ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ମାଲକାନଗିରି : ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରଵାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ସାନି ଏତଲା ଦେଇଛନ୍ତି ପତ୍ନୀ ବନଜା ପଣ୍ଡା। ଏଥର ଏତଲା ସେ ସିଧାସଳଖ ପୁଲିସ ମହାନିର୍ଦ୍ଦେଶକଙ୍କୁ ପ୍ରଦାନ କରିଛନ୍ତି। ତତ୍କାଳୀନ ଜିଲ୍ଲାପାଳଙ୍କ ରୋଷେୟା ସନ୍ତୋଷ ପାଣିଗ୍ରାହୀଙ୍କ ଗତବର୍ଷ ଡିସେମ୍ବର ମାସରେ ସନ୍ଦେହଜନକ ମୃତ୍ୟୁର ନିରପେକ୍ଷ ତଦନ୍ତ ପାଇଁ ସେଥିରେ ନିବେଦନ କରିଛନ୍ତି।
ବନଜାଙ୍କ ଅଭିଯୋଗ ହେଲା, ୨୦୧୯ ମସିହାରେ ସନ୍ତୋଷ ପାଣିଗ୍ରାହୀ ତତ୍କାଳୀନ ଜିଲ୍ଲାପାଳଙ୍କ ବାସଭବନରେ ରୋଷେୟା ଭାବେ କାମ କରୁଥିଲେ। ସେହିବର୍ଷ ଡିସେମ୍ବର ମାସ ୨୭ତାରିଖରେ ଦେବ ନାରାୟଣ ପଣ୍ଡାଙ୍କୁ ହତ୍ୟା ଘଟଣାର ସେ ଜଣେ ମାତ୍ର ପ୍ରତ୍ୟକ୍ଷଦର୍ଶୀ ଥିଲେ। ହତ୍ୟା ଘଟଣାର କିଛିଦିନ ପରେ ସନ୍ତୋଷ ତାଙ୍କୁ ଭେଟି ସବୁ କଥା କହିଥିଲେ। ଜୀବନ ପ୍ରତି ବିପଦ ରହିଥିବାରୁ ପ୍ରଘଟ ନ କରିବାକୁ ନିବେଦନ କରିଥିଲେ। ହତ୍ୟାରେ ପ୍ରଭାବଶାଳୀଙ୍କ ସଂପୃକ୍ତି ରହିଥିବାରୁ ପ୍ରବଳ ଚାପରେ ସନ୍ତୋଷ ରହିଥିଲେ। ତେବେ ଗତବର୍ଷ ଡେସେମ୍ବର ୧୯ତାରିଖରେ ମାଲକାନଗିରି ଏସ୍ଡିଜେଏମ୍ ହତ୍ୟା ମାମଲାର ଶୁଣାଣି ପାଇଁ ଆବେଦନକୁ ଗ୍ରହଣ କରିବାର ପରଦିନ ହିଁ ୩୫ବର୍ଷୀୟ ସନ୍ତୋଷଙ୍କ ଅଚାନକ ମୃତ୍ୟୁ ହୋଇଥିଲା।
ଜଣେ ସାକ୍ଷୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବାରୁ ଡିସେମ୍ବର ମାସ ୨୪ତାରିଖ ଦିନ ମାଲକାନଗିରି ଏସ୍ପିଙ୍କୁ ଓ ମାଲକାନଗିରି ଥାନାରେ ବନଜା ଏତଲା ଦେଇଥିଲେ। ଏପରିକି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜିଙ୍କୁ ମଧ୍ୟ ସନ୍ତୋଷଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏତଲା ଦେଇଥିଲେ। ଆଜି ପର୍ଯ୍ୟନ୍ତ ଏହି ଏତଲା ଭିତ୍ତିରେ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ତେଣୁ ବାଧ୍ୟ ହୋଇ ପୁଲିସ ଡିଜିଙ୍କୁ ଏତଲା ଦେଇଛନ୍ତି, ମୃତ୍ୟୁର ତଦନ୍ତ କଲେ ଉଚିତ ନ୍ୟାୟ ମିଳିପାରିବ ବୋଲି ସେଥିରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ଗତକାଲି କ୍ରାଇମବ୍ରାଞ୍ଚ ଡିଏସ୍ପି ଦେବବ୍ରତ ଚକ୍ରଙ୍କ ବିରୋଧରେ ବନଜା କଟକ ଜିଲ୍ଲା ଜଜ୍ଙ୍କ କୋର୍ଟରେ କ୍ରିମିନାଲ ଅପିଲ କରିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l