ରାଜ୍ୟ ସ୍ପେଶାଲ ରିପୋର୍ଟ

ଧାନ କିଣା ବିକାରେ ଅଚଳାବସ୍ଥା, ଚାଷୀଙ୍କୁ ମିଳୁନି ଧାନ ଟଙ୍କା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭଦ୍ରକ: ରାଜ୍ୟ ସରକାର ଚାଷୀ ମାରଣ ନୀତିରେ ରହିଛନ୍ତି। ଚାଷୀ ତାର ଧାନ ଅମଳ କରି ମଣ୍ଡିକୁ ଧାନ ଆଣିବା ପାଇଁ ଲାଗିଗଲା ଏକ ମାସରୁ ଉର୍ଦ୍ଧ୍ବ ସମୟ। ଡିସେମ୍ବର ମାସରୁ ଧାନ କଟା ଶେଷ ହୋଇଥିଲେ ମଧ୍ୟ ଚାଷୀର ଧାନ ଉଠାଇଲା ନାହିଁ ସରକାର। ଧାନ ଉଠାଇବା ପାଇଁ ଟୋକନ୍ ଦେବାରେ ବେଶ୍ କିଛି ଦିନ ବିଳମ୍ବ କରାଗଲା। ଚାଷୀ ଟୋକନ ପାଇବା ବେଳେକୁ ୩୦ ପ୍ରତିଶତ ଧାନ ଜିଲ୍ଲାର ବହାର ରାଜ୍ୟର ଦଲାଲଙ୍କ ହାତକୁ ପଳାଇଗଲା। ୧୫ ଶହ ଟଙ୍କା କୁଇଣ୍ଟାଲରେ ଜିଲ୍ଲାର ୩୦ ପ୍ରତିଶତ ଧାନ ଆଗୁଆ ଦଲାଲ ଉଠାଇ ଦେଲେ । ବଳକା ରହିଥିବା ୭୦ ପ୍ରତିଶୟତ ଧାନ ଚାଷି ମଣ୍ଡିରେ ଦେବାକୁ ସରକାର ପାଗ ଭିଡୁ ଭିଡୁ ଚାଷୀ ଏକ ରକମ ଅଧା ଶୋଷଣର ଶୀକାର ହୋଇଗଲେ। ଧାନ ବିକ୍ରି କରିବା ପାଇଁ ଚାଷୀଙ୍କୁ ଅନଲାଇନ୍ ରେ ଟୋକନ ଇସ୍ୟୁ କରାଯାଇ ମେସେଜ ପଠାଯାଇଥିଲେ ମଧ୍ୟ ଚାଷୀ ଟୋକନ ପାଇବାର ଏକ ମାସ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ଧାନ ଉଠାଉ ନାହାନ୍ତି ସମବାୟ ସମିତି ଓ ଏସଏଜି ଗୃପ୍। ଜଣେ ଜଣେ ଚାଷୀ ସକାଳୁ ଆସି ମଣ୍ଡି ଆଗରେ ଠିଆ ହୋଇ ସଂଧ୍ୟାରେ ଘରକୁ ଫେରୁଛି।

ତଥାପି ତାର ଧାନ ଅନ ଲାନ୍ ରେ ବିକ୍ରି ହୋଇ ପାରୁ ନାହିଁ। ସମବାୟ ସମିତିକୁ ଆସି ଚାଷୀ ବାୟୋମେଟ୍ରିକ ମେସିନରେ ନିଜର ଆଖି ଦେଖାଇ ନାମ ପଂଜିକରଣ କରିବାର ସୁଯୋଗ ମିଳୁ ନାହିଁ। ଇଣ୍ଟରନେଟ୍ ଫେଲ୍ ଯୋଗୁଁ ଚାଷୀଙ୍କର ବାୟୋମେଟ୍ରିକ୍ ମେସିନ୍ ରେ ନାମ ପଂଜିକରଣ କରିବା ସମ୍ଭବ ହେଉ ନାହିଁ। ଏଣ୍ଟରନେଟ୍ ଫେଲର ଆଳରେ ଦିନ ଦିନ ଧରି ବିତିଯାଉଛି । ସମବାୟ ସମିତି ଆଗରେ ଅପେକ୍ଷା କରି କରି ଚାଷୀ ହତାଶ ହୋଇ ଘରକୁ ଫେରୁଛି। ଏବେ କିଛି ଚାଷୀଙ୍କର ଟୋକନ ଲାପସ୍ ସେବାକୁ ବସିଥିବା ବେଳେ ସେମାନଙ୍କ ଧାନ ସରକାରୀ ମଣ୍ଡିରେ ବିକ୍ରି ହୋଇ ପାରି ନାହିଁ। ଏଭଳି ଅଭିଯୋଗ କାଉପୁର, ଦୈସିଂ, ଚଢିଆ, ଆମ୍ରୋଳି, ନାଲଗରା, ବିଷ୍ଣୁପୁର, ଚୂଡାକୁଟି, ବନ୍ଧଟିଆ,ରାଧାବଲ୍ଲପୁର, ତିହିଡି, ବାରସର, ପାଳିଆ, ଇରମ, ସରମରା, କାଦବରାଙ୍ଗ, ପୁରୁଷଣ୍ଢ, ଦକ୍ଷିଣବାଡ, ବସନ୍ତିଆ, ଅଡାଳପଙ୍କ, ଆଡିଆ, ବାଙ୍କତିରା, ଓଡଙ୍ଗ, ବିରିଡି, ଅଣିଜ, ଚାରିଘରିଆ, ଚକ୍ରାୟପାଢୀ, ବଡମହିଷିଗୋଠ, ଭଗାରାମ, ବନ୍ତଳା, ଗଣିଜାଙ୍ଗ, ଝୁଆଳସିଂହ, ସେଣ୍ଢତୀରା, କେନ୍ଦୁଆପଦା, ଗୋବିନ୍ଦପୁର, ନିଳୋକ, ବନ୍ତ, ଟିଲୋ, ଆପଣ୍ଡା, ପଦନପଡା, ତୋଡଙ୍ଗା, ବାରିକପୁର, ବହୁଦରଡା, ମାଳଦା, ଶୋଳମପୁର, ଅର୍ଣ୍ଣପାଳ, ସାବରଙ୍ଗ, ନଳାଙ୍ଗ, ଗେଲପୁର, ବିଭୁତିପୁର, ଏରଡା , ଜଳମଣ୍ଡୁଆ, ପାଇମହୁରା, ସାତଭଉଣୀ, ପୀରିପୁର , କୋରକୋରା ଆଦି ଅଞ୍ଚଳର ବହୁ ଚାଷୀ ସେମାନଙ୍କର ଧାନ ଦେଇ ମଧ୍ୟ ଟଙ୍କା ପାଇ ନାହାନ୍ତି ବୋଲି ଅଭିଯୋଗ ଉଠାଇଛନ୍ତି। ଧାନ ଟଙ୍କା ନମିଳିଲେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଚାଷୀଙ୍କୁ ସେମାନଙ୍କର ଧାନ ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା ସହ ଚାଷୀଙ୍କର ଟୋକନ ଲାପସ ହେବାକୁ ବସିଥିବା ଚାଷୀଙ୍କର ଧାନ ତୁରନ୍ତ ସରକାର କିଣନ୍ତୁ ବୋଲି ଭଦ୍ରକ ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରଶାସନ ନିକଟରେ ଆଜି ଦାବି କରାଯାଇଛି। ସଂଗଠନର ଜିଲ୍ଲା ଆବାହକ ତ୍ରିଲୋଚନ ପଣ୍ଡା, ସୀତାକାନ୍ତ ସାହୁ, ସତ୍ୟ ନାୟକ ପ୍ରମୁଖ ଏଇ ଦାବି ଉଠାଇ ଥିବା ବେଳେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଯୋଗାଣ ଅଧିକାରୀ ଚାଷୀଙ୍କର ଏଇ ସମସ୍ୟା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମାଧାନର ପନ୍ଥା ବାହାର କରନ୍ତୁ ନହେଲେ ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସରକାରୀ ବ୍ୟବସ୍ଥା ଭିତରେ ଜିଲ୍ଲାରେ ଧାନ କିଣା ଏବେ ଘୋର ଅବ୍ୟବସ୍ଥାରେ ଚାଲିଥିବା ବେଳେ ଜିଲ୍ଲାର ନିର୍ବାଚିତ ବିଧାୟକ ଓ ସାଂସଦମାନେ ଏଇ ପ୍ରସଙ୍ଗରେ ନୀରବ ରହିବା ଘଟଣାକୁ ଜିଲ୍ଲାର ଚାଷୀ ତୀବ୍ର ନିନ୍ଦା କରିଛନ୍ତି।

ଜିଲ୍ଲା ଯୋଗାଣ ବିଭାଗ ଚାଷୀର ଧାନ ଟଙ୍କା ଦେବାରେ ବିଳମ୍ବ କରୁଥିବାରୁ ଏହାକୁ ଦେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶହେ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଧାନ ଚାଷୀ ଦେଇ ସାରିଥିବା ବେଳେ ସେମାନଙ୍କର ପ୍ରାପ୍ୟ ବାବଦକୁ ଟଙ୍କା ଯୋଗାଣ ବିଭାଗ ପ୍ରଦାନ ନକରିବା ପରିତାପର ବିଷୟ ହୋଇଛି। ଚାଷୀ ମଣ୍ଡିରେ ଧାନ ଦେଲେ। ଧାନ ଦେବାରୁ ଗୋଟିଏ କିମ୍ବା ଦୁଇ ଦିନ ଭିତରେ ଚାଷୀ ଆକାଉଣ୍ଟକୁ ଟଙ୍କା ଆସିବା ପାଇଁ ସରକାର ଘୋଷଣା କରିଥିଲେ। ମାତ୍ର ଚାଷୀର ଏଇ ଟଙ୍କାକୁ କାହିଁକି ଯୋଗାଣ ବିଭାଗ ଚାପି ରଖୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି। ଧାନ ଟଙ୍କା ପ୍ରସଙ୍ଗରେ ଜିଲ୍ଲା ଯୋଗାଇ ବିଭାଗ ଅଧିକାରୀଙ୍କୁ ପଚାରିଲେ, ଜିଲ୍ଲା ଯୋଗାଣ ଅଧିକାରୀ କିଛି ଉତ୍ତର ରଖଚ ନାହାନ୍ତି। ଜିଲ୍ଲା ଯୋଗାଣ ଅଧିକାରୀଙ୍କର ଏପରି ମନୋଭାବ ଚାଷୀମାନଙ୍କୁ ବ୍ୟଥିତ କରିଛି। ଚଳିତ ବର୍ଷ ଜିଲ୍ଲାରୁ ୨୩ ଲକ୍ଷ କୁଇଣ୍ଟାଲ ଧାନ କିଣା ଯିବ ବୋଲି ସରକାର ଟାର୍ଗେଟ ଦେଇଥିବାବେଳେ ଏଥିପାଇଁ ୧୦୧ ଟି ପାକ୍ସ ଓ ୫୧ ଟି ମହିଳା ଏସଏସଜି ଗ୍ରୁପ୍ କୁ ମିଶାଇ ମୋଟ ୧୫୨ ଟି ସଂସ୍ଥା ଜରିଆରେ ଧାନ କିଣା ପାଇଁ ଯୋଜନା କରାଯାଇଥିଲା। ଏଇ ଯୋଜନା ବାସ୍ତବ କ୍ଷେତ୍ରରେ ଠିକ୍ ଭାବେ କାର୍ଯ୍ୟ କରୁ ନଥିବା ବେଳେ ଚାଷୀ ବାଧ୍ୟ ହୋଇ ବାହାର ଦଲାଲଙ୍କର ସହାୟତାରେ କମ୍ ମୂଲ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ଜିଲ୍ଲାରେ ୪୦ ପ୍ରତିଶତ ଧାନ ବାହାର ଦଲାଲ ଉଠାଇ ନେଇଥିବା ବେଳେ ଏବାଦରେ ଜିଲ୍ଲାର ଚାଷୀ ଅଭାବୀ ଧାନ ବିକ୍ରୀର ଶୀକାର ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।