଯେଉଁ ଦିନ ବାହାରୁଛି ସେ ଦିନ ହିଁ ତାହାକୁ ବଜାରରେ ବିକ୍ରି କରାହେଉଛି। ଗତ ୨ମାସ ହେବ କର୍ମଚାରୀଙ୍କୁ ଦେଉଥିବା ଦରମା ଅଗ୍ରୀମ ଟଙ୍କା ନଦେଇ ଗୋଟିଏ ୟୁନିଟରେ ଅଳ୍ପ ଅଳ୍ପ କଂଚାମାଲରେ ମିଲ୍‌ ଚଳାଉଥିବାରୁ ଆଗାମୀ ଦିନରେ ମିଲ୍‌କୁ ନେଇ କର୍ମଚାରୀ, ଶ୍ରମିକ ମାନେ ସଂଦେହରେ ପଡ଼ିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।