ରାଜ୍ୟ ସ୍ପେଶାଲ ରିପୋର୍ଟ

ଘାସ ଓ ମକା ଚାଷରୁ ମାସକୁ ଅଢ଼େଇ ଲକ୍ଷ ରୋଜଗାର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଜଳେଶ୍ୱର (ସତ୍ୟବ୍ରତ ପ୍ରଧାନ): ଆଜିର ଯୁବପିଢ଼ି ଚାଷ ଉପରୁ ମୁହଁ ଫେରାଇ ନେଉଥିବା ବେଳେ ଜଳେଶ୍ୱର ବ୍ଲକ୍‌ ମାକଡ଼ିଆ ଗାଁ’ର ଈଶ୍ୱର ଦାସ ସମନ୍ନିତ ଚାଷକୁ ଆପଣେଇ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ସ୍ବର୍ଗତ କାଙ୍ଗାଳି ଦାସଙ୍କ ପୁଅ ଈଶ୍ୱର ହାଇଦ୍ରାବାଦରେ ଏକ ସାର କମ୍ପାନିର ବିତ୍ତ ବିଭାଗରେ ୮ ବର୍ଷ ଧରି ଚାକିରି କରିଥିଲେ। ଏହି ସମୟରେ ସେ ହାସଲ କରିଥିବା ଅନୁଭବକୁ ନେଇ ନିଜେ କିଛି କରିବାକୁ ଚାହିଁଥିଲେ। ଫଳରେ ୨୦୧୪ ମସିହାରେ ଚାକିରି ଛାଡ଼ି ଘରକୁ ଚାଲି ଆସିଥିଲେ ଆଉ ଗାଁ ପାଖ ଖୁଆଡ଼ ମୌଜାରେ ୧୦ ଏକର ଜମି କିଣି ସେଠାରେ ଏକ ଫାର୍ମହାଉସ୍‌ ନିର୍ମାଣ କଲେ। ସେହି ଫାର୍ମ ହାଉସ୍‌ ଭିତରେ ଓ ଆଖପାଖରେ ଈଶ୍ବର ଆରମ୍ଭ କଲେ ସମନ୍ନିତ ଚାଷ। ଈଶ୍ବରଙ୍କ ଫାର୍ମହାଉସ୍‌ ପାଇଁ ଖୁଆଡ଼ ପଞ୍ଚାୟତ, ବାଲେଶ୍ୱର ଜିଲ୍ଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଠାରୁ ମଧ୍ୟ ଅନୁମତି ମିଳିଛି। ପ୍ରଥମ ବର୍ଷ ଈଶ୍ବର ନିଜ ଜମିରେ ମକା ଚାଷ କରିଥିଲେ। ଭଲ ଲାଭ ହେବାରୁ ଫାର୍ମହାଉସ୍‌ର ଆଖପାଖ ଅଞ୍ଚଳରେ ଆଉ କିଛି ଜମି ଲିଜ୍‌ ନେଇ ସେଥିରେ ବି ମକା ଚାଷ କଲେ।

ଏବେ ଈଶ୍ୱର ମୋଟ ୪୦ ଏକର ଜମିରେ ମକା ଚାଷ କରୁଛନ୍ତି। ବର୍ଷକୁ ୩ ଥର ଏହି ଚାଷ ହେଉଛି। ସେହିପରି ସେ ୧୦ ଏକର ଜମିରେ ନେପିଆର ଘାସ ଚାଷ ମଧ୍ୟ କରିଛନ୍ତି। ଏହାବ୍ୟତୀତ ସାଢ଼େ ୩ ବର୍ଷ ତଳେ ତାଙ୍କ ଫାର୍ମ ଭିତରେ ଛେଳି ଓ ମେଣ୍ଡା ଚାଷ ଏବଂ ଦେଢ଼ ବର୍ଷ ତଳେ ଘୁଷୁରୀ ଚାଷ ମଧ୍ୟ ଆରମ୍ଭ କରିଛନ୍ତି। ଏବେ ଈଶ୍ୱରଙ୍କ ଫାର୍ମରେ ରହିଥିବା ଘୁଷୁରୀଙ୍କ ସଂଖ୍ୟା ୧ ହଜାରରୁ ଅଧିକ ଥିବା ବେଳେ ୨ ଶହ ମେଣ୍ଢା ଓ ୩ ଶହ ଛେଳି ଅଛନ୍ତି। ଘୁଷୁରୀଗୁଡ଼ିକ ଆସାମ, ନାଗାଲାଣ୍ଡ ଓ ମେଘାଳୟର ମଣ୍ଡିରେ ବିକ୍ରି ହେବ ବୋଲି ଈଶ୍ବର କହିଛନ୍ତି। ମକା ଓ ଘାସ ଚାଷରୁ ଈଶ୍ବର ମାସକୁ ପାଖାପାଖି ଅଢ଼େଇ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତେବେ ଘୁଷୁରୀ ଓ ଛେଳିମେଣ୍ଢାରୁ ଈଶ୍ୱର ଲାଭ ପାଇବାକୁ ଆହୁରି କିଛି ସମୟ ଲାଗିବ ବୋଲି କହିଛନ୍ତି। ଛେଳିମେଣ୍ଢାଗୁଡ଼ିକୁ ଖାଦ୍ୟ ଭାବେ ମକାଗଛର ପତ୍ର ଓ ଘାସ ଦିଆଯାଉଛି। ଘୁଷୁରୀମାନଙ୍କୁ ପୋକରା ବାଦାମ, ସୋୟାବିନ୍‌ ଓ ସୋରିଷ ପିଡ଼ିଆ, ଗୁଡ଼, ଖୁଦ, ଶୁଖୁଆ ଆଦିକୁ ଗୁଣ୍ଡ କରି ସେଥିରେ ପ୍ରସ୍ତୁତ ଏକ ପ୍ରକାର ଖାଦ୍ୟ ଦିଆଯାଉଛି।

ଘାସମୂଳକୁ ସରକାରୀ ଏବଂ ଘରୋଇ ସଂସ୍ଥା କିଣି ନେଉଛନ୍ତି। ଯାହା ସୌନ୍ଦର୍ଯ୍ୟୀକରଣ ପାଇଁ ବ୍ୟବହାର ହେଉଛି। ସେହିପରି ଚଳିତ ବର୍ଷଠାରୁ ଈଶ୍ୱର ଆଉ ୫ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଏତେସବୁ ପରେ ମଧ୍ୟ ସ୍ବପ୍ନ ପୂରଣ ହୋଇ ନାହିଁ ବୋଲି ଈଶ୍ବର କହିଛନ୍ତି। ତାଙ୍କ ଡ୍ରିମ୍ ପ୍ରୋଜେକ୍ଟ ହେଉଛି ମଳ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ। ବଜାରରେ ଏବେ ଜୈବିକ ଖତର ଚାହିଦା ରହିଛି। ସେ ଦୃଷ୍ଟିରୁ ଈଶ୍ୱର ନିଜ ଫାର୍ମହାଉସ୍‌ରେ ଯେଉଁ ଘୁଷୁରୀ, ଛେଳି ଓ ମେଣ୍ଢା ଚାଷ କରିଛନ୍ତି, ସେମାନଙ୍କଠାରୁ ପ୍ରତିଦିନ ମିଳୁଥିବା ୨ ଟନ୍‌ରୁ ଅଧିକ ମଳରୁ ଜୈବିକ ଖତ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ଈଶ୍ବରଙ୍କ ଫାର୍ମରେ ୩୦ ଜଣ କାମ କରୁଛନ୍ତି। ଅନ୍ୟପଟେ ଈଶ୍ବରଙ୍କ ଜଣେ ବନ୍ଧୁ ହାଇଦ୍ରାବାଦର ବାଞ୍ଛା ରତ୍ନାକର ରେଡ୍ଡୀ ଫାର୍ମ ହାଉସ୍‌ ନିକଟ ଏକ ଜମିରେ ଜୈବିକ ଡିଏପି ଖତ ଉତ୍ପାଦନ କାରଖାନା ତିଆରି କରିବାକୁ ଯାଉଛନ୍ତି। ଯେଉଁ କାମ ଈଶ୍ୱର ବୁଝାସୁଝା କରୁଛନ୍ତି। ସମନ୍ନିତ ଚାଷ ପାଇଁ ୨୦୨୨ ମସିହାରେ ଇଶ୍ବରଙ୍କୁ କୃଷି ସଚିବ ଭୁବନେଶ୍ୱର କୃଷି ଭବନଠାରେ ସମ୍ବର୍ଦ୍ଧିତ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସରକାର ଈଶ୍ବରଙ୍କୁ ପିଗ୍ ଫାର୍ମ, ଜୈବିକ ଖତ ଉତ୍ପାଦନ ଓ ବିପଣନ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରୋତ୍ସାହନ ଦେବାକୁ ଯାଉଥିବା ଜଣାପଡ଼ିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।