ରାଜ୍ୟ

ଦୟାନଦୀ ଦକ୍ଷିଣ ପାର୍ଶ୍ବ ନଦୀବନ୍ଧ ଭୁଶୁଡ଼ିଲା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଣାସ/ଗଡ଼ିଶାଗୋଦା : ପୁରୀ ଜିଲ୍ଲା କଣାସ ବ୍ଲକ୍‌ରେ ପ୍ରବାହିତ ହେଉଥିବା ଦୟାନଦୀର ଡାହାଣ ପାର୍ଶ୍ବ ନଦୀବନ୍ଧ ପ୍ରାୟ ୧୫୦ ଫୁଟ୍‌ରୁ ଅଧିକ ଫାଟିଯାଇ ଭୁଶୁଡ଼ି ପଡ଼ିଛି। ନଦୀବନ୍ଧ କେଉଁ କାରଣରୁ ଭୁଶୁଡ଼ିଲା, ସେ ନେଇ ଖୋର୍ଦ୍ଧା ଜଳସେଚନ ବିଭାଗ ଏବଂ ଡ୍ରେନେଜ୍‌ ବିଭାଗ ଅଧିକାରୀଙ୍କ ମଧ୍ୟରେ ଆଜି ଦିନତମାମ ଦୋଷ ଲଦାଲଦି ହେଉଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ନଦୀବନ୍ଧ ଭୁଶୁଡ଼ି ପଡ଼ିବା ଯୋଗୁ ଚୁପୁରିଙ୍ଗି, କାଳିଘଡ଼ି, ପାହିଲୁଣ୍ଡି ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଗ୍ରାମବାସୀଙ୍କ କହିବାନୁସାରେ, ପୂର୍ବରୁ ଭୁଶୁଡ଼ିଥିବା ନଦୀବନ୍ଧ ଜାଗାରେ ଗୋଟିଏ ବରଗଛ ଥିଲା। ବରଗଛ ଚେର ମଧ୍ୟରେ ବନ୍ୟା ପାଣି ନଦୀରୁ ଅପରପାର୍ଶ୍ବକୁ ଘଳିଆ ପଡ଼ି ପ୍ରବେଶ କରୁଥିଲା। ଏହି ନଦୀବନ୍ଧଟି ଖୋର୍ଦ୍ଧା ଜଳସେଚନ ବିଭାଗର ହୋଇଥିଲେ ମଧ୍ୟ ନଦୀବନ୍ଧର ଦୃଢ଼ ମରାମତି ହୋଇ ନ ଥିଲା।

ଏହିଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଡ୍ରେନେଜ ବିଭାଗ କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ପଣ୍ଡା କହିଛନ୍ତି, କିଛିମାସ ହେଲା ଏହି ନଦୀଶଯ୍ୟା ଖୋଳା ଚାଲିଛି। ନଦୀବନ୍ଧଠାରୁ ୧୫ ମିଟର ଛାଡ଼ି ନଦୀଶଯ୍ୟା ଖନନ କରାଯାଉଛି। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ କହିବା କଥା ହେଲା, ନଦୀର ଖୋଳା ଯାଉଥିବା ପଙ୍କ ଓ ପାଣି ମିଶ୍ରିତ ନଦୀର ଅପରପାର୍ଶ୍ବରେ ଜମା ହେଉଥିବାବେଳେ ପୂର୍ବରୁ ଘଳିଆ ପଡ଼ିଥିବା ସ୍ଥାନଦେଇ ପଙ୍କ ମିଶ୍ରିତ ପାଣି ଆସିବା ଫଳରେ ସେହି ସ୍ଥାନଟି ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ିଛି। ତେବେ, ଡ୍ରେନେଜ୍‌ ବିଭାଗର ଏସ୍‌ଇ ଆଶିଷ ମିଶ୍ର,ଏସ୍‌ଡିଓ ପ୍ରଦୀପ ଜେନା, କନିଷ୍ଠ ଯନ୍ତ୍ରୀ ସଞ୍ଜୟ ପଣ୍ଡା ଆସି ଭୁଶୁଡ଼ିବା ସ୍ଥାନରେ ପହଞ୍ଚି ବନ୍ଧର ସୁରକ୍ଷା ପାଇଁ ମରାମତି କାର୍ଯ୍ୟ ଯାଞ୍ଚ କରୁଛନ୍ତି।

ଏହି ଘଟଣାକୁ ନେଇ ଦୁଇ ବିଭାଗ ପକ୍ଷରୁ ପ୍ରତିକ୍ରିୟା ହସ୍ତଗତ ହୋଇଛି। ଏ ସମ୍ପର୍କରେ ଖୋର୍ଦ୍ଧା ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ସାହୁ କହିଛନ୍ତି ଯେ ଦୟାନଦୀ ଶଯ୍ୟା ଖୋଳା ଯାଉଥିବାରୁ ଏହି ନଦୀବନ୍ଧ ଭୁଶୁଡ଼ିଛି। ତେଣୁ ଡ୍ରେନେଜ୍‌ ବିଭାଗ ଏହାକୁ ମରାମତି କରୁଛି। ଡ୍ରେନେଜ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ପଣ୍ଡା କହିଛନ୍ତି ଯେ ବନ୍ଧ ଭୁଶୁଡ଼ିବା ପରେପରେ ବାଲିବସ୍ତା ପ୍ରସ୍ତୁତ କରାଯାଇ ଆଜି କାର୍ଯ୍ୟ ଆରମ୍ଭ ହୋଇଛି। ନଦୀବନ୍ଧକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯିବ ବୋଲି ସେ କହିଛନ୍ତି।

ଏଠାରେ ଉଲ୍ଲେଖ‌ଯୋଗ୍ୟ ଯେ ଗତ ୩୦ ତାରିଖ ଦିନ ଏହି ନଦୀର ବାମ ପାର୍ଶ୍ବ ନଦୀବନ୍ଧ ବସନ୍ତପୁର ନିକଟରେ ୧୦୦ ମିଟରରୁ ଅଧିକ ନଦୀଗର୍ଭକୁ ଭୁଶୁଡ଼ି ପଡ଼ିଥିଲା। ଏହାର ୧୦ ଦିନ ନ ପୂରୁଣୁ ପୁଣି ଗତକାଲି ଦୟାନଦୀର ଦକ୍ଷିଣ ପାର୍ଶ୍ବ ବନ୍ଧ ଭୁଶୁଡ଼ିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।