ଅପରାଧ ରାଜ୍ୟ

ସୂଚନା କମିସନରଙ୍କ ନାମରେ ମାମଲା , ତଦନ୍ତ ଆରମ୍ଭ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ସୂଚନା କମିସନର ବିକ୍ରମ ସେନାପତିଙ୍କ ନାଁରେ ଖାରବେଳନଗର ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ଏହି ମାମଲାର ତଦନ୍ତ କରୁଛି। ଯାହା ସୂଚନା ମିଳିଛି, କମିସନଙ୍କ ନିକଟରେ ଏକ ମାମଲାର ଶୁଣାଣି ଚାଲୁଥିବାବେଳେ କମିସନର ଶ୍ରୀ ସେନାପତି ଆବେଦନକାରୀ ଅମୂଲ୍ୟ ମାଝୀଙ୍କୁ ଅତ୍ୟନ୍ତ କଦର୍ଯ୍ୟ ଓ ଅଭଦ୍ରୋଚିତ ବ୍ୟବହାର ସହ ଜାତିଗତ ଆକ୍ଷେପ କରି କୋର୍ଟ ରୁମରୁ ବାହାରି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଜଣେ କମିସନରଙ୍କଠାରୁ ସେ ଏଭଳି ବ୍ୟବହାର ଆଶା କରି ନ ଥିଲେ ଅମୂଲ୍ୟ। ସେ ଅପମାନିତ ହୋଇ ମୁଖ୍ୟ ସୂଚନା କମିସନରଙ୍କୁ ଲିଖିତ ଭାବେ ଜଣାଇବା ସହ ଶ୍ରୀ ସେନାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ।

ଏହା ସହିତ ଅମୂଲ୍ୟ ରାଜ୍ୟପାଳଙ୍କୁ ସୂଚନା ଅଧିକାର ଆଇନର ଧାରା ୧୭ ଅନୁଯାୟୀ ଶ୍ରୀ ସେନାପତିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହାପରେ ଖାରବେଳ ଥାନାର ବିଧିବିଦ୍ଧ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଖାରବେଳନଗର ଥାନା ପୁଲିସ ପକ୍ଷରୁ କେସ ନମ୍ବର ୪୮/୨୩ ଧାରା ୩୧(୩) ଟିଏ/ ଏସସି/ ଏଏସିଟିରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଇନ୍ସପେକ୍ଟର ରଜନୀକାନ୍ତ ମିଶ୍ର କହିଛନ୍ତି। ଖୁବ ଶୀଘ୍ର ତାଙ୍କୁ ଥାନାକୁ ଡକାଯାଇ ପଚରାଉଚରା କରାଯିବ ବୋଲି ସେ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।