ରାଜ୍ୟ ସ୍ପେଶାଲ ରିପୋର୍ଟ

ନବ ଦାସ ହତ୍ୟାକାଣ୍ଡ: ଦୁଇ ଦିନ ପୂର୍ବରୁ ରେକି କରିଥିଲା ଗୋପାଳ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର: କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆଜି କ୍ରାଇମବ୍ରାଞ୍ଚ ଟିମ ସିନ୍ ରିକ୍ରେସନ କରିବା ପୂର୍ବରୁ ଏକ ବଡ଼ ସୂଚନା ପାଇଛି। ଗୋପାଳ କ୍ରାଇମ ବ୍ରାଞ୍ଚ ଆଗରେ ସ୍ବୀକାର କରିଛି ଯେ ହତ୍ୟାକାଣ୍ଡର ଦୁଇ ଦିନ ପୂର୍ବରୁ ଝାରସୁଗଡ଼ା ଗାନ୍ଧି ଛକକୁ ଯାଇ ଦୁଇ ଥର ରେକି କରିଥିଳା। କେମିତି ମନ୍ତ୍ରୀଙ୍କୁ ହତ୍ୟା କରାଯିବ, ସେନେଇ ଯୋଜନାବଦ୍ଧ ଭାବେ ଏକ ପ୍ଲଟ୍ ତିଆରି କରିଥିଳା। ପୂର୍ବ ଦିନ ଏପରିକି ତା ପୂର୍ବ ଦିନ ମଧ୍ୟ ଯାଇଥିଲା ଘଟଣାସ୍ଥଳକୁ। ସାଦା ବେଶରେ ନୁହେଁ ପୁଲିସ ବେଶରେ ଏସବୁ କାମ କରିଥିଲା।

ହେଲେ ଗୋପାଳର ଏତେ ସବୁ ଯୋଜନା ସଂପର୍କରେ କେହି କିଛି ଟେର୍‌ ପାଇନଥିଲେ। ଆଜି ଗୋପାଳକୁ ଗାନ୍ଧୀନଗର ଛକକୁ ନିଆଯିବା ସମୟରେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ସ୍ଥାନୀୟ ଲୋକଙ୍କୁ ଏ ସଂକ୍ରାନ୍ତରେ ପଚାରିବାରେ ସେମାନେ ମଧ୍ୟ ଏହାକୁ ସତ ବୋଲି କହିଥିବା ସୂଚନା ମିଳିଛି। ସେମାନେ କହିଥିଲେ- ଗୋପାଳ ପୁଲିସ ପୋଷାକରେ ବାଇକରେ ଆସି ଘଟଣାସ୍ଥଳରୁ କିଛି ଦୂରରେ ପହଞ୍ଚିଥିଲା ଓ ସେଠାରେ ବାଇକ ରଖି ଚାଲି ଚାଲି ଯାଇଥିଲା ହତ୍ୟାକାଣ୍ଡ ଘଟାଇଥିବା ସ୍ଥାନକୁ। ଅଣ୍ଟାରୁ ବନ୍ଧୁକ କାଢ଼ି ଜଣେ ବ୍ୟକ୍ତିଙ୍କୁ ଅବିକଳ ଫାୟାରିଂ କଲା ଭଳି ଆକ୍ସନ୍ କରିଥିଲା। କ୍ରାଇମ ବ୍ରାଞ୍ଚ ଟିମ୍ ଆଜି ସେମାନଙ୍କଠାରୁ ତଥ୍ୟ ଲିପିବଦ୍ଧ କରିବା ସହିତ କେତେକଙ୍କୁ ସାକ୍ଷୀ ଭାବେ ନେଇ ଦସ୍ତଖତ କରାଇଛି।

ଅନ୍ୟପଟେ ଆସନ୍ତାକାଲି ଗୋପାଳର ୪ ଦିନିଆ ରିମାଣ୍ଡ ଅବଧି ଶେଷ ହେବ। ଆଜି ସେ କ୍ରାଇମ ବ୍ରାଞ୍ଚକୁ କହିଛି ଯେ ମୋତେ ବ୍ରଜରାଜନଗର ସବ-ଜେଲରେ ନ ରଖି ଜିଲ୍ଲା କିମ୍ବା ଅନ୍ୟ ଜିଲ୍ଲାର ଜେଲରେ ରଖାଯାଉ। ବ୍ରଜରାଜନଗର ସବ-ଜେଲରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଅନେକ ଗୁଣ୍ଡା ବା ସମର୍ଥକ ରହୁଛନ୍ତି। ତେଣୁ ସେମାନେ ମୋତେ ଯେ କୌଣସି ମୂହୁର୍ତରେ ହତ୍ୟା କରି ପାରନ୍ତି। କେବଳ ସେତିକି ନୁହେଁ ଯେହେତୁ ପୂର୍ବତନ ମନ୍ତ୍ରୀ ନବ ଦାସ ଜଣେ ପ୍ରଭାବଶାଳୀ ଓ ଟାଣୁଆ ନେତା ଥିଲେ, ତେଣୁ ଜେଲରେ ମୋ ଜୀବନ ପ୍ରତି ବିପଦ ରହିଛି। ଉଦାହରଣ ଦେଇ ସେ କହିଛି ଗତ ବର୍ଷ ଡିସେମ୍ବର ମାସ ୨୦ ତାରିଖରେ ଯେଉଁ ଭଳି କଣ୍ଟାବାଞ୍ଜି ଜେଲରେ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଲା, ସେମିତି ମୋ କ୍ଷେତ୍ରରେ ମଧ୍ୟ ଘଟିପାରେ।

ମିଳିଥିବା ସୂଚନା ଅନୁସାରେ, ନବ ଦାସଙ୍କୁ ଜଣେ ପୁଲିସ ଏଏସଆଇ ହତ୍ୟା କରିବା ପରେ ଏସ୍‌ପିଓ ଭାବେ କାର୍ଯ୍ୟ କରୁଥିବା ପୁଲିସ କର୍ମଚାରୀଙ୍କ ମାନସିକ ଅବସ୍ଥା ଯାଞ୍ଚ କରିବାକୁ ଡିଜି ସୁନୀଲ ବଂଶଲ ନିର୍ଦେଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ବିଧାୟକ ଓ ମନ୍ତ୍ରୀଙ୍କ ଏସ୍‌ପିଓମାନଙ୍କ ମାନସିକ ସ୍ଥିତ ଯାଞ୍ଚ କରାଯିବ। ସେହିପରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କ ସହିତ ଏସକର୍ଟ ପାର୍ଟିରେ ଯାଉଥିବା ପୁଲିସ କର୍ମଚାରୀମାନଙ୍କ ମାନସିକ ସ୍ଥିତି ଯାଞ୍ଚ କରିବାକୁ ପ୍ରାଧାନ୍ୟ ଦିଆଯିବ। ଏହା ପରେ ରାଜ୍ୟ କାମ କରୁଥିବା ୭୦ ହଜାର ପୁଲିସ କର୍ମଚାରୀ ମାନସିକ ସ୍ଥିତିକୁ ପର୍ଯ୍ୟାୟକ୍ରମେ ଯାଞ୍ଚ କରାଯିବ ବୋଲି ପୁଲିସ ଡିଜି ଶ୍ରୀ ବଂଶଲ କହିଛନ୍ତି। ଅନ୍ୟପଟେ ଯାହା ବିଶେଷ ଖବର ଅଛି ଆସନ୍ତାକାଲି ପୁଲିସ ଡିଜି ଶ୍ରୀ ବଂଶଲ ହତ୍ୟାକାଣ୍ଡର କାରଣ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇପାରନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।