ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଲେଇଙ୍କ ଦେହରେ ମାଡ଼ୁଛି ପାର୍ଭୋ ଭୂତାଣୁ; ୨ ମାସରେ ମଲେଣି ଶତାଧିକ, ଚିନ୍ତାରେ ପଶୁପ୍ରେମୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବାଲେଶ୍ବର : କରୋନା ସଂକ୍ରମଣ ପରେ ଏବେ ପଶୁପକ୍ଷୀଙ୍କଠାରେ ବିଭିନ୍ନ ପ୍ରକାର ମାରାତ୍ମକ ରୋଗର ଲକ୍ଷଣ ଦେଖାଦେଇଛି। ଗୋରୁଗାଈମାନେ ଚର୍ମବିଣ୍ଡି ରୋଗର ଶିକାର ହେବା ପରି ବିଲେଇମାନେ ଏବେ ପାର୍ଭୋ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସହରାଞ୍ଚଳରେ ଏହି ରୋଗ ଦ୍ରୁତଗତିରେ ବ୍ୟାପୁଥିବା ବେଳେ ଚିକିତ୍ସା ଅଭାବରୁ ବିଲେଇମାନଙ୍କର ମୃତ୍ୟୁ ହେଉଥିବା ଦେଖିବାକୁ ମିଳିଛି।

ଗତ ଦୁଇମାସ ଧରି ବାଲେଶ୍ବର ସହରରେ ଏହି ଭୂତାଣୁଜନିତ ରୋଗ ଦ୍ରୁତଗତିରେ ମାଡ଼ୁଛି। ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗର କହିବା ଅନୁଯାୟୀ, ସାଧାରଣତଃ ପାର୍ଭୋ ଭୂତାଣୁ କୁକୁରମାନଙ୍କ ଦେହରେ ଦେଖିବାକୁ ମିଳିଥାଏ। କିନ୍ତୁ, ପ୍ରଥମକରି ଏହି ରୋଗର ଲକ୍ଷଣ ବିଲେଇମାନଙ୍କଠାରେ ସେମାନେ ଦେଖିବାକୁ ପାଉଛନ୍ତି। ପଶୁମାନଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି କମିଗଲେ ଏହା ଦେଖାଦିଏ। ତରଳ ଝାଡ଼ା, ଝାଡ଼ାରେ ରକ୍ତ ପଡ଼ିବା, ନଖାଇବା, ମାନ୍ଦା ରହିବା, ବାନ୍ତି କରିବା ଆଦି ଲକ୍ଷଣ ଦେଖା​ଦିଏ। ବିଲେଇମାନଙ୍କଠାରେ ଏହି ରୋଗ ଦେଖିବାକୁ ମିଳିଥିବା ବେଳେ ସଂକ୍ରମଣ ହେବା ମାତ୍ରକେ ଝାଡ଼ାବାନ୍ତିରେ ଅସୁସ୍ଥ ହୋଇ ଜୀବନ ହରାଉଛନ୍ତି। ଉଭୟ ବୁଲାକୁକୁର ସମେତ ପୋଷାକୁକୁର ବି ପାର୍ଭୋ ଭୂତାଣୁରେ ସଂକ୍ରମିତ ହେଉଥିବା କହିଛନ୍ତି ବିଶେଷଜ୍ଞ।

ସୂଚନା ଅନୁସାରେ, ପ୍ରତିଦିନ ୨୦ରୁ ଅଧିକ ପୋଷା ବିଲେଇ ଧରି ଲୋକମାନେ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟକୁ ଆଣୁଛନ୍ତି। ଏକାଧିକ ବେଡ୍‌ରେ ବିଲେଇମାନଙ୍କୁ ରଖି ସାଲାଇନ୍‌ ମଧ୍ୟ ଦିଆଯାଉଛି। ସେମାନଙ୍କ ପାଇଁ ସ୍ବତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ ହୋଇଛନ୍ତି। ହେଲେ ଭୂତାଣୁଜନିତ ରୋଗରେ ଅନେକ ବୁଲା ବିଲେଇ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସେମାନେ ଚିକିତ୍ସା ପାଇପାରୁନାହାନ୍ତି। ରୋଗ ଲକ୍ଷଣ ପ୍ରକାଶ ପାଇବାର ଦିନେ ଦୁଇଦିନ ଭିତରେ ମରିଯାଉଛନ୍ତି। ପାର୍ଭୋ ରୋଗ ଚିକିତ୍ସା ସଂପର୍କରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିଃଶୁଳ୍କ ନମ୍ବର ୧୯୬୨ରେ ଯୋଗ‌ାଯୋଗ କରିବାକୁ ବାଲେଶ୍ବର ଜିଲ୍ଲା ପ୍ରାଣୀଧନ ଚିକିତ୍ସାଧିକାରୀ ଡାକ୍ତର ବନମାଳୀ ସାହୁ ସୂଚନା ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।