ରାଜ୍ୟ

ଧ୍ବଂସ ମୁଖରେ ହଜାରେ ବର୍ଷର ଦୁଃଖୀଶ୍ୟାମ ଛତା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପୁରୀ: ଶ୍ରୀକ୍ଷେତ୍ରର ପରିଚୟ ବହନ କରୁଥିବା ମଠ ସଂସ୍କୃତି ଧ୍ବଂସାଭିମୁଖୀ। ବହୁ ମଠ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ସମାଧି ନେଇଛି। ଆଉ କିଛି ମଠ ଶେଷ ନିଃଶ୍ବାସ ନେଉଛି। ପ୍ରଶାସନିକ ଆନ୍ତରିକତା ଅଭାବରୁ ଏକ ହଜାର ବର୍ଷର ପ୍ରାଚୀନ ଦୁଃଖୀଶ୍ୟାମ ଛତା ମଠ ବିଲୁପ୍ତ ହେବାକୁ ବସିଛି। ଶ୍ରୀମନ୍ଦିର ପଶ୍ଚିମ ପାର୍ଶ୍ବରେ ଥିବା ଏହି ମଠ ଦିନେ ଶ୍ରୀକ୍ଷେତ୍ରକୁ ସୁରକ୍ଷା ଦେଉଥିବା ନାଗା ସାଧୁଙ୍କ ଆଶ୍ରୟସ୍ଥଳ ପାଲଟିଥିଲା। ଅଥଚ ଏବେ ଖୋଦ୍‌ ମଠ ଅସୁରକ୍ଷିତ ହୋଇ ପଡ଼ିଛି। ମଠ ପରିସରରେ ଥିବା ମନ୍ଦିରର ଜଗମୋହନ ଓ ନାଟମଣ୍ଡପ ଭାଙ୍ଗିରୁଜି ଗଲାଣି। ସନ୍ଥ ଦୁଃଖୀଶ୍ୟାମଙ୍କ ସମାଧି ଉପରେ ବଣ ବୁଦା ମାଡ଼ିଗଲାଣି। ମନ୍ଦିର ବ୍ୟତୀତ ଆଉ ସମସ୍ତ କୋଠରି ଧ୍ବଂସ ପାଇଯାଇଛି। ଦୁଇ ପୁଷ୍କରିଣୀ ବ୍ୟବହାର ଉପଯୋଗୀ ହୋଇ ନାହିଁ। ଅଥଚ ଏହାର ପୁନରୁଦ୍ଧାର ପାଇଁ ଚେଷ୍ଟା କରାଯାଉନାହିଁ।

ସନ୍ଥ ଦୁଃଖୀଶ୍ୟାମ ଦାସ ପ୍ରଥମେ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିରର ପଶ୍ଚିମ ପାର୍ଶ୍ବରେ ଏକ ଛତା ପୋତି ଶ୍ରୀନୀଳଚକ୍ରଙ୍କୁ ଚାହିଁ ଧ୍ୟାନସ୍ଥ ହୋଇଥିଲ। ମଠର ଦକ୍ଷିଣ ପାର୍ଶ୍ବ ରାସ୍ତା ଶ୍ରୀଲୋକନାଥ ମନ୍ଦିରକୁ ଯାଇଥିବା ବେଳେ ଉତ୍ତରରେ ଗଜପତିଙ୍କ ହାତୀଗୋହିରୀ ହାତୀଶାଳକୁ ସଂଯୋଗ କରୁଥିଲା। ଐତହ୍ୟ ଗବେଷକ ଡ.ସୁରେନ୍ଦ୍ର ମିଶ୍ରଙ୍କ କହିବା ମୁତାବକ, ଗଙ୍ଗବଂଶର ଗଜପତି ଏକ ବଡ଼ ରୋଗରେ ଆକ୍ରାନ୍ତ ହୋଇଥିଲେ। ରୋଗରୁ ମୁକ୍ତି ପାଇଁ ଗଜପତି ଦୁଃଖୀଶ୍ୟାମ ବାବାଙ୍କ ଶରଣ ନେଇଥିଲେ। ଦୁଃଖୀଶ୍ୟାମ ବାବା ଥିଲେ ପରମ ଯୋଗୀ। ସେ ଅନ୍ତଃନାଡ଼ି ଶରୀର ଭିତରୁ କାଢ଼ି ଶୋଧନ କରୁଥିଲେ। ସେଥିପାଇଁ ସେ ‘ଅନ୍ତଃପଖାଳ’ ବାବା ନାମରେ ମଧ୍ୟ ପ୍ରସିଦ୍ଧ ଥିଲେ ବୋଲି ଶ୍ରୀ ମିଶ୍ର କହିଛନ୍ତି। ତେଣୁ ସେ ଗଜପତିଙ୍କୁ ସୁସ୍ଥ କରିଦେବା ପରେ ରାଜା ପ୍ରୀତ ହୋଇ ଦୁଃଖୀଶ୍ୟାମ ବାବାଙ୍କୁ ଛତା ପୋତା ହୋଇଥିବା ସ୍ଥାନର ଚତୁଃପାର୍ଶ୍ବରେ ୩୫ ଏକ ଜମି ଦାନ ସୂତ୍ରରେ ଦେଇଥିଲେ।

କିନ୍ତୁ ଏବେ ଏହି ମଠ ମାତ୍ର ୯ଏକରରେ ରହିଛି। ଏହାବ୍ୟତୀତ ମଠ ପାଇଁ ବ୍ରହ୍ମଗିରିର ରେଣ୍ଢା ବରପଦା ଓ ସୁନାମୁହିଁ ବରପଦାରେ ରାଜା ଜମି ଖଞ୍ଜି ଦେଇଥିଲେ। ବାବା କେଉଁଠାରୁ ପୁରୀକୁ ଆସିଥିଲେ ସେ ସମ୍ପର୍କରେ କୌଣସି ତଥ୍ୟ ନଥିଲେ ବି ସେ ଆଉ ଶ୍ରୀକ୍ଷେତ୍ର ଛାଡ଼ି ଗଲେ ନାହିଁ। ମାଙ୍କଡ଼ା ପଥରରେ ମନ୍ଦିର ପ୍ରତିଷ୍ଠା କରି ଶ୍ରୀଲକ୍ଷ୍ମୀ-ନାରାୟଣ ବିଗ୍ରହ ପ୍ରତିଷ୍ଠା କରିଥିଲେ। ଏିହ ବିଗ୍ରହ ଦାକ୍ଷିଣାତ୍ୟ ଶୈଳୀରେ ନିର୍ମିତ। କେନ୍ଦ୍ର ଭାଗରେ ବିଦାରଣ ନୃସିଂହଙ୍କୁ ଉପାସନା କରୁଥିଲେ। ଶ୍ରୀମନ୍ଦିର ନୀଳଚକ୍ରର ସରଳ ରେଖାରେ ମଠ ପରିସରସ୍ଥ ମନ୍ଦିରର ନୀଳଚକ୍ର ସ୍ଥାପନ କରିଥିଲେ। ମାତ୍ର ଛତା ପୋତା ସ୍ଥାନ ନାଟ ମଣ୍ଡପ ଏବେ ଭାଙ୍ଗିରୁଜି ଗଲାଣି। କିନ୍ତୁ ଏବେ ମଧ୍ୟ ଆଠ କୋଣିଆ କାନ୍ଥ ଓ ଆଠ କୋଣିଆ ଛାତ ମଠ ପରିସରରେ ଦେଖିବାକୁ ମିଳେ।

ଶ୍ରୀ ମିଶ୍ରଙ୍କ କହିବା ମୁତାବକ, ମଠଟି ପ୍ରଥମେ ‘ଶ୍ରୀ ସଂପ୍ରଦାୟ’ ଅନ୍ତର୍ଭୁକ୍ତ ଥିଲା। ଏହି ମଠଟି ୧ହଜାର ବର୍ଷର ପ୍ରାଚୀନ। ଅବସ୍ଥା ଚକ୍ରରେ ଏହି ମଠ ନିମ୍ବାର୍କ ସଂପ୍ରଦାୟରେ ସାମିଲ ହୋଇଥିଲା। ଶ୍ରୀରାଧାକୃଷ୍ଣ ପୂଜା ପାଉଥିଲେ। ଏଠାରେ ଥିବା ସୁବର୍ଣ୍ଣ ନିର୍ମିତ ଶ୍ରୀକୃଷ୍ଣଙ୍କ ବିଗ୍ରହ ମଠର ତତ୍କାଳୀନ ମହନ୍ତ ଦୀନକୃଷ୍ଣ ଦାସଙ୍କ ଶିଷ୍ୟ ଭଗବାନ ଦାସ ରାମଜୀ ମଠକୁ ଦେଇଥିଲେ। ୧୫୦୦ ମସିହା ପୂର୍ବରୁ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ଉପରେ ଯେତେବେଳେ ବିଧର୍ମୀମାନେ ଆକ୍ରମଣ କରୁଥିଲେ ସେଇ ସମୟରେ ଲୋକନାଥ ଘାଟ ଓ ମଙ୍ଗଳା ଘାଟର ସୁରକ୍ଷା ପାଇଁ ନାଗା ସାଧୁ ସେହି ମଠରେ ଅବସ୍ଥାନ କରୁଥିଲେ। ନାଗାସାଧୁଙ୍କ ଉପାସନା ପାଇଁ ଶ୍ରୀରାମ, ଲକ୍ଷ୍ମଣ, ସୀତା ଓ ଶ୍ରୀହନୁମାନ ପୂଜା ପାଉଥିଲେ। ଏବେ ବି ସେଠାରେ ଶ୍ରୀହନୁମାନଙ୍କ ୫ଟି ବିଗ୍ରହ ରହିଛି। ମନ୍ଦିର ବ୍ୟତୀତ ସମସ୍ତ ଗୃହ ଧ୍ବଂସ ପାଇଯିବାରୁ ମହନ୍ତ ଯାଇ ବାଣପୁର ଖମାରରେ ରହୁଛନ୍ତି।

ଖମାରରୁ କିଛି ଆସୁନାହିଁ। ସରକାରୀ ସାହାଯ୍ୟ ମଧ୍ୟ ମିଳୁନାହିଁ। ନିମାଇଁ ଚରଣ ବାରିକ, ଶ୍ରୀକୃଷ୍ଣ ଚନ୍ଦ୍ର ସାହୁ, ଦୀପକ ମହାପାତ୍ରଙ୍କ ସହଯୋଗରେ ତାରାପ୍ରସାଦ ମହାପାତ୍ର ୪୦ ବର୍ଷ ହେଲା ମଠ ପରିସରରେ ପୂଜା ବିଧି କରି ଆସୁଛନ୍ତି। ଶ୍ରୀମନ୍ଦିରରେ ଏହି ମଠର ୨ଟି ଚୁଲା ଥିଲେ ହେଁ ତାହା ହସ୍ତାନ୍ତର ହୋଇଯାଇଛି। ତଥାପି ମଠ ପକ୍ଷରୁ ଚନ୍ଦନ ପନ୍ତି, ଜାଗର ହରିହର ଭେଟ ପନ୍ତି କରାଯାଉଛି। ସୁରକ୍ଷା ଅଭାବରୁ ଏହା ସର୍ପ ଓ ଅନ୍ୟ ସରୀସୃପଙ୍କ ଚରାଭୂଇଁ ପାଲଟିଛି। ପ୍ରଶାସନ ଏ ଦିଗରେ ଦୃଷ୍ଟି ନଦେଲେ ହଜାରେ ବର୍ଷର ଐତିହ୍ୟ ଲୋପ ପାଇଯିବାର ଆଶଙ୍କା ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।