ରାଜ୍ୟ ସ୍ପେଶାଲ ରିପୋର୍ଟ

ଭିଆଇପିଙ୍କ ପାଇଁ ଭଡ଼ାରେ ଆସିବ ଚାର୍ଟର୍ ବିମାନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଆସନ୍ତାବର୍ଷ ସାଧାରଣ ନିର୍ବାଚନ। ଏହା ପୂର୍ବରୁ ବିଭିନ୍ନ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ମାରାଥନ୍ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରହିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲାକୁ ଘନ ଘନ ଗସ୍ତ କରିବେ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଗୋଟିଏ ଦୁଇ ଇଞ୍ଜିନ ବିଶିଷ୍ଟ ଚାର୍ଟର ବିମାନ ଭଡ଼ାରେ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବିମାନରେ ଯେପରି ଖାଦ୍ୟପେୟରୁ ଆରମ୍ଭ କରି ଆରାମଦାୟକ ସେବା ଉପଲବ୍ଧ ହୋଇପାରୁଥିବ ସେହିଭଳି ବିମାନ ସନ୍ଧାନରେ ରାଜ୍ୟ ସରକାର ଅଛନ୍ତି।

ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟ ସରକାର ଭିଆଇପିଙ୍କ ଯାତାୟତ ପାଇଁ ଏକ ୬ସିଟ୍‌ ବିଶିଷ୍ଟ ଟର୍ବୋ ପ୍ରପ୍ ଏୟାରକ୍ରାଫ୍ଟ ଭଡ଼ାରେ ଆଣିବେ। ବିମାନରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବିଶି‌ଷ୍ଟ ବ୍ୟକ୍ତିଙ୍କ ଭଳି ଭିଆଇପିମାନଙ୍କ ଯାତାୟତ କରିବାକୁ ଥିବାରୁ ଏହାର ଉଡ଼ାଣ ପାଇଁ ଦୁଇ ଜଣ ପାଇଲଟ୍ ରହିବା ବାଧ୍ୟତାମୂଳକ କରାଯାଇଛି। ଏହାସହ ବିମାନରେ ଏକଜିକ୍ୟୁଟିଭ୍ ଏସି କ୍ୟାବିନ୍, ଅତ୍ୟାଧୁନିକ ଇଣ୍ଟେରିୟର ସୁବିଧା ସହ ବିମାନଟି ୧୦ବର୍ଷରୁ କମ୍‌ ପୁରୁଣା ହୋଇଥିବା ଦରକାର ବୋଲି କୁହାଯାଇଛି। ଯଦି ଆବେଦନ କରିଥିବା ସଂସ୍ଥାଙ୍କ ମଧ୍ୟରେ କାହା ପାଖରେ ୧୦ବର୍ଷରୁ କମ୍‌ ପୁରୁଣା ବିମାନ ନଥିବ ତେବେ ରାଜ୍ୟ ସରକାର ୧୦ବର୍ଷରୁ ଅଧିକ ବିମାନକୁ ଭଡ଼ାରେ ନେବା ପାଇଁ ବିଚାର କରିବେ। ଏହାସହ ବିମାନଟି ୩ହଜାର ଫୁଟର ରନ୍‌ୱେରେ ଅବତରଣ କରିପାରିବାର କ୍ଷମତା ଥିବା ଦରକାର ବୋଲି କୁହାଯାଇଛି। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଫେବ୍ରୁଆରି ୨୪ତାରିଖ ଆବେଦନର ଶେଷ ତାରିଖ ଅଛି।

ରାଜ୍ୟ ସରକାର ଆସନ୍ତା ଏପ୍ରିଲ ୧ରୁ ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ ଏହି ବିମାନଟିକୁ ଭଡ଼ା ସୂତ୍ରରେ ଆଣିବେ। ବର୍ଷକରେ ଏହା ଅତି କମ୍‌ରେ ୨୪୦ ଘଣ୍ଟା ଉଡ଼ାଣ କରିବ। ୨୪୦ ଘଣ୍ଟାରୁ କମ୍‌ ଉଡ଼ାଣ କଲେ ବି ରାଜ୍ୟ ସରକାର ୨୪୦ ଘଣ୍ଟାର ଭଡ଼ା ଅର୍ଥ ଦେବେ। ଏହାଠାରୁ ଅଧିକ ହେଲେ ଯେତେ ଘଣ୍ଟା ଅଧିକ ଉଡ଼ାଣ କରିବ ସେହି ଅନୁଯାୟୀ ଭଡ଼ା ଦିଆଯିବ। ହେଲେ ଯେଉଁ ଏୟାରଲାଇନ୍ସ ବା ସଂସ୍ଥା କମ୍‌ ଭଡ଼ାରେ ବିମାନ ଉଡ଼ାଣ କରିବାକୁ ପ୍ରସ୍ତାବ ଦେବ ତାହା ସହିତ ଚୁକ୍ତି ସ୍ବାକ୍ଷର ହେବ।

ସେହିପରି ବିମାନଟି ବର୍ଷତମାମ୍ ଭୁବନେଶ୍ବର ବିମାନବନ୍ଦରରେ ପାର୍କିଂ ହୋଇ ରହିବ। ଯେତେବେଳେ ଯେଉଁ ମୁହୂର୍ତ୍ତରେ ରାଜ୍ୟ ସରକାର ଚାହିଁବେ ବିମାନ ବ୍ୟବହାର କରିବେ। ଯଦି ବିମାନଟି ବିମାନବନ୍ଦରରେ ନଥିବ ତେବେ ସଂସ୍ଥା କର୍ତ୍ତୃପକ୍ଷ ତୁରନ୍ତ ବିମାନ ଯୋଗାଇଦେବେ। ଏହାନହେଲେ ରାଜ୍ୟ ସରକାର ଯେଉଁ ବିମାନ ଭଡ଼ାରେ ନେବେ ତା’ର ଖର୍ଚ୍ଚ ଉକ୍ତ ସଂସ୍ଥା ବହନ କରିବ। ଏହାସହ ବିମାନ ଉଡ଼ାଣ କରିବାକୁ ଥିବା ସଂସ୍ଥା ପକ୍ଷରୁ ଏକ ସ୍ବତନ୍ତ୍ର ଗାଡ଼ି ବିମାନବନ୍ଦର ପରିସରରେ ରହିବ। ଯାହା ଭିଆଇପିମାନଙ୍କୁ ଏୟାରକ୍ରାଫ୍ଟ ପର୍ଯ୍ୟନ୍ତ ନେବାଆଣିବା କରିବ। ଅପରପକ୍ଷେ ପାଇଲଟ୍‌ମାନଙ୍କ ରହଣି ଖର୍ଚ୍ଚ ଉକ୍ତ ସଂସ୍ଥା କରିବ ବୋଲି କୁହାଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।