ରାଜ୍ୟ

ଧ୍ବଂସମୁଖରେ ଐତିହ୍ୟ, ପ୍ରାଚୀନ କୀର୍ତ୍ତିରାଜି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଯାଜପୁର, (ଚିତ୍ତରଂଜନ ବେହେରା): ଆବଶ୍ୟକ ସୁରକ୍ଷା, ପ୍ରତ୍ନତାତ୍ତ୍ବିକ ଅବହେଳା ଏବଂ ରାଜନୈତିକ ଫନ୍ଦି ଯୋଗୁଁ ଓଡ଼ିଶାର ପ୍ରାଚୀନ ରାଜଧାନୀ ଯାଜପୁର ଏବଂ ଗଡ଼ଜାତ ଅଞ୍ଚଳ ଭାବରେ ଖ୍ୟାତ କେନ୍ଦୁଝର ଜିଲ୍ଲାର ଅନେକ ଐତିହ୍ୟ ଓ କୀର୍ତ୍ତିରାଜି ଅବହେଳିତ ଓ ନଷ୍ଟଭ୍ରଷ୍ଟ ହୋଇ ନିଶ୍ଚିହ୍ନ ହେବାକୁ ବସିଲାଣି। ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ରାଜକୋଷରୁ ପୁଳାପୁଳା ଟଙ୍କା ଆସୁଥିଲେ ହେଁ ତାର ସଦ୍‌ବିନିଯୋଗ ଅଭାବରୁ ତାହା କରାଯାଇ ପାରୁନାହିଁ। କୁସୁମାର ନୂତନପ୍ରସ୍ଥ ପାଇଁ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା। ଏଭଳି ଘଟଣା ବହୁ ଐତିହାସିକ, ଗବେଷକ, ପଣ୍ଡିତ-ବିଦ୍ବାନବର୍ଗଙ୍କୁ ବ୍ୟଥିତ କରୁଛି।

ଖଣିଜ ସମ୍ପଦଭରା ଐତିହାସିକ ଯାଜପୁର ଜିଲ୍ଲାରେ ରହିଛି ବହୁ ପ୍ରାଚୀନ କୀର୍ତ୍ତିରାଜି ଓ ଐତିହ୍ୟ। ସେଭିତରୁ ଅନେକ ସତ୍ତା ହରାଇଥିବା ବେଳେ ଯାହା କିଛି ରହିଛି ତାହା ମଧ୍ୟ ଜରାଜୀର୍ଣ୍ଣ। ଯାଜପୁରର ପ୍ରବେଶ ପଥରେ ଥିବା ଅଠରନଳା ସେତୁ ପ୍ରାୟତଃ ସତ୍ତା ହରାଇଛି। ଯାଜପୁର ପଶ୍ଚିମ ପାର୍ଶ୍ବ ପ୍ରବେଶ ଦ୍ବାରରେ ପୁଣ୍ୟତୋୟା ବୈତରଣୀ ନଦୀର ଶାଖା ନଦୀ ମନ୍ଦାକିନୀରେ ଅଷ୍ଟମ-ନବମ ଶତାବ୍ଦୀରେ ଭୌମକରଙ୍କ ସମୟରେ ନିର୍ମିତ ଏହି ସେତୁର ସୁରକ୍ଷା ପ୍ରତି କାହାରି ନଜର ନାହିଁ। ବୈତରଣୀ ନଦୀକୂଳରେ ପ୍ରତିଷ୍ଠିତ ଦଶାଶ୍ବମେଧ ଘାଟ ଭାଙ୍ଗିରୁଜିଗଲାଣି। ବୈତରଣୀ ନଦୀର ଉଭୟ ପାର୍ଶ୍ବରେ ନିର୍ମିତ ପାବଚ୍ଛ ଏବେ ଜରାଜୀର୍ଣ୍ଣ। ବାଉଳି କୁଣ୍ଡ ସତ୍ତା ହରାଇଛି। ବାଉଳିକୁଣ୍ଡକୁ ଜବରଦଖଲକାରୀ ନିଜ ଅକ୍ତିଆରରେ ରଖି ଘରଦ୍ବାର କରିନେଲେଣି। ବାଉଳିକୁଣ୍ଡ ନିକଟରେ ଥିବା ନୃସିଂହନାଥ ମନ୍ଦିର ଭଗ୍ନ ଅବସ୍ଥାରେ। ଭାରତୀୟ ବୈଷ୍ଣବ ସଂସ୍କୃତିର ପ୍ରାଚୀନ ନିଦର୍ଶନ ଦଶାଶ୍ବମେଧ ଘାଟର ଅପରପାର୍ଶ୍ବରେ ଥିବା ବରାହନାଥ ଏବଂ ନବଗ୍ରହ ମନ୍ଦିର ମଧ୍ୟ ଅବହେଳିତ।

ବୈତରଣୀର ଶାଖା ନଦୀ ମନ୍ଦାକିନୀ ମୃତ
ସତ୍ତା ହରାଇଲାଣି ଅଠରନଳା
ଭାଙ୍ଗିରୁଜୁ ଗଲାଣି ଦଶାଶ୍ବମେଧ ଘାଟ
ବିକାଶ ନାଁରେ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା

ଜିଲ୍ଲାର ଅନେକ ବୌଦ୍ଧ ଓ ଜୈନ କୀର୍ତ୍ତିରାଜି ଏବେ ଜରାଜୀର୍ଣ୍ଣ। ବ୍ୟାସନଗର ସହରର ଅନତିଦୂର ନୂଆଗଡ଼ଠାରେ ଥିବା ଦ୍ବାଦଶ ଶତାବ୍ଦୀର ଜୈନଗୁମ୍ଫା ଜରାଜୀର୍ଣ୍ଣ। କେବଳ ଗୁମ୍ଫାର ପ୍ରବେଶଦ୍ବାର ଦୃଶ୍ୟମାନ। ତାର ରକ୍ଷଣାବେକ୍ଷଣ କରାଯାଉ ନାହିଁ କି ସେସଂପର୍କରେ କୌଣସି ପ୍ରତ୍ନତାତ୍ତ୍ବିକ ଗବେଷଣା କରାଯାଉ ନାହିଁ। ସେହିପରି ପଚ୍ଛିକୋଟ ନିକଟ ବ୍ରାହ୍ମଣୀଦେବୀ ମନ୍ଦିର ନିକଟରେ ଥିବା ଅନେକ ଜୈନ କୀର୍ତ୍ତିରାଜି ଏଣେତେଣେ ବିକ୍ଷିପ୍ତ ହୋଇ ପଡ଼ିଛି। ପୁରାଣ ବର୍ଣ୍ଣିତ ବ୍ୟାସସରୋବର ସ୍ଥିତି ସଂଗିନ। ଏଠାରେ ଥିବା ରାଘୁଜୀ ଗୋସାଇଁଙ୍କ ମନ୍ଦିର ଅବହେଳିତ ଓ ଜରାଜୀର୍ଣ୍ଣ।

ବିଶ୍ବପ୍ରସିଦ୍ଧ ହିରକ ତ୍ରିଭୁଜ କ୍ଷେତ୍ର ଉଦୟଗିରି-ରତ୍ନଗିରି-ଲଳିତଗିରି ଏବେ ଧ୍ବଂସମୁଖରେ। ବଡ଼ଚଣା ବ୍ଲକ୍ ବଅଢ଼ିହ-ଶୋଳପୁଅମଆ-ଉଦୟଗିରି ପାହାଡ଼ ଘେରା ଅଂଚଳରେ ଥିବା ବୌଦ୍ଧପୀଠ ଭାରତ ବର୍ଷରେ ଅଦ୍ୱିତୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଆଦର ଲାଭ କରିଥିଲେ ହେଁ ଏହାର ରକ୍ଷଣାବେକ୍ଷଣ କରାଯାଉ ନାହିଁ। ଉଦୟଗିରିର ବିଶିଷ୍ଟ ବୌଦ୍ଧ ବିହାର ପାଇଁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି ହେଲେ ତାହା ଠିକ୍ ବାଟରେ ଖର୍ଚ୍ଚ ହୋଇପାରୁ ନାହିଁ। ବୌଦ୍ଧ ବଜ୍ରଯାନ ଯୁଗର ପଞ୍ଚରଥ ଶୈଳୀରେ ନିର୍ମିତ ପ୍ରାଚୀନ ଦ୍ୱିତଳ ବୌଦ୍ଧ ବିହାର ପ୍ରତି ଯେତିକି ନଜର ଦିଆଯିବା କଥା ତାହା ଦିଆଯାଉ ନାହିଁ। ମାଧବପୁର ଅଷ୍ଟମ-ନବମ ଶତାବ୍ଦୀରେ ନିର୍ମିତ ବୌଦ୍ଧ ବିହାର ଓ ଏକ ବିଶାଳ ମହାସ୍ତୁପ ବୌଦ୍ଧ ସ୍ଥାପତ୍ୟ ମଧ୍ୟରେ ମାଟିତଳୁ ଆବିଷ୍କୃତ ବିରଳତମ ଚୈତ୍ୟଗୃହ କଂପ୍ଲେକ୍ସ ଓ ଦ୍ୱିତଳ ସିଂହପ୍ରସ୍ଥ ମହାବିହାରର ରକ୍ଷଣାବେକ୍ଷଣ କରାଯାଉ ନାହିଁ।

ବରୀବ୍ଲକ ଅନ୍ତର୍ଗତ ରତ୍ନଗିରି ଠାରେ ରହିଥିବା ପ୍ରାଚୀନ ବୌଦ୍ଧଯୁଗୀୟ ବିଶ୍ୱ ବିଦ୍ୟାଳୟ, ବହୁ ପୁରାତନ ମହା ବିହାର, ଇଟା ନିର୍ମିତ ଏକ ବିଶାଳ ମହାସ୍ତୂପ, ମହାକାଳଙ୍କ ପବିତ୍ର ମନ୍ଦିର ଆବଶ୍ୟକୀୟ ସୁରକ୍ଷା ଏବଂ ଅଦୂରଦର୍ଶୀ ମନୋଭାବ ଯୋଗୁଁ କ୍ରମଶଃ ନଷ୍ଟ ହେବାକୁ ବସିଛି। ସେହିପରି ବିରଜା ମନ୍ଦିର ସନ୍ନିକଟ ଆଖଣ୍ଡଳମଣି ପୀଠ ଓ ପ୍ରଭାସତୀର୍ଥ ଜରାଜୀର୍ଣ୍ଣ। ସେପଟେ ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ତ ଦୂରର କଥା ତାହାର କୌଣସି ଚିହ୍ନବର୍ଣ୍ଣ ରଖି ନଥିବା ବେଳେ ଏବେ ନୂଆର ବିକାଶରେ ମାତିଛନ୍ତି ନେତା ଓ ପ୍ରଶାସକ। ପୁଳାପୁଳା ଟଙ୍କା ଖର୍ଚ୍ଚ କରି ଯାଜପୁରର ବିକାଶ ଧାରାକୁ ଆଗେଇ ନିଆଯାଉଥିବା ବେଳେ ସହରରେ ବିଶାଳ ଶିବମୂର୍ତ୍ତି ନିର୍ମାଣ କରାଯାଉଛି। ସେହିପରି କେନ୍ଦୁଝରର ଅନେକ କୀର୍ତ୍ତିରାଜି ଆଜି ଜରାଜୀର୍ଣ୍ଣ। କୁ‌ଶଳେଶ୍ବର ମନ୍ଦିରକୁ ସୁରକ୍ଷା ଦେବା ପାଇଁ ନବମ ଶତାବ୍ଦୀରେ କୁଶେଇନଦୀକୂଳରେ ନିର୍ମିତ ପଥର ବନ୍ଧର ସୁରକ୍ଷା ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନାହିଁ। ଜିଲ୍ଲାର ଅନେକ କୀର୍ତ୍ତିରାଜି ଅବହେଳିତ ଓ ଅସୁରକ୍ଷିତ ହୋଇପଡ଼ିଛି।

ପ୍ରାଚୀନ କୀର୍ତ୍ତି ଓ ଐତିହ୍ୟ ଅବହେଳାର ଶିକାର ହେଉଥିବା ଜାଣି ଐତିହାସିକ, ସଂସ୍କୃତିସମ୍ପନ୍ନ ବ୍ୟକ୍ତିଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି। ଜାତୀୟଗୌରବ ବିମଣ୍ଡିତ ଯାଜପୁର ଏବଂ କେନ୍ଦୁଝରର ଉପେକ୍ଷିତ ଏବଂ ଅବହେଳିତ ପ୍ରାଚୀନ କୀର୍ତ୍ତିରାଜି ଓ ଐତିହ୍ୟର ସଂରକ୍ଷଣ ପାଇଁ ସୁଚିନ୍ତିତ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି ବୋଲି ଅନେକ ଐତିହାସିକ, ପ୍ରତ୍ନତତ୍ତ୍ବବିଦ୍ ଏବଂ ବୁଦ୍ଧିଜୀବୀ ମତ ଦେବା ଆରମ୍ଭ କରିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।