ରାଜ୍ୟ

କନ୍ଧମାଳର ୬ ଶହ ଗାଁକୁ ନାହିଁ ରାସ୍ତା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଫୁଲବାଣୀ : ଦେଶ ବର୍ତ୍ତମାନ ଅମୃତ କାଳ ଦେଇ ଗତି କରୁଛି ବୋଲି କେନ୍ଦ୍ର ସରକାର ପ୍ରଚାର କରୁଛନ୍ତି। ମାତ୍ର ଆଜି ବି କନ୍ଧମାଳ ଜିଲ୍ଲାର ଅଧାଅଧି ଦୁର୍ଗମ ଅଞ୍ଚଳକୁ ପାଦଚଲା ରାସ୍ତାଟିଏ ନାହିଁ। ଜିଲ୍ଲାର ୬ ଶହ ଗାଁକୁ ଭଲ ରାସ୍ତାଟିଏ ନଥିବା ରେକର୍ଡ଼ରୁ ଜଣାପଡ଼ିଛି। ଜିଲ୍ଲାର ଅନେକ ଗାଁ ପାହାଡ଼ ଉପରେ ରହିଛି, ଯେଉଁଠିକୁ ପହଞ୍ଚିବା ଅସମ୍ଭବ। ବିଶେଷ କରି ରାସ୍ତା ନଥିବାରୁ ସବୁବେଳେ ଗର୍ଭବତୀଙ୍କୁ ଖଟିଆ କିମ୍ବା ଭାରରେ ବୋହି ଡାକ୍ତରଖାନାକୁ ଆଣିବାକୁ ପଡ଼ିଥାଏ। ଅନେକ ସମୟରେ ଗର୍ଭବତୀ ରାସ୍ତାରେ ପ୍ରସବ କରିଥା’ନ୍ତି ତ ବେଳେ ବେଳେ ଗର୍ଭବତୀଙ୍କ ମୃତ୍ୟୁ ଘଟିଥାଏ। ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍‌ସ ପହଞ୍ଚି ପାରି ନଥାଏ। ଗତ ବର୍ଷେ ମଧ୍ୟରେ କନ୍ଧମାଳ ଜିଲ୍ଲାରେ ପାଖାପାଖି ୩୦ ଜଣ ମହିଳା ଡାକ୍ତରଖାନାକୁ ଆସିବା ବେଳେ ବାଟରେ ପ୍ରସବ କରିଛନ୍ତି।

ଜିଲ୍ଲାର ୧୨ଟି ବ୍ଲକର ୧୭୧ଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ୬୦୦ଟି ଛୋଟବଡ଼ ଗାଁକୁ ରାସ୍ତା ନାହିଁ। ଏଥିପାଇଁ ଗତବର୍ଷ ଖଜୁରୀପଡ଼ା ବ୍ଲକ୍ ସୁଡ୍ରୁକୁମ୍ପା ପଞ୍ଚାୟତ ଦଡ଼ମାସ୍କା ଗ୍ରାମର ବିଜୟ କହଁରଙ୍କ ପତ୍ନୀ ସସ୍ମିତା କହଁର ଗର୍ଭ ଯନ୍ତ୍ରଣା ସହି ନପାରି ରାସ୍ତାରେ ପ୍ରସବ କରିଥିଲେ। ପରିବାର ଲୋକେ ଆମ୍ବୁଲାନ୍‌ସକୁ ଫୋନ୍‌ କରିଥିଲେ। କିନ୍ତୁ ରାସ୍ତା ନଥିବାରୁ ଆମ୍ବୁଲାନ୍‌ସ ବାଟରେ ଅଟକି ରହିଥିଲା। ଫଳରେ ଗାଁଲୋକେ ଗର୍ଭବତୀଙ୍କୁ ଏକ ଖଟିଆରେ ପ୍ରାୟ ୨ କିମି. ବୋହି ଆଣିଥିଲେ। ମାତ୍ର, ଗର୍ଭ ଯନ୍ତ୍ରଣା ଅସହ୍ୟ ହେବା ସହ ତାଙ୍କର ରାସ୍ତାରେ ହଁ ପ୍ରସବ ହୋଇ ଯାଇଥିଲା। ସେହିପରି କୋଟଗଡ଼ ବ୍ଲକ ଗୁଗୁରୁମାହା ପଞ୍ଚାୟତ ଗରଡ଼ମାହା ଗାଁରେ ଏଭଳି ସମାନ ଘଟଣା ଦେଖିବାକୁ ମିଳିଥିଲା। ଗ୍ରାମର ଗର୍ଭବତୀ ମହିଳା ମିକି ରୂପ ମାଝି ଗର୍ଭ ଯନ୍ତ୍ରଣା ଭୋଗିବାରୁ ଗାଁଲୋକେ ଖଟିଆରେ ବୋହି ଆଣୁଥିଲେ। ପ୍ରାୟ ୩ଟି ପାହାଡ଼ ଅତିକ୍ରମ କରିବା ପରେ ଉକ୍ତ ଗର୍ଭବତୀ ମହିଳାଙ୍କୁ ସମତଳ ଇଲାକାରେ ପହଞ୍ଚିବାର ଥିଲା। ସେଠାରେ ପୂର୍ବରୁ ଆମ୍ବୁଲାନସ ‌ଅପେକ୍ଷା କରିଥିଲା। ମାତ୍ର, ଏତେ ରାସ୍ତା ଅତିକ୍ରମ କରିବା ପୂର୍ବରୁ ମହିଳାଙ୍କ ବାଟରେ ପ୍ରସବ ହୋଇ ଯାଇଥିଲା। କେବଳ ଏହି ଦୁଇଟି ଘଟଣା ନୁହେଁ ଏହିପରି ଅନେକ ଉଦାହରଣ ରହିଛି।

ସେହିଭଳି ଚକାପାଦ ବ୍ଲକ୍ ବ୍ରାହ୍ମଣୀପାଦ ଅଞ୍ଚଳରେ ମଧ୍ୟ ଏମିତି ଏକ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଥିଲା। ଗ୍ରାମବାସୀ ଗର୍ଭବତୀଙ୍କୁ ଖଟିଆରେ ବୋହି ନେଇ ପଡ଼ୋଶୀ ଗଞ୍ଜାମ ଜିଲ୍ଲାର ଏକ ଡାକ୍ତରଖାନାରେ ପହଞ୍ଚାଇଥିଲେ। ଦାରିଂବାଡ଼ି ବ୍ଲକ୍ ଅଧୀନ ଭ୍ରମରବାଡ଼ି ପଞ୍ଚାୟତ ଲାଡ଼ାଙ୍ଗି ଗ୍ରାମର ଗର୍ଭବତୀ ମହିଳା ବନିତା ପ୍ରଧାନ ପ୍ରସବ ବେଦନାରେ ପାଇ ୧୦୮କୁ ଯୋଗା‌ଯୋଗ କରିଥିଲେ। ମାତ୍ର ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍‌ସ ଗାଁଠାରୁ ୨ କଲୋମିଟର ଦୂରରେ ଅଟକି ରହିଥିଲା। ପରିବାର ତାଙ୍କୁ ଖଟିଆରେ ବୋହି ଆଣିବା ବେଳେ ବାଟରେ ପ୍ରସବ ହୋଇଥିଲା। ଜିଲ୍ଲାର କୋଟଗଡ଼ ବ୍ଲକ୍ ଦୁର୍ଗାପାଙ୍ଗା, ସୁବର୍ଣ୍ଣଗିରି, ତୁମୁଡ଼ିବନ୍ଧ ବ୍ଲକ ଲଙ୍କାଗଡ଼, ଝିରିପାଣି, ଫିରିଙ୍ଗିଆ ବ୍ଲକ୍ ସୁମରବନ୍ଧ, ପାହିରାଜୁ, ସାଡ଼ିଙ୍ଗିଆ, ବାଲନ୍ଦାପଡ଼ା, ଖଜୁରୀପଡ଼ା ବ୍ଲକ୍ ବିଲାବାଡ଼ି, ଦାରିଙ୍ଗବାଡ଼ି ବ୍ଲକ୍ ବ୍ରାହ୍ମଣୀଗାଁ ଓ ଗଦାପୁର ଆଦି ଦୁର୍ଗମ ପଞ୍ଚାୟତକୁ ଆଜିର ଦିନରେ ଭଲ ରାସ୍ତାଟିଏ ନାହିଁ। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ବିଭାଗରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ପୂର୍ତ୍ତ ବିଭାଗ ପକ୍ଷରୁ ବିଭିନ୍ନ ରାସ୍ତା ନିର୍ମାଣ କରାଯାଉଛି। ମାତ୍ର, ସେସବୁ ସମୁଦ୍ରକୁ ଶଙ୍ଖେ ଭଳି ପ୍ରତିୟମାନ ହେଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।