ରାଜ୍ୟ ସ୍ପେଶାଲ ରିପୋର୍ଟ

ଦିନେ ରାଜନୀତିରେ ଦବ୍‌ଦବା ଥିଲା, ଆଜି ପମ୍ପ୍‌ହାଉସ୍ ତଳେ ଜୀବନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ମାଣିତରା ପଞ୍ଚାୟତ ଭୋଗଡ଼ା ଗ୍ରାମ ସୁଦାମ ମହାରଣା (୭୨)। ଦିନେ ଗାଁ ଓ ପଞ୍ଚାୟତ ରାଜନୀତିରେ ତାଙ୍କର ଦବ୍‌ଦବା ଥିଲା। ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନ ଆସିଲେ ସବୁ ଦଳ ଶବିରରେ ତାଙ୍କୁ ଖୋଜା ପଡ଼ୁଥିଲା। ସାଂଗଠନିକ ନେତୃତ୍ବ ବଳରେ ଅନେକ ନେତା ଗଢ଼ିଛନ୍ତି। କେବଳ ଏତିକି ନୁହେଁ, ଜଣେ କାଠ କାରିଗର ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ଥିଲା। କିନ୍ତୁ ଆଜି ସେ ନିଜେ ଅସହାୟ ଓ ଅସୁସ୍ଥ। ଚିକିକିତ୍ସା ଖର୍ଚ୍ଚ ପାଇଁ ଘର ଖଣ୍ଡିକ ବିକିଦେଲେ। ୩ ମାସ ହେଲା ଗ‌ୋଟିଏ ପମ୍ପ୍‌ହାଉସ୍‌ ଘର ତଳେ ସେ ଶୀତକାକରରେ ଦିନ କାଟୁଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରା ଯାଇଥିଲା। ହେଲେ କେହି ଆଟେଣ୍ଡାଣ୍ଟ୍‌ ନଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଫେରାଇ ଦେଇଛନ୍ତି।

ସୁଦାମଙ୍କ ପତ୍ନୀଙ୍କ ୪ ବର୍ଷ ତଳେ ଦେହାନ୍ତ ହୋଇଥିବା ବେଳେ ତାଙ୍କର ସନ୍ତାନସନ୍ତତି କେହି ନାହାନ୍ତି। କିନ୍ତୁ ଏହା ମଧ୍ୟରେ ସୁଦାମ ହଠାତ୍ ଅସୁସ୍ଥ ହେବାରୁ ନିଜର ଚିକିତ୍ସା ପାଇଁ ଯେଉଁ ଘର ଖଣ୍ଡେ ଥିଲା ତାକୁ ବିକ୍ରି କରିଦେଲେ। ହେଲେ ଘର କିଣିଥିବା ବ୍ୟକ୍ତି ଏଯାଏ ସବୁ ଟଙ୍କା ଦେଇନାହାନ୍ତି। ଫଳରେ ସୁଦାମଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ କି, ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ନାହିଁ। ଫଳରେ ପ୍ରାୟ ୩ ମାସ ହେଲା ଗାଁ ସ୍କୁଲ୍ ନିକଟରେ ଥିବା ଏକ ପାଣି ପମ୍ପ୍‌ଗୃହ ତଳଭାଗରେ ଶୀତକାକରରେ ସୁଦାମ ଆଶ୍ରୟ ନେଉଛନ୍ତି। ମଧୁମେହ ହେତୁ ତାଙ୍କର ବାମ ଗୋଡ଼ଟି ପଚି ଫାଟି ନଷ୍ଟ ହେବାକୁ ବସିଲାଣି। ଏଥିପାଇଁ ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି। ହେଲେ ଖାଇବାକୁ ପାଖରେ ଟଙ୍କାଟିଏ ବି ନଥିବା ଔଷଧ କିଣିବେ କେଉଁଠୁ ଏହି ଚିନ୍ତାରେ ପଡ଼ିଛନ୍ତି। କିଏ ଭାତ ମୁଠେ କି ବିସ୍କୁଟ୍ ଖଣ୍ଡେ ଦେଲେ, ସେଥିରେ ସୁଦାମଙ୍କ ଭୋକ ମେଣ୍ଟୁଛି। ନହେଲେ ସେମିତି ଭୋକଉପାସରେ ପଡ଼ିରହୁଛନ୍ତି। ଆଖିକୁ ବି ଭଲ ଭାବେ ଦେଖାଯାଉନି। ସରକାରଙ୍କ ପକ୍ଷରୁ ଯେଉଁ ବାର୍ଦ୍ଧକ୍ୟ ଭତ୍ତା ମିଳୁଥିଲା, ତାହା ମଧ୍ୟ କିଛି ମାସ ହେଲା ବନ୍ଦ ହୋଇଯାଇଛି। ଗ୍ରାମର ଜଣେ ଆମ୍ବୁଲାନ୍ସ୍ ଡ୍ରାଇଭର୍ ଗୋଲକ ସାହୁ ଅଧିକାଂଶ ସମୟରେ ତାଙ୍କୁ ଖାଇବାକୁ ଦେଉଥିବା ସୁଦାମ କହିଛନ୍ତି।

ତେବେ ଏହାମଧ୍ୟରେ ସୁଦାମଙ୍କୁ ଚିକିତ୍ସା ପାଇଁ ଗୋଲକଙ୍କ ସହଯୋଗରେ ୩ ଦିନ ତଳେ ଆମ୍ବୁଲାନ୍ସ୍ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ହେଲେ ସୁଦାମଙ୍କ କେହି ସଂପର୍କୀୟ ନଥିବା ଜାଣି କର୍ତ୍ତୃପକ୍ଷ ତାଙ୍କୁ ଫେରାଇଦେଇଥିଲେ। ଫଳରେ ସୁଦାମ ସେହି ପମ୍ପ୍‌ହାଉସ୍ ତଳେ ସେମିତି ପଡ଼ି ରହିଛନ୍ତି। ଯଦି ଅସହାୟ ଲୋକଙ୍କୁ ସରକାରୀ ମେଡିକାଲ କର୍ତ୍ତୃପକ୍ଷ ଚିକିତ୍ସା ଯୋଗାଇବେନି, ତାହେଲେ ସେମାନେ କେଉଁଠିକୁ ଯିବେ ବୋଲି ସାଧାରଣରେ ପ୍ରଶ୍ନ ହେଉଛି। ଏ ଦିଗରେ ଜନପ୍ରତିନିଧି ଓ ପ୍ରଶାସନ ହସ୍ତକ୍ଷେପ କରିବା ଏବଂ ସୁଦାମଙ୍କୁ ଚିକିତ୍ସା ସହ ଥଇଥାନ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।