ରାଜ୍ୟ ସ୍ପେଶାଲ ରିପୋର୍ଟ

କ’ଣ ହେବ ସମ୍ବଲପୁର-ବ୍ରହ୍ମପୁର ରେଳପଥର ଭାଗ୍ୟ? ୩ ବର୍ଷ ହେଲା ଚୂଡ଼ାନ୍ତ ହୋଇପାରୁନି ଡିପିଆର୍‌

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ସମ୍ବଲପୁର : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ଯୋଡ଼ିବା ପାଇଁ ସରକାରଙ୍କ ମହତ୍ତ୍ବାକାଂକ୍ଷୀ ସମ୍ବଲପୁର-ବ୍ରହ୍ମପୁର (ରେଢ଼ାଖୋଲ/ବାମୁର-କଦଳୀଗଡ଼-ଜଗନ୍ନାଥପୁର-ଗୋପାଳପୁର) ରେଳ ପ୍ରକଳ୍ପ ଏବେ ଚରମ ଅବହେଳାର ଶିକାର ହୋଇଛି। ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ସରକାର ପ୍ରତି ବର୍ଷ ବଜେଟ୍‌ରେ କେବେ ୧ ଲକ୍ଷ ତ କେବେ ୧ କୋଟି, ପୁଣି କେବେ ୧୦ କୋଟି ଟଙ୍କା ଏହି ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଥିବା ଘୋଷଣା କରୁଛନ୍ତି। ହେଲେ, ଏହି ପ୍ରକଳ୍ପର ସ୍ଥିତି କ’ଣ, ଏ‌ହା କେବେ ଆରମ୍ଭ ହେବ, କେବେ ଶେଷ ହେବ ତାହା ସ୍ପଷ୍ଟ କରୁ ନାହାନ୍ତି। ଓଲଟା ଏହାକୁ ଖୋର୍ଦ୍ଧା-ବଲାଙ୍ଗୀର ଭଳି ଏକ ତୁଷ୍ଟୀକରଣ ପ୍ରକଳ୍ପର ଅପବାଦ ଦେଇ ଅନିର୍ଦ୍ଦିଷ୍ଟ କାଳ ଝୁଲାଇ ରଖିବାର ଯୋଜନା କରାଯାଉଥିବା ଜାଣିବା ଲୋକେ ଆଶଙ୍କା କରୁଛନ୍ତି।

ଏହି ପ୍ରକଳ୍ପଟି ଉଭୟ ରାଜ୍ୟ ଓ କେନ୍ଦ୍ର ସହଭାଗିତାରେ ଗଠିତ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍‌ (ଓରିଡିଲ୍‌) ଦ୍ବାରା ପିପିପି ମୋଡ୍‌ରେ ନିର୍ମାଣ କରାଯିବାର ଯୋଜନା ରହିଛି। ଓରିଡିଲ୍‌ରେ ଓଡ଼ିଶା ସରକାରଙ୍କ ୫୧% ଓ ରେଳ ମନ୍ତ୍ରାଳୟ (କେନ୍ଦ୍ର ସରକାର)ର ୪୯% ଅଂଶଧନ ରହିଛି। ତେବେ ଏଯାବତ୍‌ ହାତଗଣତି ୪-୫ଟି ପ୍ରକଳ୍ପ ହାତକୁ ନେଇଥିବା ଓରିଡିଲ୍‌ ସମ୍ବଲପୁର-ବ୍ରହ୍ମପୁର ରେଳ ପ୍ରକଳ୍ପକୁ ଅତି ବେପରୁଆଭାବେ ବିଳମ୍ବ କରି ଚାଲିଛି। ୨୦୧୯-୨୦ରେ ରେଳ ବୋର୍ଡ ରେଢ଼ାଖୋଲ ଜଗନ୍ନାଥପୁର ନୂଆ ଲାଇନ୍‌ (୨୪୦ କିଲୋମିଟର୍‌), କଦଳୀଗଡ଼ରୁ ବାମୁର ୱାଇ-ଲିଙ୍କ୍‌ (୨୫ କିମି), ଗୋପାଳପୁର ବନ୍ଦର ଲିଙ୍କ୍ (୧୦ କିମି)କୁ ମିଶାଇ ମୋଟ ୨୭୫ କିଲୋମିଟର୍ ବିଶିଷ୍ଟ ଏହି ପ୍ରକଳ୍ପକୁ ମଞ୍ଜୁରି ଦେଇଥିଲା।

ଏହାପରେ ପୂର୍ବରୁ କରା ଯାଇଥିବା ପିଇଟି ସର୍ଭେକୁ ଆଧାର କରି ଚୂଡ଼ାନ୍ତ ଲୋକେସନ୍ ସର୍ଭେ (ଏଫ୍‌ଏଲ୍‌ଏସ୍‌) ପାଇଁ ପଥ ପରିଷ୍କାର ହୋଇଥିଲା। ଓରିଡିଲ୍ ୨୦ ଡିସେମ୍ବର ୨୦୧୯ରେ ହାଇଦ୍ରାବାଦର ଆର୍‌ଭି ଆସୋସିଏଟ୍‌ସକୁ ଏହି ସର୍ଭେର କାର୍ଯ୍ୟାଦେଶ (ଓରିଡିଲ୍‌/ଜଗନ୍ନାଥପୁର-ରେଢ଼ାଖୋଲ/ଡିପିଆର୍‌/୧୯/୩୬୧) ଦେଇଥିଲା। ୮ ମାସ ମଧ୍ୟରେ ଏହି ଚୂଡ଼ାନ୍ତ ‌ସର୍ଭେ ଶେଷ କରି ଡିପିଆର୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଧାରିତ ହୋଇଥିଲା। ହେଲେ, ୩ ବର୍ଷରୁ ଅଧିକ ବିତି ସାରିଥିଲେ ବି ଓରିଡିଲ୍‌ ଚୂଡ଼ାନ୍ତ ଡିପିଆର୍‌ ପ୍ରସ୍ତୁତ କରିପାରି ନାହିଁ। ଆର୍‌ଭି ଆସୋସିଏଟ୍‌ସ ଚୂଡ଼ାନ୍ତ ଲୋକେସନ୍‌ ସର୍ଭେ କାର୍ଯ୍ୟ ଶେଷ କରିଥିଲେ ବି ଡିପିଆର୍‌ ପ୍ରସ୍ତୁତିରେ ଅହେତୁକ ବିଳମ୍ବ ଏହି ପ୍ରକଳ୍ପର ଭାଗ୍ୟକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି। ଖୋଦ୍ ଓରିଡିଲ୍‌ ପକ୍ଷରୁ ସୂଚନା ଅଧିକାର ଆଇନ୍‌ରେ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୫୦୦ କୋଟିରୁ ଅଧିକ ମୂଲ୍ୟ ବିଶିଷ୍ଟ ଯେ କୌଣସି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ନୀତି ଆୟୋଗର ମଞ୍ଜୁରି ନେବାକୁ ହୋଇଥାଏ। ପ୍ରାରମ୍ଭିକ ଆକଳନ ଅନୁଯାୟୀ ଏହି ପ୍ରକଳ୍ପଟି ପ୍ରାୟ ୩ ହଜାର କୋଟି ଟଙ୍କାର ହୋଇଥିବାରୁ ଏଥିପାଇଁ ନୀତି ଆୟୋଗର ମଞ୍ଜୁରି ଜରୁରୀ। ହେଲେ, ଏଥିପାଇଁ ନିର୍ମାଣକାରୀ ସଂସ୍ଥାକୁ ପ୍ରଥମେ ଡିପିଆର୍‌ ରେଳବାଇ ବୋର୍ଡ ନିକଟରେ ଦାଖଲ କରିବାକୁ ହେବ। ରେଳବୋର୍ଡର ମଞ୍ଜୁରି ପରେ ଯାଇ ତାହା ନୀତି ଆୟୋଗକୁ ଯିବ। କିନ୍ତୁ ଓରିଡିଏଲ୍‌ ଏ କ୍ଷେତ୍ରରେ ଅହେତୁକ ବିଳମ୍ବ କରୁଛି। ଫଳରେ, ୩ଟି ରେଳ ବଜେଟ୍‌ରେ ବାରମ୍ବାର ଏହି ପ୍ରକଳ୍ପ ସଂପର୍କରେ ଉଲ୍ଲେଖ କରାଯାଉଥିଲେ ବି ଏହାର ଡିପିଆର୍ ଚୂଡ଼ାନ୍ତ ହୋଇପାରୁ ନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।