ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରସ୍ତାବରେ ରହିଗଲା ବାସଗୃହ ପ୍ରକଳ୍ପ, ଆର୍‌ଡିଏର ଯୋଜନା ଥିଲା ୨୦ ହଜାର ଘର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ରାଉରକେଲା: ରାଜ୍ୟର ଦ୍ବିତୀୟ ସ୍ମାର୍ଟସିଟି ରାଉରକେଲାରେ ବାସଗୃହ ସ୍ବପ୍ନ। ପେଟପାଟଣା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ସାଧାରଣ ଲୋକଟିଏ ଘର ଖଣ୍ଡିଏ ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛି। ରାଜ୍ୟରେ ପ୍ରମୁଖ ସହରରେ ହାଉସିଂ ପ୍ରୋଜେକ୍ଟ ଜରିଆରେ ଘର ନଥିବା ଲୋକଙ୍କୁ ଘର ନିର୍ମାଣ ପାଇଁ ସରକାରୀ ମୂଲ୍ୟରେ ପ୍ଲଟ ଯୋଗାଇ ଦିଆଯାଉଛି। କିନ୍ତୁ ରାଉରକେଲା ସହର‌ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ହେଉ ଅବା ରାଉରକେଲା ଉନ୍ନୟନ ସଂସ୍ଥା (ଆର୍‌ଡିଏ) ପକ୍ଷରୁ ବର୍ଷ ବର୍ଷ ଧରି ସହରବାସୀଙ୍କୁ ପ୍ଲଟ ଯୋଗାଇ ଦେବାକୁ କେବଳ ସ୍ବପ୍ନ ଦେଖାଯାଉଛି। ବର୍ଷେ କି ଦୁଇ ବର୍ଷ ନୁହେଁ ଆଜିକୁ ପ୍ରାୟ ୧୫ ବର୍ଷ ଧରି ହାଉସିଂ ପ୍ରକଳ୍ପ କାହାରିକୁ ଖଣ୍ଡିଏ ପ୍ଲଟ ଯୋଗାଇ ଦିଆଯାଇନି।

ଉଭୟ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଓ ଆର୍‌ଡିଏ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବିପିୟୁଟି ପାର୍ଶ୍ବରେ ପ୍ରାୟ ୧୦୮ ଏକର ଜମି ରାଜସ୍ବ ବିଭାଗ ଆର୍‌ଡିଏକୁ ହସ୍ତାନ୍ତର କରିବା କଥା। ଏହି ଜାଗାରେ ଆର୍‌ଡିଏ ପ୍ରାୟ ୨୦ ହଜାରରୁ ଅଧିକ ନିର୍ମାଣ କରିବାକୁ ଘୋଷଣା କରିଥିା। ତାହା ଏବେ କେବଳ ଘୋଷଣାରେ ରହିଯାଇଛି। ସବୁଠୁ ଆଶ୍ଚର୍ଯ୍ୟ କଥା ଯେଉଁ ୧୦୮ ଏକର ଜାଗା ଆର୍‌ଡିଏକୁ ମିଳିବାର ଥିଲା ସେଥିରୁ ପ୍ରାୟ ୪୦ ଏକରୁ ଅଧିକ ଜାଗାରେ ବସ୍ତି ଗଢ଼ି ଉଠିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଆର୍‌ଡିଏକୁ ଜମି ହସ୍ତାନ୍ତର କରାଯାଇ ନାହିଁ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଅପର‌ପକ୍ଷେ ସେହି ଜାଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ଚାଲିଛି। ନିର୍ମାଣକାରୀ ସଂସ୍ଥାକୁ ଆପାର୍ଟମେଣ୍ଟ ନିର୍ମାଣ କରିବାକୁ କିଛି ଜାଗା ମଧ୍ୟ ଯୋଗାଇ ଦିଆଯାଇଛି।

ଗୋଟିଏ ସାଧାରଣ ଲୋକଙ୍କୁ ଘର ଖଣ୍ଟିଏ ନିର୍ମାଣ କରିବାକୁ ପ୍ଲଟଟିଏ ମିଳୁ ନଥିବାବେଳେ ବଡ ବଡିଆଙ୍କୁ ଶାଗମାଛ ଦରରେ ପ୍ଲଟଗୁଡ଼ିକୁ ଟେକି ଦିଆଯାଉଛି। ସେପଟେ ୧୯୮୦ରୁ ୮୫ ମଧ୍ୟରେ ଆର୍‌ଡିଏ ଓ ହାଉସଂ ବୋର୍ଡ ଠାରୁ ହାତେଇଥିବା ଶତାଧିକ ଖାଲି ପ୍ଲଟ, ଅର୍ଦ୍ଧନିର୍ମିତ ଘରକୁ ବେପାର ନାଁରେ ବର୍ଷ ବର୍ଷ ଧରି ପକାଇ ରଖାଯାଇଛି। କେବଳ ଏତିକି ନୁହେଁ, ଆର୍‌ଏମ୍‌ସି, ଆର୍‌ଡିଏ, ହାଉସିଂ ବୋର୍ଡ ଓ ସ୍ଥାନୀୟ ତହସିଲଦାର କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀଙ୍କ ସହ ଭିତିରି ସଲାସୁତୁରା କରି ସହରରେ ଘର ନାହିଁ ବୋଲି ଏକାଧିକ ଜାଲ୍‌ ଏନ୍‌ଓସି ହାତେଇ ନେଉଛନ୍ତି। ସେହି ଏନ୍‌ଓସି ଜରିଆରେ ଜଣେ ଜଣେ ବ୍ୟବସାୟୀ, ଶିଳ୍ପପତି, ନର୍ସିଂ ହୋମ୍‌ ସହ କିଛି କଥାକଥିତ ଜମି ମାଫିଆ ହାଉସିଂ ବୋର୍ଡ, ଆର୍‌ଡିଏରୁ ବାସନ୍ତୀ କଲୋନି, ଛେଣ୍ଡ କଲୋନି, କଳିଙ୍ଗ ବିହାରରରେ ଏକାଧିକ ପ୍ଳଟ ହାତେଇଛନ୍ତି।

ଆଉ କିଛି ନିଜ ସମ୍ପର୍କୀୟଙ୍କ ନାଁରେ ମଧ୍ୟ ନେଇଛନ୍ତି। ବର୍ଷ ବର୍ଷ ଧରି ପଡିଥିବା ପ୍ଲଟରେ ଘର ନିର୍ମାଣ କରି ଅନ୍ୟମାନଙ୍କୁ ୬୦ ଲକ୍ଷରୁ ୧ କୋଟିରୁ ଅଧିକ ଟଙ୍କାରେ ବିକ୍ରି କରି ଦେଉଛନ୍ତି। ଯେଉଁମାନେ ପ୍ଲଟଗୁଡ଼ିକୁ ବିକୁଛନ୍ତି ସେମାନଙ୍କୁ ଆର୍‌ଡିଏ ବିନା ଯାଞ୍ଚରେ ଅନୁମତି ଦେଇଦେଉଥିବା ଅଭିଯୋଗ ହେଉଛି। କେବଳ ଏତିକି ନୁହେଁ ପ୍ଲଟ ‌ଯେତିକି ଟଙ୍କାରେ ବିକ୍ରି କରୁଛନ୍ତି, ଓନରସିପ୍‌ ଟ୍ରାନ୍ସଫର ସମୟରେ ଅଧା ମୂଲ୍ୟ ଦର୍ଶାଉଛନ୍ତି। ଏହି କାରବାର ବିଧିବଦ୍ଧ ତଦନ୍ତ କରାଗଲେ ଏକାଧିକ ପ୍ଲଟ ହାତେଇଥିବା ବ୍ୟବସାୟୀ, ଶିଳ୍ପପତି, ଜମି ମାଫିଆଙ୍କ ସମେତ ଆର୍‌ଡିଏ କିଛି ଅଧିକାରୀ କାରନାମା ପଦାକୁ ଆସିପାରନ୍ତା। ଜିଲ୍ଲା ପ୍ରଶାସନ ଏଭଳି ବେଆଇନ କାମ କରୁଥିବା ଲୋକ ଓ ବିଭାଗୀୟ କର୍ମଚାରୀଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।